ପୁଲିସ ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆଣିଛି। ରବିବାର ଅପରାହ୍ନ ପ୍ରାୟ ୪ଟା ରୁ ୫ ଟା ମଧ୍ୟରେ ସୁମିତାଙ୍କ ମୁଣ୍ଡକୁ କାନ୍ଥରେ ଅନେକ ଥର ପିଟି ହତ୍ୟା କରାଯାଇଥିଲା। ମୃତଦେହ ମଧ୍ୟମଗ୍ରାମର ୫୫ ବର୍ଷୀୟା ଆରତୀ ଘୋଷ ଏବଂ ୩୪ ବର୍ଷୀୟା ଫାଲଗୁନି ଘୋଷଙ୍କ ଭଡା ଘରେ ୪୦ ଘଣ୍ଟାରୁ ଅଧିକ ସମୟ ପାଇଁ ପଡ଼ି ରହିଥିଲା। ସେମାନେ ଏହାକୁ ଫିଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ। ମା ଏବଂ ଝିଅ ମୃତଦେହକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସେଥିରେ ପଶିନଥିଲା।
୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ହୋଇଯାଇଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି । ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି । ରେଡ୍ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା । ସେ କିଣିଛନ୍ତି ୧୧ଟି ପ୍ଲଟ ।
ବେଆଇନ ଭାବେ ବିନା ଅନୁମତିରେ ଶହ ଶହ କୋଟି ଟଙ୍କାର ଧଳା ପଥର ଖୋଳି ଲୁଟ କରିଛନ୍ତି ରାଜା । ଏତେ ପରିମାଣର ପଥର ଖୋଳିଛନ୍ତି ଯେ ଆଖିକୁ ସମୁଦ୍ର ଭଳି ଦେଖା ଯାଉଛି ଏ ଖାଦାନ । ଆଖିରେ ନ ଦେଖିଲେ ବିଶ୍ବାସ କରିହେବନି ।
ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ପାଖରେ ଥୁଆ ହୋଇଛି ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ ।
କୁସଂଗରେ ପଡ଼ିଥିବା ପୁଅକୁ ଭଲ ବାଟକୁ ଆଣିବାକୁ ବ୍ୟବସାୟୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶ ନେଲେ। ତେବେ ପୁଅକୁ ଡରାଇବା ପାଇଁ ତାକୁ ଘରର ସମସ୍ତ ସମ୍ପତ୍ତିରୁ ବେଦଖଲ କରିବାକୁ ଧମକ ଦେଇଥିଲେ। ଏହି କଥା ପୁଅ ଶୁଣିବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା। ଗଲା ଫେବ୍ରୁଆରି ୨୫ରେ ଏହି ବ୍ୟବସାୟୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଚୋରି ଷଡ଼ଯନ୍ତ୍ର କରିଥିଲା।
ବ୍ୟାଘ୍ର ଅଭୟାରଣ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ସ୍ଥାନ ବର୍ତ୍ତମାନ ଅଫିମ ଚାଷର ହବ୍ ପାଲଟିଲାଣି। ବାଘ ଦେଖିବାକୁ ଗଲେ ଦେଖିବାକୁ ମିଳୁଛି ଅଫିମ କ୍ଷେତ। ଦୁଇବର୍ଷ ମଧ୍ୟରେ ୩୫ କୋଟିରୁ ଉର୍ଦ୍ଧ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲାଣି ବନ ବିଭାଗ।
ଯୁବକଙ୍କୁ ପିଟିଲେ । ତଳେ ପକେଇକି ପିଟିଲେ । ହାତଗୋଡ଼ ବାନ୍ଧିକି ପିଟିଲେ । ତଳେ ପଡିଯିବା ପରେ ପୁଣି ଉଠାଇଲେ, ପିଟିଲେ । ତଳେ ପଡିଯିବା ପରେ ମୁଣ୍ଡକୁ ଗୋଇଠା ମାରି ଚାଲିଗଲେ । ହାର୍ଟ ବିଟ୍ କମି କମି ପୂରା ବନ୍ଦ ହୋଇଗଲା ।
ଭୁବନେଶ୍ବରରେ ପହଞ୍ଚିଲା NHRC ଟିମ୍। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ । ଛାତ୍ରୀ ମୃତ୍ୟୁ ସହ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗର ବି ଖୋଳତାଡ଼ ହେବ ।
କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ବିଟେକ ତୃତୀୟ ବର୍ଷ ଛାତ୍ରୀ ପ୍ରକ୍ରିତି ଆତ୍ମହତ୍ୟା କରିଥିବା ବେଳେ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ କରିଥିଲା।
ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗିରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମ ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
କୋଲକାତା ଇଡିର 8ଟି ଟିମ୍ ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ଓ ଭୁବନେଶ୍ବରେ କିମ୍ସ ଓ ସମ୍ ହସ୍ପିଟାଲରେ ଏହି ଯାଞ୍ଚ କରୁଛି। ପୂର୍ବରୁ ଏଭଳି କେଳେଙ୍କାରୀରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ଗିରଫ ହୋଇଥିଲା ବେଳେ ଓଡ଼ିଶାରେ ଇଡିର ଏ ରେଡ୍ ଚର୍ଚ୍ଚା ସୃଷ୍ଟି କରିଛି।
#ରାଜାଙ୍କ_ରାଜକୀୟ_ସଉକ୍...#ଫାର୍ମ_ହାଉସ_ଦେଖି_ଆଖି_ଟେରା ଆଖି ତରାଟିଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରାଜାଙ୍କ ଥିଲା ବହୁମୂଲ୍ୟ କାର୍ ଓ ବାଇକ୍। ଚଢ଼ୁଥିଲେ ଦାମୀ ଫର୍ଚ୍ୟୁନର୍ କାର୍ ଓ ପାଖରେ ଥିଲା ୨୫ ଲକ୍ଷ ଟଙ୍କାର ବାଇକ୍।କେନ୍ଦୁଝରରେ ରେଡ୍ ବେଳେ EOW ହାତରେ ଲାଗିଛି ୨୫ ଲକ୍ଷର Harley Davidson ବାଇକ୍ । ଫାର୍ମ ହାଉସ ଦେଖିଲେ ହଜିଯିବ ନିଦ.... ଦେଖନ୍ତୁ ରିପୋର୍ଟ।
#ମୋ_ସ୍ୱାମୀଙ୍କୁ_ଖଣ୍ଡାରେ_ହାଣିଦେଲେ ଆମେ ଭୋଜି ଖାଇବା ପାଇଁ ରାତିରେ ଆସିଥିଲୁ। ସେମାନେ ଜଗିଥିଲେ। ସକାଳେ ଆମେ ଗଲାବେଳେ ଆଗେ ବୋମା ଫୁଟେଇଦେଲେ। ତା ପରେ ଖଣ୍ଡାରେ ହାଣି ମୋ ସ୍ୱାମୀଙ୍କୁ ମାରିଦେଲେ।
ବାପା ପୋଲିସ୍, ଝିଅ ସୁନା ସ୍ମଗଲର। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରାନ୍ୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି।
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସିଂ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରନୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି।
ଏହାସହ ବଡ଼ ସୁରାକ ଲାଗିଛି ତଦନ୍ତକାରୀ ସଂସ୍ଥା ହାତରେ । EOW ହାତରେ ରାଜା ଚକ୍ରଙ୍କ ୨୦୦ ବେନାମୀ ଆକାଉଣ୍ଟ ଥିବା ମଧ୍ୟ ଜଣାପଡ଼ିଛି ।
ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।
ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।
ରାଜଧାନୀରେ ନିଦ ହଜାଇଥିବା ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସ। ଦୀର୍ଘ ଦେଢମାସର କସରତ ପରେ ଧରାପଡ଼ିଲେ ସମସ୍ତ ୮ ଅପରାଧୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗ୍ୟାଙ୍ଗକୁ ଚଳାଉଥିବା ୨ ମାଷ୍ଟରମାଇଣ୍ଡଙ୍କୁ ବି ରାଜ୍ୟ ବାହାରୁ ଆରେଷ୍ଟ କରିଛି ପୋଲିସ।
କାର ଭିତରେ ୩ କନଷ୍ଟେବଳଙ୍କୁ ମାଡ଼ି ବସିବାକୁ ଉଦ୍ୟମ କରିବାରୁ ସେମାନେ ଏହି ମହିଳା ଆଇପିଏସଙ୍କୁ ରାଜପଥରେ ପାଖାପାଖି ୩୦୦ ମିଟର ଘୋଷାରି ନେଇଥିଲେ। ପରେ ରାସ୍ତା ଉପରେ ଠେଲି ଫେରାର ହୋଇଯାଇଥିଲେ। ଏଭଳି ଆଲୋଡ଼ନ ସୃଷ୍ଟିକାରୀ ଘଟଣା ଉତ୍ତରପ୍ରଦେଶରେ ଘଟିଥିଲା। ଏହି ଘଟଣାରେ ବହିଷ୍କୃତ ହୋଇଥିବା ୨ ପୁଲିସ କର୍ମଚାରୀଙ୍କୁ ଶେଷରେ କୋର୍ଟ ୧୪ ବର୍ଷ ପରେ ସଜା ଶୁଣାଇବା ପରେ ପୁଣି ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।
କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାରେ ମଙ୍ଗଳବାର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଳନା କରିଛି ପୋଲିସ। ଆତ୍ମହତ୍ୟା ଘଟଣାକୁ ୧୫ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନଥିଲା। ମାମଲା ଶିଥିଳ ପଡି ଯାଇଥିବା ବେଳେ ମଙ୍ଗଳବାର କଂଗ୍ରେସ ସଂଖ୍ୟାଲଘୁ ସେଲ୍ ପକ୍ଷରୁ କିଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ହିମାନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ମୋବାଇଲ ଚାର୍ଜର ତାରରେ ହିମାନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ। ଫେବୃଆରୀ ୨୭ ତାରିଖରେ ହିମାନୀଙ୍କ ଘରେ ତାଙ୍କୁ ହତ୍ୟା କରିଥିଲା।
ଏମିତି କୁଆଡ଼େ ବାରମ୍ବାର ନାଲି ଆଖି ଦେଖାଇ ଧମକ ଦେଉଥିଲା ସ୍ବାମୀ । ଶାଶୁଘର ଲୋକ ବି ଅକଥନୀୟ ନିର୍ଯାତନା ଦେଉଥିଲେ । ଦୁଃଖ ସହି ସହି ଆଖିର ଲୁହ ପିଇ କଟୁଥିଲା ତନୁସୂୟାଙ୍କ ଦିନ। ଆଉ ଏବେ ସେହି ତନୁସୂୟା ଶବ ପାଲଟିଯାଇଛନ୍ତି ।
ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ୍ ପଏଣ୍ଟରେ ରେଡ୍ ହେଉଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମର ଗୋପାଳପୁରରେ ମଧ୍ୟ ରେଡ୍ କରିଛନ୍ତି EOW ଏବଂ STF । ଗତକାଲି ବି ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ EOW । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରିଥିଲା EOW ।
ଉତ୍ତରପ୍ରଦେଶର ରାମପୁର ସ୍ଥିତ ଶୁମାଲି ଅଞ୍ଚଳ। ଏଠାକାର ତ୍ରିଲୋକି ସିଂହ ଦିବାକରଙ୍କ ଝିଅର ବାହାଘର ୬ ମାସ ପୂର୍ବେ ଶାହଜାହାଦ ନଗର ଥାନା ସ୍ଥିତ ଦୁଦାଇରେ ରହୁଥିବା ସୁଭାଷଙ୍କ ସହ ସ୍ଥିର ହୋଇଥିଲା। ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନଗଦ ଓ ଜିନିଷ ପତ୍ର ଦେବାକୁ କନିଆଁ ପକ୍ଷ ରାଜି ହୋଇଥିଲେ।