ନିର୍ବାଚନ ପ୍ରଚାର ସମୟରେ ସେହୱାଗ ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଆସିଛନ୍ତି । ଯେତେବେଳେ ଜଣେ ବଡ଼ ଭାଇ କିଛି କାମ କରନ୍ତି, ସମସ୍ତଙ୍କୁ ଏକାଠି ହୋଇ ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ’ ।
ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି । ତେଣୁ ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି କହିଛନ୍ତି ସେହୱାଗ ।