ଟ୍ରୋଲ୍ ହେଉଛି ପାକିସ୍ତାନ କ୍ରିକେଟ ବୋର୍ଡ (PCB)। ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମ୍ୟାଚ୍ ଚାଲିଥିବା ବେଳେ ଜନ ଗଣ ମନ... ବଜାଇଥିଲା ଆୟୋଜକ ଦେଶ ପାକିସ୍ତାନ।
ଟିମ୍ ଇଣ୍ତିଆ ବୋଲ୍ରଙ୍କ ଆଗରେ ଧୂଳି ଚାଟିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍ ଇଣ୍ତିଆକୁ ୨୪୨ ରନ୍ର ଟାଗେର୍ଟ ଦେଲା ପାକିସ୍ତାନ।
ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ପଙ୍କଜ ଲୋଚନ ମହାନ୍ତି । ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ । ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ମତ ରଖିଲେ ନୂଆ ସଭାପତି ପଙ୍କଜ ।
ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ଦୁବାଇରେ ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟପ୍ରେମୀ । କରାଚିରେ ନ୍ୟୁଜଲ୍ୟାଣ୍ଡଠାରୁ ହାରିଥିବା ପାକିସ୍ତାନ ଟିମ୍ ପାଇଁ ଆଜି କର ବା ମର ସ୍ଥିତି ।
ଏମିତି କିଛି ଘଟିଲା ଯାହାକୁ ନେଇ ଫ୍ୟାନମାନେ ଚକିତ ହୋଇଯାଇଥିଲେ । ଖେଳ ଆରମ୍ଭ ପୂର୍ବରୁ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ଗାନ କରାଯିବାର ଥିଲା । କିନ୍ତୁ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଦଳରେ ଭାରତର ଜାତୀୟ ସଙ୍ଗୀତ ବାଜିବାକୁ ଲାଗିଲା ।
ପ୍ରଦର୍ଶନରେ ନିରନ୍ତରତାର ଅଭାବ, ଦୁର୍ବଳ ଫର୍ମ ଓ ନକାରାତ୍ମକ ଫଳାଫଳ କ’ଣ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଇଂଲଣ୍ଡ ଟିମ୍ର ‘ବାଜ୍ବଲ୍’ ଦୃଷ୍ଟିକୋଣର ଅନ୍ତ ଘଟାଇବ? ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ‘ବାଜ୍ବଲ୍’ ପାଇଁ ହୋଇପାରେ ଏସିଡ୍ ଟେଷ୍ଟ । କ୍ରିକେଟ୍ ଜଗତରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମା ପରସ୍ପରକୁ ଡିଭୋର୍ସ ଦେବାକୁ ଯାଉଛନ୍ତି। ମାମଲା ବର୍ତ୍ତମାନ କୋର୍ଟରେ ରହିଥିବା ବେଳେ ଶୁକ୍ରବାର ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଜଜଙ୍କ ସମ୍ମୁଖରେ ଉଭୟ ବିଚ୍ଛେଦର କାରଣ କହିଛନ୍ତି।
ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କଲେ ରୋହିତ
ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲି । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ।
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ୨୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ଅର୍ଜନ କରିଛନ୍ତି ଶାମି। ଏହି ମ୍ୟାଚ ପୂର୍ବରୁ ଶାମି ଦିନିକିଆ ଅନ୍ତର୍ଜାତୀୟରେ ୧୯୭ ଉଇକେଟ ନେଇଥିଲେ।
ଜିମରେ ପାୱାରଲିଫ୍ଟିଂ ପ୍ରାକ୍ଟିସ ବେଳେ ବେକରେ ଖସିପଡିଲା ୨୭୦ କେଜିର ରଡ୍ । ଅଘଟଣରେ ଗୋଲ୍ଡ ମେଡାଲିଷ୍ଟ ଆଥଲେଟ୍ ମୃତ ।
ଚାମ୍ପିୟନ୍ସ ଟ୍ରଫିରେ କୋହଲିଙ୍କ ଶ୍ରେଷ୍ଠ ଇନିଂସ
ପାକିସ୍ତାନ ଓ ୟୁଏଇର ଦୁବାଇ ଠାରେ ଆରମ୍ଭ ହୋଇଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍ରାଙ୍କ ବିନା ରେକର୍ଡ ତୃତୀୟ ଥର ଏହି ଆଇସିସି ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ? ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ କି ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର?
ଚାମ୍ପିୟନ୍ସ ଟ୍ରଫିରେ ରୋହିତ ବନାମ ବିରାଟ
ନିଜ ପ୍ରତିଭା ବଳରେ ଗରିବ ଘରର ଝିଅ ଦେବୀ ପାୱାରଲିଫ୍ଟିଂରେ ଜିତିଛନ୍ତି ବହୁ ଗୋଲ୍ଡ ଓ ସିଲଭର୍ ମେଡାଲ୍ । କାନ୍ଥ ଭାଙ୍ଗିଯାଇଥିବା ଚାଳ ଘରେ ଓହଳାଇଛନ୍ତି ଏହି ସବୁ ମେଡାଲ୍ । କିନ୍ତୁ ଆର୍ଥିକ ଦୁରାବସ୍ଥା ତାଙ୍କୁ ବାଧ୍ୟ କରିଛି ଛେଳି ଚରାଇବା ପାଇଁ ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ ଝଟକା ଲାଗିଛି। ପ୍ରଥମରୁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଆହତ ହୋଇ ବାଦ ପଡିଥିଲେ। ଭାରତୀୟ ଦଳ ଶନିବାର ଦୁବାଇ ଗସ୍ତ କରିଥିଲା। ଦୁବାଇରେ ପ୍ରଥମ ଦିନର ନେଟ୍ସରେ ଭାରତକୁ ଆଉ ଏକ ବଡ ଝଟକା ଲାଗିଛି।
ରବିବାର ଭାରତ ପକ୍ଷରୁ ନବନୀତ କୌର ଓ ରୁତୁଜା ଦାଦାସାଓ ପିସାଲ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ଇଂଲଣ୍ଡ ପକ୍ଷରୁ ପେଜ ଗିଲଟ ଓ ଟେସା ହାୱାର୍ଡ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ଯୁବ ସ୍ପିନର ଆଲା ଘଜନଫର ଆହତ ହୋଇ ଆଇପିଏଲର ଆସନ୍ତା ସଂସ୍କରଣରୁ ବାଦ ପଡିଥିଲେ। ମୁମ୍ବାଇ ମାତ୍ର ଦୁଇ ଜଣ ସ୍ପିନରଙ୍କୁ ଅକ୍ସନରେ କିଣିଥିଲା। ଆଲା ଘଜନଫର ଓ କର୍ନ ଶର୍ମା ଦଳରେ ରହିଥିବା ବେଳେ ଘଜନଫରଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲା।
ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ ହକି ଶନିବାର ଆରମ୍ଭ ହୋଇଛି। ଅନ୍ତିମ ମିନିଟ ଗୋଲ ବଳରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ୩-୨ରେ ହରାଇଥିବା ବେଳେ ପୁରୁଷ ଦଳ ୧-୩ରେ ସ୍ପେନ ନିକଟରୁ ପରାଜିତ ହୋଇଛି।
ଭାରତୀୟ କ୍ରିକେଟ୍ ଦଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଶନିବାର ଦୁବାଇ ଯାତ୍ରା କରିଛି। ବିସିସିଆଇର ନିୟମ ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ ଟିମ୍ ଇଣ୍ଡିଆର ସମସ୍ତ ୧୫ ଖେଳାଳି ଆଜି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ‘ସଞ୍ଜୀବନୀ’ ହୋଇଛି ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟ । ଏହା ସହିତ ଏହି ଆଇସିସି ମୁକୁଟ ପାଇଁ ମଜଭୁତ ହୋଇଛି ରୋହିତ ସେନାର ଦାବିଦାରୀ ।
ଚାମ୍ପିୟନ୍ସ ଟ୍ରଫିରୁ ବୁମରା ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି । ବିସିସିଆଇ ହର୍ଷିତ ନାଁ ଘୋଷଣା କରିଛି ।