ଛାଡ଼ପତ୍ର ପରେ ଚହଲ ଧନଶ୍ରୀଙ୍କୁ ଭରଣପୋଷଣ ବାବଦରେ ୪.୭୫ କୋଟି ଟଙ୍କା ଦେବେ । ମିଳିଥିବା ସୂଚନା ଅନୁଯାୟୀ ଧନଶ୍ରୀଙ୍କୁ ଚହଲ ପ୍ରଥମ କିସ୍ତିରେ ୨.୩୭ କୋଟି ଟଙ୍କା ଦେଇ ସାରିଛନ୍ତି ।
ଆଇପିଏଲ ୨୦୨୫ରେ ୧୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ପ୍ରତ୍ୟେକ ଦଳ ଟାଇଟଲ ଜିତିବାକୁ ପ୍ରୟାସ କରିବେ। ଆଜି ଆସନ୍ତୁ ନଜର ପକାଇବା ପ୍ରଥମ ସିଜିନର ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସ ଦଳର କଣ ରହିଛି ଶକ୍ତି ଓ ଦୁର୍ବଳତା ।
ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କ ବୋଲିଂ ତ୍ରିମୂର୍ତ୍ତି ପେସ୍ ଆକ୍ରମଣକୁ ଅତ୍ୟନ୍ତ ପ୍ରଭାବଶାଳୀ କରିଛି। ବୁମରାଙ୍କ ଡେଥ ଓଭର ଦକ୍ଷତା, ବୋଲ୍ଟଙ୍କ ସୁଇଙ୍ଗ ଓ ଚହରଙ୍କ ପାୱାର ପ୍ଲେର ବୋଲିଂ ପ୍ରତିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ପେସର ଭାବେ ବିଭିନ୍ନତା ଯୋଗ କରନ୍ତି।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ରିଷଭ ପନ୍ତଙ୍କ ଠାରୁ ଲୋକେଶ ରାହୁଲଙ୍କୁ ଦିଆଯାଇଥିଲା ଅଗ୍ରାଧିକାର । ସେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ତାଙ୍କ ଚୟନକୁ ସଠିକ୍ ସାବ୍ୟସ୍ତ କରିଥିଲେ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଦିନିକିଆରେ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ରାହୁଲ?
ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ହାର୍ଦ୍ଦିକଙ୍କ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ଜସ୍ମିନ ୱାଲିଆ ଦୁବାଇ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ନଜର ଆସିଥିଲେ। ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ଯେ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ଙ୍କ ସହ ଛାଡପତ୍ର ପରେ ହାର୍ଦ୍ଦିକଙ୍କ ଜୀବନରେ ପରିବର୍ତ୍ତନ ଆସିଛି।
ଆଇପିଏଲ୍ ଇତିହାସରେ ଅନେକ ଅବିସ୍ମରଣୀୟ ବୋଲିଂ ପ୍ରଦର୍ଶନ ରହିଛି। ବୋଲିଂ ବଳରେ ହିଁ ଟୁର୍ନାମେଣ୍ଟ ଜିତିବା ସମ୍ଭବ ହୋଇଥାଏ। ଆସନ୍ତୁ ନଜର ପକାଇବା ଆଇପିଏଲର ୫ ଶ୍ରେଷ୍ଠ ବୋଲିଂ ଫିଗର ଉପରେ ଯାହା ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲା।
ଟି୨୦ କ୍ରିକେଟର ମହାକୁମ୍ଭ ତଥା ବିଶ୍ବର ଧନଶାଳୀ କ୍ରିକେଟ ଲିଗ ଆଇପିଏଲ୍ (IPL)ର ୧୮ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଇତିହାସରେ ଅନେକ ଶ୍ରେଷ୍ଠ ଇନିଂସ ଦେଖିବାକୁ ମିଳିଛି। ଅନେକ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ନୂଆ ରେକର୍ଡ ଦେଖିବାକୁ ମିଳିବ। ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିବା ଆଇପିଏଲ ଇତିହାସର ଶ୍ରେଷ୍ଠ ୫ ଇନିଂସ ଉପରେ ଏକ ନଜର।
ଭାରତୀୟ ହକି ତାରକା ମନଦୀପ ସିଂ ଏବଂ ଉଦିତା ଦୁହାନ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଦମ୍ପତି ମାର୍ଚ୍ଚ ୨୧, ୨୦୨୫ରେ ଜଳନ୍ଧରର ମଡେଲ ଟାଉନ୍ସ୍ଥିତ ଶ୍ରୀ ଗୁରୁଦ୍ୱାରରେ ବିବାହ କରିବେ।
ଚାମ୍ପିୟନନ୍ସ ଟ୍ରଫି ସରିବା ପରେ ପାକିସ୍ତାନୀ କ୍ରିକେଟ ବୋର୍ଡ ଖେଳାଳିଙ୍କ ମ୍ୟାଚ ଫି ୭୫ ପ୍ରତିଶତ କାଟିବା ପାଇଁ ନିଷ୍ପତ୍ତି ନେଇଛି ।
ଆଇପିଏଲ ୧୮ର ସର୍ବକନିଷ୍ଠ ଖେଳାଳି
ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ ଏଣିକି ଖେଳାଳି ମାନଙ୍କ ସହିତ ତାଙ୍କ ପରିବାର ଲୋକ ଯାଇ ପାରିବେ ନାହିଁ। ୪୫ ଦିନର କମ ସମୟର ଟୁରରେ ପରବାର ଲୋକଙ୍କୁ ଅନୁମତି ନାହିଁ। ତେବେ ୪୫ ଦିନରୁ ଅଧିକ ଦିନର ଟୁର ରହିଥିଲେ ପରିବାର ଅଥବା ପତ୍ନୀ ଯୋଗ ଦେଇ ପାରିବେ।
ଟିମ୍ ଇଣ୍ଡିଆର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଅଗ୍ରଣୀ ଭୂମିକା ତୁଲାଇଛନ୍ତି ବ୍ୟାଟର୍ ଶ୍ରେୟସ ଆୟର । ସେ ଅଧିକାଂଶ ମ୍ୟାଚ୍ରେ ମଧ୍ୟକ୍ରମରେ ‘ପ୍ରାଚୀର’ ଭଳି ଛିଡ଼ା ହୋଇ ଟିମ୍କୁ ସମ୍ଭାଳିଥିଲେ । ଏହି ପ୍ରଦର୍ଶନ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି, ହେଲେ କାହିଁକି?
‘୨୦୨୧ ଟି-୨୦ ବିଶ୍ୱକପ୍ରେ ମୋର ପ୍ରଦର୍ଶନ ଭଲ ନଥିଲା, ସେତେବେଳେ ମୋତେ ଧମକପୂର୍ଣ୍ଣ କଲ୍ ଆସିଥିଲା’ ।
ଆଇପିଏଲର ପ୍ରଥମ ଅଭିଯାନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି । କାରଣ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଲମ୍ବନ ଯୋଗୁଁ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ । ଅନ୍ୟପଟେ ଦଳର ଷ୍ଟାର ବୋଲର ଯସପ୍ରୀତ ବୁମ୍ରା ଆଘାତ ଯୋଗୁ କିଛି ମ୍ୟାଚରୁ ବାହାରେ ରହିପାରନ୍ତି ।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦରମା କେତେ ? ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ କେତେ ? ହିଟମ୍ୟାନଙ୍କ ପାଖରେ କେତୋଟି ଘର ? କେତୋଟି ଗାଡ଼ି ଅଛି ?
ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ପୂର୍ବରୁ ଇଂଲିଶ ସୁପରଷ୍ଟାର ହ୍ୟାରୀ ବ୍ରୁକଙ୍କୁ ବଡ ଝଟକା। ଆସନ୍ତା ୨ ବର୍ଷ ପାଇଁ ଏହି ଷ୍ଟାର ଖେଳାଳିଙ୍କୁ ବ୍ୟାନ କରିଛି ଆଇପିଏଲର ଗଭରନିଙ୍ଗ କାଉନସିଲ। ମେଗା ଅକ୍ସନରେ ବ୍ରୁକଙ୍କୁ କିଣିଥିଲା ଦିଲ୍ଳୀ କ୍ୟାପିଟାଲ୍ସ। ତେବେ ଆଇପିଏଲର ୧୮ ତମ ସଂସ୍କରଣ ଆରମ୍ଭ ହେବାର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ଚୁକ୍ତିରୁ ଓହରି ଯାଇଛନ୍ତି ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ।
ଏମିତି ବି ଏକ ସମୟ ଥିଲା ଯେତେବେଳେ ଅଧିନାୟକ ରୋହିତ ଶର୍ମା ନିଜ ବାପା ମାଆଙ୍କ ସହ ଏକ ଛୋଟ ଘରେ ରହୁଥିଲେ । କିନ୍ତୁ କ୍ରିକେଟରେ ସଫଳତା ପାଇବା ପରେ ରୋହିତଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ଫଳରେ ସେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ରୋହିତଙ୍କ ଏହି ଘରର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା । ରୋହିତ ଶର୍ମାଙ୍କ ଏହି ଘର ମୁମ୍ବାଇର ୱର୍ଲି ଅଞ୍ଚଳରେ ଅବସ୍ଥିତ ।
କିଏ ଟିମ୍ ଇଣ୍ଡିଆର ସଫଳତମ କ୍ୟାପଟେନ୍ ? କାହା ନାଁରେ ଅଛି ଅଧିକ ରେକର୍ଡ ? ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା। କାହା ନାଁରେ ଅଧିକ ରେକର୍ଡ ଓ ଟ୍ରଫି ଅଛି ତାକୁ ନେଇ ଆରମ୍ଭ ହୋଇଛି ଫ୍ୟାନ ଓ୍ବାର।
ଏମ୍.ଏସ୍ ଧୋନୀ ବନାମ ରୋହିତ ଶର୍ମା। କିଏ ଟିମ୍ ଇଣ୍ଡିଆର ସଫଳତମ କ୍ୟାପଟେନ୍? କାହା ନାଁରେ ଅଛି ଅଧିକ ରେକର୍ଡ ? ଜାଣନ୍ତୁ ।
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରେକର୍ଡ ତୃତୀୟ ମୁକୁଟ ହାସଲ କରିଛି ଟିମ୍ ଇଣ୍ଡିଆ । ଟିମ୍ର ଏହି ସଫଳତା ପଛରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ବରୁଣ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଖେଳାଳିଙ୍କର ରହିଛି ଯୋଗଦାନ । ତେବେ ଏହାର ପ୍ରକୃତ ସ୍କ୍ରିପ୍ଟ ରାଇଟର୍ ହେଉଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଟିମ୍କୁ ମୁକୁଟ ଜିତାଇ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଗୁରୁ ଗମ୍ଭୀର ।
ଆର୍ଜେଣ୍ଟିନା ଫୁଟବଲର ଏହି କରିତକର୍ମା ବ୍ୟକ୍ତି ଜଣଙ୍କ ୪ ବର୍ଷ ତଳେ ହୃଦଘାତରେ ପ୍ରାଣ ହରାଇଥିଲେ। ତେବେ କିଭଳି ତାଙ୍କର ମୃତ୍ୟୁ ହୋଇଥିଲା ତାହା ଏ ଯାଏ ଏକ ରହସ୍ୟ ରହି ଆସିଛି। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଏକ ମାସ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା ।
ଚାମ୍ପିୟନ୍ସ୍ ଟ୍ରଫି ପୂର୍ବରୁ ମହାପ୍ରଭୁଙ୍କ ଶରଣକୁ ଆସିଥିଲେ ଟିମ୍ ଇଣ୍ଡିଆ ଖେଳାଳି। ପୁରୀ ଆସି ଆଶିଷ ଲୋଡ଼ିଥିଲେ। ଡାକ ଶୁଣିଲେ ଲୀଳାମୟ, ୧୨ ବର୍ଷ ପରେ ଚମ୍ପିୟାନ୍ସ୍ ଟ୍ରଫି ଜିତିଲା ଭାରତ ।
ଚାମ୍ପିଅନ୍ସ ଟ୍ରଫି ଜିତି ଭାରତ ଇତିହାସ ରଚିଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତଙ୍କ ନାଁରେ କିନ୍ତୁ ଯୋଡ଼ି ହୋଇଛି ଅଲୋଡା ରେକର୍ଡ । ରୋହିତ ଶର୍ମା ଦିନିକିଆ ମ୍ୟାଚ୍ରେ ଟସ୍ ହାରିବାର ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି ।
ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମହାପ୍ରଭୁଙ୍କ ଶରଣକୁ ଆସିଥିଲେ ଟିମ୍ ଇଣ୍ଡିଆ ଖେଳାଳି । ଚାମ୍ପିଅନ୍ସ୍ ଟ୍ରଫି ପୂର୍ବରୁ ପୁରୀ ଆସି ଆଶିଷ ଲୋଡ଼ିଥିଲେ । ଆଉ ତାଙ୍କ ଡାକ ଶୁଣିଲେ ଲୀଳାମୟ, ଆଶିଷ ଢାଳିଦେଲେ ।