୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ୱାରେଣ୍ଟ ଧରି ଗିରଫ କରିବାକୁ ଛତିଶଗଡ଼ରୁ ବରଗଡ଼ ଆସିଥିଲା ପୋଲିସ୍ । ସ୍ଥାନୀୟ ଲୋକ ବିରୋଧ କରି ଠେଲାପେଲା କଲେ । ପରିସ୍ଥିତି ଏମିତି ହେଲା ଯେ, ଫେରିଗଲା ପୋଲିସ୍ ।
ବରଗଡ଼ର ଜୀରା ନଦୀରେ ଜଳ ପ୍ରଦୂଷଣ ଚିନ୍ତାର କାରଣ ହୋଇଛି। NGTର ଆଦେଶକୁ ଅବହେଳା କରାଯିବା ସହ ଅନିୟମିତ ବର୍ଜ୍ୟବସ୍ତୁ ପରିଚାଳନା, ଡ୍ରେନ ପାଣି ଓ କେମିକାଲ ଏହାର କାରଣ ବୋଲି କୁହାଯାଉଛି। ସମସ୍ତ ବରଗଡ଼ବାସୀ ଏହି ଘଟଣା ପ୍ରତି ଗଭୀର ଚିନ୍ତାବ୍ୟକ୍ତ କରୁଛନ୍ତି।
ଗତ ୨୯ ଜାନୁଆରୀରେ ଶ୍ରୀଲଙ୍କାର ସାଂସଦ ଜୟସୁମନ୍ନା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସମ୍ମିଳନୀରେ ଯୋଗଦେବା ସହ ଗବେଷଣା ଟିମ୍ ସାଙ୍ଗରେ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ।
ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ଅଛି, ଏହି ଚେର କେତେ ଯାଏଁ ଲମ୍ବିଛି ତାହାର ତଦନ୍ତ କରୁଛି ପୋଲିସ।
ଠିକ୍ ସେମିତି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥରେ ଘଟିଥିଲା। ଆଜି ଅପରାହ୍ନରେ ହାଇୱାଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ବାଇକ ପିଟି ହୋଇଯାଇଥିଲା।
ସୀତାଙ୍କ ସୁରକ୍ଷା ପାଇଁ କୁଟୀର ସମ୍ମୁଖରେ ରେଖା କାଟି ଯାଇଥିଲେ ମଧ୍ୟ ଛଦ୍ମ ବେଶରେ ଆସି ସୀତାଙ୍କୁ ପୁଷ୍କକ ବିମାନରେ ଚୋରାଇ ନେଉଛି ରାବଣ । ଏପଟେ ସୀତାଙ୍କୁ ନପାଇ ରାମ ଲକ୍ଷ୍ମଣ ଜଙ୍ଗଲରେ ଖୋଜି ବୁଲୁଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡ଼େନ ଠାରେ ଚାଲିଥିବା ବିରାଟ ରାମଲୀଳା ମହୋତ୍ସବରେ ।
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଂଚଭରା । ମଥୁରା ନରେଶ ମହାରାଜ କଂସ ଙ୍କୁ ବିବ୍ରତ କରି ପକାଉଛି ସେଇ ଦୈବବାଣୀ । ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ , ଏହି ଦୈବ ବାଣୀ ମନେପଡ଼ିଯାଉଛି କଂସର । ଆଉ ଏହାପରେ ମହାରାଜ କଂସ , ଭଣଜା କୃଷ୍ରଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଂଗସଭା ।
ଚାଷୀଙ୍କ ଟୋକନ ବିଳମ୍ବରେ ଆସୁଥିବାରୁ ଧାନ ମଣ୍ଡିକୁ ନେଇପାରୁନାହାନ୍ତି l କାରଣ ବିନା ଟୋକନରେ ଏଥର ଧାନ ମଣ୍ଡିକୁ ନେଇ ପାରିବେନି ଚାଷୀ l ଅନ୍ୟପଟେ ଏଥର MSP ୨୩ଶହ ଟଙ୍କା ସହ ୮ଶହ ଇନପୁଟ ସବସିଡି ପାଇବାକୁ ହେଲେ FAQ ଧାନ ଆଣିବାକୁ ପଡ଼ିବ l ଆଉ ଏଇଥି ପାଇଁ ରାଜରାସ୍ତାରେ ଅମଳ ଧାନକୁ ଭଲରେ ଶୁଖାଉଛି ଚାଷୀ l
ଟ୍ରାକ୍ଟର ବିଦାରୁଛି ଫଳନ୍ତି କୋବି କିଆରିକୁ । ଟ୍ରାକ୍ଟର ବିଦାରୁଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆମ ବ୍ୟବସ୍ଥାକୁ । ଛନଛନିଆ ବନ୍ଧା କୋବି କ୍ଷେତକୁ ନୁହେଁ ବରଂ ଟ୍ରାକ୍ଟର ଦଳି ମକଚୁଛି ନିରୀହ ଚାଷୀର ହାଡ଼ଭଙ୍ଗା ପରିଶ୍ରମକୁ ଓ ବର୍ଷକର ଦାନାପାଣିକୁ । ଏଭଳି କିଛି ବୁକୁ ଫଟା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗଂଜିଆଟିକ୍ରା ଗାଁରେ ।
ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...
କେଉଁଠି ବନ୍ୟା ତ କେଉଁଠି ମରୁଡ଼ି ପରିସ୍ଥିତି। ଇଏ ହେଉଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଦୃଶ୍ୟ। ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି। କେଉଁଠି କେଉଁଠି ରୁଆ ବେଉଷଣ ଆରମ୍ଭ ହୋଇପାରୁନି। ଏହା ହେଉଛି ବରଗଡ଼ ସଦର ବ୍ଲକର ଏକ ଧାନଜମିର ଦୃଶ୍ୟ...