Advertisment

Rape Allegation: ‘ମୋ’ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ...’

ଆଜି ପୀଡ଼ିତା ଏନେଇ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ମେଡିକାଲ ପଠାଇ ଦେଇଛି ପୋଲିସ୍‌। ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ମାମଲାର ତଦନ୍ତ କରୁଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Rape

Rape

ମୋ ସହିତ ଜବଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ...। ଏପରି ଅଭିଯୋଗ ଆଣିଛନ୍ତି ଜଣେ ପୀଡ଼ିତା। ସମ୍ୱଲପୁରର ସମର୍ଥ ଅନୁଷ୍ଠାନର ସମ୍ପାଦକ ଗିରଫ ହେବା ପରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ଅନ୍ତେବାସୀ। ଏନେଇ ପୀଡ଼ିତା ଧନୁପାଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ସମ୍ୱଲପୁରରେ ରହିଛି ସମର୍ଥ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ଏଠାରେ ୪୧ ଜଣ ମାନସିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ରଖାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲା। ଏଥିପାଇଁ ସରକାର ମଧ୍ୟ ସହାୟତା ପ୍ରଦାନ କରୁଥିଲେ। ଏହି ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସିଏ ଜଣେ ଅନ୍ତେବାସୀଙ୍କ ସହିତ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଶ୍ରୀ ଦାସ ଧମକ ଦେଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ପୀଡ଼ିତା ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ପାଟଣାଗଡ଼ ପାର୍ସଲ ବୋମା ମାମଲା; ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Advertisment

ଆଜି ପୀଡ଼ିତା ଏନେଇ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ମେଡିକାଲ ପଠାଇ ଦେଇଛି ପୋଲିସ୍‌। ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ମାମଲାର ତଦନ୍ତ କରୁଛି। ଅଭିଯୋଗର ବିଭିନ୍ନ ଦିଗକୁ ନେଇ ତଥ୍ୟ ପ୍ରମାଣ ସଂଗ୍ରହ କରୁଛି। ପୂର୍ବରୁ ଅନ୍ତେବାସୀଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଛନ୍ତି ଶ୍ରୀ ଦାସ ଓ ଅନୁଷ୍ଠାନର ସହାୟିକ ସ୍ୱାଗତିକା ପ୍ରଧାନ। ଏବେ ସେମାନେ ଜେଲ୍‌ରେ ଅଛନ୍ତି। ଦୁଷ୍କର୍ମ ମାମଲା ଆସିବା ପରେ ଶ୍ରୀ ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ସତ୍ୟ ଲୁଚାଇଥିଲେ ପୂର୍ବ ସରକାର, ଆଉ ଥରେ ଖୋଲୁ ଫାଇଲ୍‌

ସୂଚନାରୁ ପ୍ରକାଶ, ସମର୍ଥ ଅନୁଷ୍ଠାନରେ ଚାକିରି କରିବା ପାଇଁ ଜଣେ ମହିଳା ଆସିଥିଲେ। ସାକ୍ଷାତ ପରେ ମହିଳା ଜଣକ ସେଠାରେ ଚାକିରି କରିଥିଲେ। ସେଠାରେ ଚାକିରି କରିବା ସମୟରେ ଦେଖିଥିଲେ ସମର୍ଥ ଅନୁଷ୍ଠାନର ସମ୍ପାଦକଙ୍କ ହରିଶ୍ଚନ୍ଦ୍ର ଦାସଙ୍କ ଭୟଙ୍କର ରୂପ। ଅଭିଯୋଗ ଅନୁସାରେ ସିଏ କୁଆଡେ ମାନସିକ ବିକାର ଗସ୍ତ ଲୋକଙ୍କୁ ନିର୍ଯାତନା ଦେଉଥିଲେ। କଥା କଥାରେ ପ୍ରବଳ ମାଡ଼ ମାରୁଥିଲେ। ଯାହାର ଭିଡିଓ ଶୁଟିଂ କରିଥିଲେ ମହିଳା ଜଣକ। ପରେ ସେ ଏନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଭିଡିଓକୁ ତର୍ଜମା କରି ପୋଲିସ୍‌ ସମ୍ପାଦକ ଓ ସହାୟିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Sambalpur Crimes In Odisha
Advertisment
Advertisment