ଫିଟନେସ ଫ୍ରିକ ବିରାଟ କୋହଲି କଣ ଖାଇବେ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଥିଲା। ଦିଲ୍ଲୀ ତାଙ୍କର ଘର ହୋଇଥିବା ବେଳେ ଘର ଖାଇବା ଖାଇବେ କି ଅର୍ଡର କରିବେ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଥିଲା ଉତ୍ସୁକତା। ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି ସେଫ ସଞ୍ଜୟ ଝା।
ବିରାଟଙ୍କୁ ଗ୍ରାଉଣ୍ଡରେ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରଶଂସକମାନେ ବିରାଟ କୋହଲିଙ୍କୁ ବୋଲିଂ ଦେବାକୁ ଦାବି କରିଥିଲେ । ଫ୍ୟାନ୍ସମାନେ ‘ବିରାଟ କୋହଲିଙ୍କୁ ବୋଲିଂ ଦିଅ’ ବୋଲି ନାରା ଲଗାଇଥିଲେ ।
ଅଲ ହିଲାଲ ପକ୍ଷରୁ ମାତ୍ର ୭ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ସେ ପାଇଛନ୍ତି ୮୦୦ କୋଟି ଟଙ୍କା। ବର୍ତ୍ତମାନ ନେମାର ବ୍ରାଜିଲକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଥିବା କୁହାଯାଇଛି। ହାରାହାରି ଦେଖିଲେ ନେମାର ଗୋଟିଏ ମ୍ୟାଚ ପିଛା ୧୧୬ କୋଟି ଟଙ୍କା ଆୟ କରିଛନ୍ତି।
ଦୀର୍ଘ ୧୩ ବର୍ଷ ପରେ ବିରାଟ କୋହଲି ରଣଜୀ ମୈଦାନକୁ ଓହ୍ଲାଇଛନ୍ତି। ରେଲୱେ ବିପକ୍ଷରେ ଖେଳୁଛନ୍ତି ରଣଜୀ ମ୍ୟାଚ୍। ଏହି ମ୍ୟାଚରେ ବିରାଟଙ୍କୁ ଦେଖିବା ପାଇଁ ଆଜି ଭୋରରୁ ଷ୍ଟାଡିୟମ ଆଗରେ ଲମ୍ବା ଲାଇନ ଲଗାଇଥିଲେ ହଜାର ହଜାର ଫ୍ୟାନ୍।
ମ୍ୟାଚ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମ୍ରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି।
ଏହି ୫ ଜଣ ଭାରତୀୟ କ୍ରିକେଟ ଖେଳାଳୀ ଅନ୍ୟ ଦେଶର କ୍ରିକେଟ ଦଳର କୋଚ୍ ରହି ଆସିଛନ୍ତି। ଏମାନେ ସମସ୍ତେ ପୂର୍ବତନ ଭାରତୀୟ ଖେଳାଳୀ।
ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ରହିଥିବା ଗୌତମ ଗମ୍ଭୀରଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ କ୍ରିକେଟ କିମ୍ବଦନ୍ତୀ ୱାସିମ ଆକ୍ରମ। ସବୁ ଖେଳାଳି ଗମ୍ଭୀରଙ୍କ ଠାରୁ ଶିଖିବା ଉଚିତ ବୋଲି ବଡ ବୟାନ ମଧ୍ୟ ଦେଇଛନ୍ତି ସେ। ଗମ୍ଭୀର ଜଣେ ଅଧିନାୟକ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି।
ପେସାଦାର ଟେନିସ୍ରେ ଏବେ ଇଟାଲୀର ଜାନିକ୍ ସିନର୍ଙ୍କୁ ନେଇ ଖୁବ୍ ଚର୍ଚ୍ଚା । ନିକଟରେ କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ଜିତିଛନ୍ତି ଏହି ନୂଆ ପିଢ଼ିର ତାରକା ।
୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍।
ଭାରତୀୟ କ୍ରିକେଟ ଦଳର ଖେଳାଳି ଯଶପ୍ରୀତ ବୁମରା ଓ ସ୍ମୃତି ମନ୍ଧାନା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଉଭୟ ଖେଳାଳି ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଆଇସିସି କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି।
କଠିନ ପରିଶ୍ରମ କରିଚାରିଲେ ଆଉ ବନିଗଲେ ଗୋଲ୍ଡେନ ଗାର୍ଲ। ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବି କାଠି ଏକଥାକୁ ପ୍ରମାଣ କରିଛନ୍ତି ବଲାଙ୍ଗୀର ଯମୁନାବାହାଲ ଗାଁର ପାୟଲ ନାଗ ।
ଜମ୍ମୁ ଓ କାଶ୍ମୀର ବିପକ୍ଷରେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଜଣେ ୧୫ ବର୍ଷୀୟ ଫ୍ୟାନ୍ଙ୍କଠାରୁ ହୃଦୟସ୍ପର୍ଶୀ ଓ ଭାବବିହ୍ବଳ ଚିଠି ମିଳିଛି।
ଦୀର୍ଘଦିନ ପରେ ବାରବାଟୀ ଆୟୋଜନ କରିବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। କିନ୍ତୁ ଉଦବେଗର କଥା ହେଲା, ଏହି ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏନେଇ ଅଗ୍ନିଶମ ବିଭାଗ ଡିଜି ଅତିରିକ୍ତ ଶାସନ ସଚିବଙ୍କୁ ଅବଗତ କରିଛନ୍ତି।
କେମିତି ସୁରୁଖୁରୁରେ ହେବ ବାରବାଟୀ ଲଢେଇ ? କିଭଳି ସୁରକ୍ଷିତ ମ୍ୟାଚ୍ ଦେଖି ଫେରିବେ ପ୍ରାୟ ୪୫ ହଜାର ଦର୍ଶକ ? କେମିତି ସୁଦୃଢ ହେବ ଷ୍ଟାଡିୟମର ଅସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ? ଏଥିପାଇଁ ଜୋରସର ପ୍ରସ୍ତୁତି ସହ ପୁରା ଦମ୍ ଲଗାଇ ଦେଇଛନ୍ତି କମିଶନରେଟ ପୋଲିସ ।
ଆଜି ଦ୍ୱିତୀୟ ମ୍ୟାଚ୍ରେ ଉଭୟ ଦଳ ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ସନ୍ଧ୍ୟା ୭ ଟାରେ ଆରମ୍ଭ ଏହି ହାଇଭୋଲଟେଜ୍ ମ୍ୟାଚ୍ ଆରମ୍ଭ ହେବ ।
ଦିନିକିଆରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଟିମ୍ରେ ସ୍ଥାନ ପାଇଛନ୍ତି ବାମହାତି ପେସର୍ ଅର୍ଶଦୀପ ସିଂହ ।ଏହି ବଡ଼ ସୁଯୋଗ ଜରିଆରେ ସେ ଟି-୨୦ ଭଳି ଦିନିକିଆ ଫର୍ମାଟ୍ରେ ବି ନିଜକୁ ସ୍ଥାପିତ କରିପାରିବେ ।
ବାରବାଟୀରେ ମ୍ୟାଚ୍ ପାଇଁ ଫେବୃଆରୀ ୨ ତାରିଖରେ ଜମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ । ସେହିପରି ୫ ଓ ୬ ତାରିଖରେ ୧୯ରୁ ୨୦ ହଜାର ଅଫଲାଇନ ଟିକେଟ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ।
ଫେବ୍ରୁଆରୀ ୯ରେ ମ୍ୟାଚ୍ ହେବାକୁ ଥିବା ବେଳେ ୨ ତାରିଖରେ ଅନଲାଇନରେ ଟିକେଟ୍ ବିକ୍ରି ହେବ । ୨ ତାରିଖରେ ଅନଲାଇନରେ ୪ ହଜାର ଟିକେଟ୍ ବିକ୍ରି ହେବ ।
ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।
ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଦେଶର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି। ଅର୍ଜୁନ ଇରିଗାସୀଙ୍କୁ ହଟାଇ ଗୁକେଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।
ଗୁରୁବାର ଠାରୁ ରଣଜୀ ଟ୍ରଫି ଆରମ୍ଭ ହୋଇଥିବା ବେଳେ ଭାରତୀୟ ଦଳର ଏକାଧିକ ସୁପରଷ୍ଟାର ମଇଦାନକୁ ଓହ୍ଲାଇଥିଲେ। ତେବେ ପ୍ରଥମ ଦିନରେ ସମସ୍ତ ସୁପରଷ୍ଟାର ଖେଳାଳିଙ୍କ ଫ୍ଲପ ଶୋ ଦେଖିବାକୁ ମିଳିଛି।
ପ୍ରଥମ ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇଲା ଟିମ୍ ଇଣ୍ତିଆ । ଇଂଲଣ୍ଡକୁ ୭ ୱିକେଟ୍ରେ ହାରାଇଲା ଟିମ୍ ଇଣ୍ତିଆ । ୧୩୩ ରନ୍ର ଟାର୍ଗେଟ୍କୁ ପିଛା କରି ଟିମ୍ ଇଣ୍ତିଆ ୭ ୱିକେଟ୍ରେ ବିଜୟ ହାସଲ କରିଛି ।
Top most maiden over in the history of IPL-IPL ଇତିହାସରେ ସର୍ବାଧିକ ମେଡେନ ଓଭର
ମୁଖ୍ୟମନ୍ତ୍ରୀ ବାରବାଟୀରେ ହେବାକୁ ଥିବା ଇଂଲଣ୍ଡ-ଭାରତ ୱାନ୍ ଡେ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ଅନ୍ୟପଟେ ଓସିଏ ପକ୍ଷରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଛି ।
ଭ୍ରମଣକାରୀ ଇଂଲଣ୍ଡକୁ ଘାଇଲା କରି ୫ ଟିକିଆ ଶୃଙ୍ଖଳାକୁ ଜିତିବା ସହ ଘରୋଇ ପରିବେଶରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ସିରିଜ୍କୁ ହାତେଇବାକୁ କସରତ କରିଛି ସୂର୍ଯ୍ୟ ବାହିନୀ ।