ଏମିତି ବି ଏକ ସମୟ ଥିଲା ଯେତେବେଳେ ଅଧିନାୟକ ରୋହିତ ଶର୍ମା ନିଜ ବାପା ମାଆଙ୍କ ସହ ଏକ ଛୋଟ ଘରେ ରହୁଥିଲେ । କିନ୍ତୁ କ୍ରିକେଟରେ ସଫଳତା ପାଇବା ପରେ ରୋହିତଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ଫଳରେ ସେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ରୋହିତଙ୍କ ଏହି ଘରର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା । ରୋହିତ ଶର୍ମାଙ୍କ ଏହି ଘର ମୁମ୍ବାଇର ୱର୍ଲି ଅଞ୍ଚଳରେ ଅବସ୍ଥିତ ।
ଭାରତ ୨୫୨ ରନ୍ ବିଜୟ ଲକ୍ଷ୍ୟକୁ ହାସଲ କରି ପ୍ରଥମ ଦଳ ଭାବେ ତୃତୀୟ ଥର ଆଇସିସି ଚାମ୍ପିଆନ୍ସ ଟ୍ରଫିରେ ବିଜୟ ହାସଲ କରିଛି।
ସୁପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚାଲିଛି ହାଇଭୋଲଟେଜ୍ ମ୍ୟାଚ । ଆଜିର ଏହି ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ । ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍ କରିଥିଲା ନ୍ୟୁଜିଲାଣ୍ଡ ।
ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।
ବିରାଟଙ୍କ ପୋଷ୍ଟକୁ ନେଇ ହଟଚମଟ ହେଲେ ଫ୍ୟାନ୍ । ଯିଏ ଦେଖିଲା ସିଏ ହେଲା ଆଶ୍ଚର୍ଯ୍ୟ ଚକିତ । କା଼ରଣ ପୋଷ୍ଟ ହିଁ ଥିଲା ସେମିତି । ଫ୍ୟାନ୍ ଭାବିଲେ ଅବସର ନେଇଗଲେ ରନ୍ ମେସିନ୍ ।
ଆଡିଲେଡ୍ରେ ଚାଲିଥିବା ଦିନିକିଆ ମ୍ୟାଚ୍ରେ ୧୬୩ ରନ୍ କରିଥିଲା ଅଷ୍ଟ୍ରେଲିଆ । ଯାହାକୁ ପିଛା କରି ପାକିସ୍ତାନ ୯ ୱିକେଟ୍ରେ ବିଜୟ ହାସଲ କରିଛି ।
ପଡ଼ିଆରେ ହେଉ କିମ୍ବା ବାହାରେ ସବୁବେଳେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟିଥାନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ରୋହିତ ଶର୍ମା ।
ମହେନ୍ଦ୍ର ସିଂ ଧୋନି ଓ ରିଷଭ ପନ୍ତ - ଉଭୟଙ୍କ ମଧ୍ୟରେ ଯେତେବେଳେ ବି ତୁଳନା କରାଯାଏ, ନିକିତିର ଗୋଟିଏ ପଟ ବହୁତ ଓଜନିଆ ହୋଇଯାଏ। ଏବେ ପ୍ରତିଭାଶାଳୀ ପନ୍ତଙ୍କ ପ୍ରଦର୍ଶନରେ କିମ୍ବଦନ୍ତୀ ଧୋନିଙ୍କ ଝଲକ ଦେଖିବାକୁ ପାଇଛନ୍ତି କ୍ରିକେଟ୍ ବିଶ୍ଳେଷକ। ଫଳରେ ପୁଣି ଥରେ ତୁଳନା ହୋଇଛି; ହେଲେ ପନ୍ତ କ’ଣ ନିଜ ମାର୍ଗଦର୍ଶକଙ୍କୁ ଟପିପାରିବେ?
ଆଇପଇଲ୍ ଅନ୍ ଦ ୱେ । ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ତମ ସଂସ୍କରଣ । ତେବେ ଏହା ପୂର୍ବରୁ ଆରମ୍ଭ ହେଇଛି ବାଦବିବାଦ । ଚେନ୍ନାଇ ସୁପରକିଙ୍ଗସକୁ ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଦେଇଛନ୍ତି ବିବାଦୀୟ ବୟାନ। ସେ ଏବେଠୁ ଭବିଷ୍ୟବାଣୀ କରିଛନ୍ତି ଯେ, ଏଥର ଧୋନୀଙ୍କ ଟିମ୍ ଚେନ୍ନାଇ ୫ ନମ୍ବର ସ୍ଥାନରେ ରହିବ । ଏମିତିକି ସିଧାସଳଖ ସେ କହିଛନ୍ତି ପ୍ଲେ-ଅଫରେ ମଧ୍ୟ […]