/odishatv-khabar/media/post_attachments/uploadimage/library/16_9/16_9_0/Murder_1738298510.jpg)
Murder
ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବନେଶ୍ୱର। କଥାକଥାକେ ଗୁଳି ଫୁଟୁଛି, ଖଣ୍ଡାକାତି ବୁଲୁଛି। ଦିନ ଦି’ପହର ହେଉ କି ରାତି, ଜନଗହଳିପୂର୍ଣ୍ଣ ସ୍ଥାନ ହେଉ ଅବା ଶୂନ୍ଶାନ୍ ଜାଗା ଅପରାଧ ଘଟାଇବାକୁ ତିଳେ ମାତ୍ର ଭୟ କିମ୍ବା ସଂକୋଚ କରୁନାହାନ୍ତି ଅପରାଧୀ।
ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ସ୍ଥିତ ଅଟଳା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଭାଲୁଆ। ତାଙ୍କ ଘର ଭଦ୍ରକ ଜିଲ୍ଲା ସାବରଙ୍ଗ ଅଞ୍ଚଳରେ।
ଆଜି ସକାଳେ ଅଟଳା ଅଞ୍ଚଳରେ ଥିବା ଗ୍ୟାସ ଦୋକାନରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ମୃତ ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ବେଳେ ପାଦ ଓହଳି ତଳେ ଲାଗିଥିଲା।
ପାହାଳ ପୁଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଯୁବକଙ୍କ ବେକରେ ଲାଗିଥିବା ଗାମୁଛାକୁ ଜବତ କରିଛି।
ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଛି। ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା ଟାଙ୍ଗି ଦେଲା ତାହା ଜଣାପଡ଼ିନାହିଁ।
ପୂର୍ବ ଶତ୍ରୁତା କାରଣରୁ ଯୁବକଙ୍କ ହତ୍ୟା କରାଗଲା ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ। ପାହାଳ ପୁଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)