ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ଅଛି। କୋଲକାତାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତ ବଡ଼ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲା । ତେବେ ଆଜି ଦ୍ୱିତୀୟ ମ୍ୟାଚ୍ରେ ଉଭୟ ଦଳ ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ସନ୍ଧ୍ୟା ୭ ଟାରେ ଆରମ୍ଭ ଏହି ହାଇଭୋଲଟେଜ୍ ମ୍ୟାଚ୍ ଆରମ୍ଭ ହେବ ।
Also Read
ତେବେ ଚେନ୍ନାଇର ପିଚ୍ ସ୍ପିନରମାନଙ୍କୁ ବେଶ୍ ସହାୟକ ହୋଇଥାଏ । କାହିଁକି ନା ଏହି ଷ୍ଟାଡିୟମର ପିଚ୍ ବହୁତ ସ୍ଲୋ’ ରହିଥାଏ । ଏପରିସ୍ଥଳେ ଆଜିର ମ୍ୟାଚ୍ଟି ଲୋ ସ୍କୋରିଂ ହେବାର ସମ୍ଭାବନା ରହିଛି । ପ୍ରଥମ ଇନିଂସରେ ଏଠାରେ ହାରାହାରି ସ୍କୋର ୧୭୦ ରନ୍ ରହିଥାଏ । ଏହି ଷ୍ଟାଡିୟମରେ କାକର ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ଏପରିସ୍ଥିତିରେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ ।
ଅଧିକ ପଢ଼ନ୍ତୁ: ଦୁଲୁକିବ ବାରବାଟୀ...୨ରୁ ଟିକେଟ ବିକ୍ରି, ଗୋଟିଏ IDରେ ମିଳିବ ୨ଟା ଟିକେଟ୍
ସେପଟେ ପ୍ରଥମ ଟି-୨୦ରେ ବିଜୟ ପରେ ଦଳର ଚୁଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିନପାରନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ତେବେ ଆଜିର ମ୍ୟାଚ୍ରେ ଭାରତ ଗୋଟିଏ ପରିବର୍ତ୍ତନ କରିପାରେ । ଚୁଡ଼ାନ୍ତ ଏକାଦଶରେ ମହମ୍ମଦ ସାମିଙ୍କୁ ସାମିଲ କରାଯାଇପାରେ । ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଦଳରେ ପ୍ଲେଇଂ ଇଲେଭେନ୍ରେ ସାମିଲ ହୋଇପାରନ୍ତି ସାମି ।
ସେପଟେ ପ୍ରଥମ ଟି-୨୦ରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ମ୍ୟାଚ୍ରେ ଚୁଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛି ଇଂଲଣ୍ଡ । ପ୍ରଥମ ମ୍ୟାଚ୍ରେ ବ୍ୟୟବହୁଳ ବୋଲର ଥିବା ଗସ୍ ଆତିକସନ୍ଙ୍କୁ ଦ୍ୱିତୀୟ ମ୍ୟାଚ୍ରେ ଡ୍ରପ୍ କରିଛି । ଆତିକସନ୍ଙ୍କ ସ୍ଥାନରେ ବ୍ରାୟେଡନ୍ କାର୍ସଙ୍କୁ ଦଳର ଚୁଡ଼ାନ୍ତ ଏକାଦଶରେ ସାମିଲ କରିଛି ।
ଭାରତୀୟ ଦଳ(ସମ୍ଭାବ୍ୟ): ଅଭିଷେକ ଶର୍ମା, ସଂଜୁ ସାମସନ୍ (ୱିକେଟ୍ରକ୍ଷକ), ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତୀଶ କୁମାର ରେଡ୍ଡୀ/ମହମ୍ମଦ ସାମି, ଅକ୍ଷର ପଟେଲ (ଉପଅଧିନାୟକ), ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ଇଂଲଣ୍ଡ ଦଳ (ସମ୍ଭାବ୍ୟ): ଫିଲ୍ ସଲ୍ଟ (ୱିକେଟରକ୍ଷକ), ବେନ୍ ଡକେଟ୍, ଜୋସ୍ ବଟଲର୍ (ଅଧିନାୟକ), ହାରି ବ୍ରୁକ୍, ଲିଆମ୍ ଲିଭିଂଷ୍ଟୋନ୍, ଜ୍ୟାକବ୍ ବେଥେଲ/ଜାମି ସ୍ମିଥ୍, ଜାମି ଓଭରଟନ୍, ବ୍ରାଏଡନ୍ କାର୍ସ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ମାର୍କ ଉଡ୍