Advertisment

Barabati Fire Safety Matter: ପ୍ରତିଶ୍ରୁତି ଦେଲେ ସରକାର, ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ମ୍ୟାଚ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Cuttack

Cuttack

ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ଓଡିଶା ହାଇକୋର୍ଟ। ଆଜିର ଶୁଣାଣିରେ ସରକାରଙ୍କ ପକ୍ଷରୁ ସୁରକ୍ଷିତ ମ୍ୟାଚ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ପକ୍ଷ ରଖାଯାଇଛି। ମ୍ୟାଚ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି। ମ୍ୟାଚ ସମୟରେ ଯେପରି କୌଣସି ଧନଜୀବନ ହାନୀ ନହୁଏ, ସେନେଇ ସରକାରୀ ଓକିଲ ପ୍ରତିଶ୍ରୁତି ଦେଲା ପରେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି।

Advertisment

ଗତ ଅକ୍ଟୋବର ପହିଲା ସୁଦ୍ଧା ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ସୂଚନା ଅଧିକାର ଆଇନ୍‌ରେ ତଥ୍ୟ ମିଳିଥିଲା। ସେହି ତଥ୍ୟ ଆଧାରରେ କଟକର ଜଣେ ସ୍ୱେଚ୍ଛାସେବୀ ତୋଫାନ ଦାସ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ପ୍ରାୟ ୫୦ ହଜାର ଦର୍ଶକ ଏକାଠି ହେଉଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ସେ ଆବେଦନରେ ଉଲ୍ଲେଖ କରିଥିଲେ।

ଅଧିକ ପଢ଼ନ୍ତୁ: ଭାରତ-ଇଂଲଣ୍ଡ କଟକ ବାରବାଟୀ ଦିନିକିଆ ମ୍ୟାଚ୍‌; ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ...

Advertisment

ସୂଚନାରୁ ପ୍ରକାଶ, ବାରବାଟୀରେ ଫେବ୍ରୁଆରୀ ୯ ତାରିଖରେ ହେବ କ୍ରିକେଟ୍‌ ମ୍ୟାଚ୍‌। ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଦୀର୍ଘ ଦିନ ବ୍ୟବଧାନରେ ମ୍ୟାଚ୍‌ ହେଉଥିବାରୁ ୫୦ ହଜାରରୁ ଅଧିକ ଦର୍ଶକ ଖେଳ ଦେଖିବାକୁ ଆସିବେ। ଷ୍ଟାଡିୟମ୍‌ରେ ପ୍ରବଳ ଭିଡ ପରିଲକ୍ଷିତ ହେବ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି।

Cuttack Orissa High Court Barabati Stadium
Advertisment
Advertisment