/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737957007.jpg)
Payal Journey from Labourer to Champion
ହାତ ନଥାଇ ମଧ୍ୟ ତାଙ୍କ ଟାର୍ଟେଟ୍ କେବେ ମିସ୍ ହୁଏନି। ଗୋଡ଼ ନଥାଇ ବି ତାଙ୍କୁ ସଫଳତାର ସିଢି ଚଢିବାରୁ କେହି ରୋକି ପାରିନି। ଭଗବାନ ସିନା ତାଙ୍କୁ ଦିବ୍ୟାଙ୍ଗ କରିଦେଲେ ହେଲେ ସେ ଏଥିରେ ଭାଙ୍ଗି ପଡିଲେ ନାହିଁ କି ଘରେ ବସି ଭାଗ୍ୟକୁ ଦୋଷ ଦେଲେ ନାହିଁ। କଠିନ ପରିଶ୍ରମ କରିଚାରିଲେ ଆଉ ବନିଗଲେ ଗୋଲ୍ଡେନ ଗାର୍ଲ। ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବି କାଠି ଏକଥାକୁ ପ୍ରମାଣ କରିଛନ୍ତି ବଲାଙ୍ଗୀର ଯମୁନାବାହାଲ ଗାଁର ପାୟଲ ନାଗ । ଗୋଡରେ ତୀରନ୍ଦାଜୀ କରି ପାୟଲ ହୋଇଛନ୍ତି ଚାମ୍ପିଅନ ଆଉ ଜିତିଛନ୍ତି ଜାତୀୟ ପାରା ତୀରନ୍ଦାଜ ଟାଇଟଲ । ଆଉ ସବୁଠାରୁ ବଡ଼ କଥା ହେଉଛି ପାୟଲ ନିଜ ଆଦର୍ଶ ଅର୍ଥାତ ଯାହାକୁ ଦେଖି ତୀରନ୍ଦାଜୀ ଶିଖିଥିଲେ ତାଙ୍କୁ ହରାଇ ଟାଇଟଲ ଜିତିଛନ୍ତି ।
ରାଜସ୍ଥାନ ଜୟପୁରରେ ଚାଲିଥିବା ୬ଷ୍ଟ ଜାତୀୟ ପାରା ତୀରନ୍ଦାଜ କମ୍ପାଉଣ୍ଡ ରାଉଣ୍ଡ-୧ କାଟାଗୋରିରେ ଦୁଇଟି ସ୍ଵର୍ଣ୍ଣ ପଦକ ପାଇଛନ୍ତି ପାୟଲ। ଏଥିରେ ସେ ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଅର୍ଜୁଜ ପୁରସ୍କାର ବିଜେତା ଶୀତଲ ଦେବୀଙ୍କୁ ହରାଇଛନ୍ତି । ସେ ଘରକୁ ଫେରିବା ପରେ ସାରା ଗାଁ ତାଙ୍କ ସହ ଉତ୍ସବରେ ଛୁମି ଯାଇଛି । ମେଡାଲ ଜିତିଥିବା ଗୋଲ୍ଡେନ ଗାର୍ଲଙ୍କୁ ବାଜା ବଜାଇ, ଫୁଲ ପକାଇ ଧୁମଧାମ କରି ସ୍ୱାଗତ କରିଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ: ଦୁଲୁକିବ ବାରବାଟୀ...୨ରୁ ଟିକେଟ ବିକ୍ରି, ଗୋଟିଏ IDରେ ମିଳିବ ୨ଟା ଟିକେଟ୍
ପାୟଲଙ୍କ ପଛରେ ଅଛି ଦାଦନ ଦୁଃଖର କରୁଣ କାହାଣୀ। ବାପା, ମା’ ଦାଦନ ଯାଇଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଆଉ ହାତ ଗୋଡ ହରାଇଥିଲେ ସେ। ସେତେବେଳେ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ ପରିବାର। କିନ୍ତୁ ଦେବଦୂତ ସାଜିଥିଲେ ତତକାଳୀନ ଜିଲ୍ଳାପାଳ ଚଞ୍ଚଲ ରାଣା।
ଏବେ ପାୟଲ, କେବଳ ବଲାଙ୍ଗିର କି ଓଡିଶାର ନୁହେଁ ସମଗ୍ର ଦେଶର ଗୋଲ୍ଡେନ ଗାର୍ଲ। ତେବେ ଏତିକି ସେ ଅଟକି ଯାଇ ନାହାନ୍ତି ଆଗକୁ ଅଲମ୍ପିକରେ ଗୋଲ୍ଡ ମେଡାଲ ଡିତିବା ଓ ଅର୍ଜୁନ ଆଓ୍ବାର୍ଡ ପାଇବାକୁ ଆଶା ରଖିଛନ୍ତି ପାୟଲ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)