ଅନେକ ଭାରତୀୟ କ୍ରିକେଟ୍ ଖେଳାଳୀ ଅନ୍ୟ ଦେଶରେ କ୍ରିକେଟ୍ କୋଚ୍ ହେବାର ସୌଭାଗ୍ୟ ପାଇଛନ୍ତି।
ସନ୍ଦୀପ ପାଟିଲ: ଭାରତର ପୂର୍ବତନ କ୍ରିକେଟର ୧୯୯୬ରେ ଅଳ୍ପ କିଛି ଦିନ ଭାରତୀୟ ଦଳର କୋଚ୍ ରହିଥିବା ବେଳେ କେନିଆ ଦଳର ମୁଖ୍ୟ ଦାୟିତ୍ବ ନିର୍ବାହ କରିଥିଲେ।
ପାଟିଲଙ୍କ କୋଚିଂରେ କେନିଆ ଦଳ ୨୦୦୩ ବିଶ୍ବକପ୍ ସେମି ଫାଇନାଲରେ ପ୍ରବେଶ କରିଥିଲା। ଏହା ଉଭୟ କେନିଆ ଓ ସନ୍ଦୀପ ପାଟିଲଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା।
ଲାଲଚାନ୍ଦ ରାଜପୁତ: ଭାରତୀୟ ଖେଳାଳି ଲାଲଚାନ୍ଦ ରାଜପୁତ ୨୦୧୬ରେ ଆଫଗାନିସ୍ତାନ ଦଳର କୋଚ୍ ଦାୟିତ୍ବ ନିର୍ବାହ କରିଥିଲେ। ଏହି ସମୟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଚମତ୍କାର ବିଜୟ ହାସଲ କରିଥିଲା ଆଫଗାନିସ୍ତାନ।
ପରବର୍ତ୍ତୀ ସମୟରେ ରାଜପୁତ ଜିମ୍ବାୱେ ଜାତୀୟ ଦଳର କୋଚ୍ ଦାୟିତ୍ବରେ ରହିଥିଲେ। ୨୦୧୮-୨୦୨୨ ଯାଏ ସେ ଏହି ଦାୟିତ୍ବ ନିର୍ବାହ କରିଥିଲେ।
ରବିନ ସିଂ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବିନ ସିଂ ନିଜ କ୍ୟାରିୟରରେ ହଂକଂ, ଆମେରିକା ଓ ୟୁଏଇ ଦଳର କୋଚ୍ ରହିଥିଲେ।
ଆଇପିଏଲ୍ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ବାର୍ବାଡୋସ ଟ୍ରାଇଡେଣ୍ଟସର କୋଚ୍ ଦାୟିତ୍ବରେ ନଜର ଆସିଥିଲେ ରବିନ ସିଂ।
ଏସ.ଶ୍ରୀରାମ: ପୂର୍ବତନ ଭାରତୀୟ ସ୍ପିନର ଶ୍ରୀଧରନ୍ ଶ୍ରୀରାମ ପ୍ରଥମେ ୨୦୧୫ରେ ଅଷ୍ଟ୍ରେଲିଆ ଏ ଦଳର ଭାରତ ଗସ୍ତ ସମୟରେ କୋଚ ରହିଥିଲେ।
୨୦୧୯ରେ ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ଶ୍ରୀରାମ ଅଷ୍ଟ୍ରେଲିଆ ସିନିୟର ଦଳ ସହିତ କାର୍ଯ୍ୟ କରିଥିଲେ। ଇଂଲଣ୍ଡ ବିପକ୍ଷ ସିରିଜ ବିଜୟରେ ତାଙ୍କର ବୃହତ ଭୂମିକା ରହିଥିଲା।
ଅଜୟ ଜାଡେଜା- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାଇଲିସ ବ୍ୟାଟର ଅଜୟ ଜାଡେଜା ୨୦୨୩ ଦିନିକିଆ ବିଶ୍ବକପ ସମୟରେ ଆଫଗାନିସ୍ତାନ ଦଳର ସହକାରୀ କୋଚ ରହିଥିଲେ।
କୋଚ ଭାବରେ ଜାଡେଜା ଟଙ୍କାଟିଏ ପାଉଣା ନେଇ ନ ଥିବା ବେଳେ ଆଫଗାନିସ୍ତାନ ଏହି ଟୁର୍ନମେଣ୍ଟରେ ଇଂଲଣ୍ଡ ଓ ପାକିସ୍ତାନକୁ ହରାଇଥିଲା।