Advertisment

Rohit Sharma: ରୋହିତଙ୍କୁ ଭାବବିହ୍ବଳ ହୋଇ ଚିଠି ଲେଖିଲେ ଫ୍ୟାନ୍‌; କହିଲେ...

ଜମ୍ମୁ ଓ କାଶ୍ମୀର ବିପକ୍ଷରେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଜଣେ ୧୫ ବର୍ଷୀୟ ଫ୍ୟାନ୍‌ଙ୍କଠାରୁ ହୃଦୟସ୍ପର୍ଶୀ ଓ ଭାବବିହ୍ବଳ ଚିଠି ମିଳିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Rohit Sharma receives heartfelt letter

Rohit Sharma receives heartfelt letter

ରୋହିତଙ୍କ ମିଳିଲା ହୃଦୟସ୍ପର୍ଶୀ ଚିଠି...ଭାବବିହ୍ବଳ ହୋଇ ଚିଠି ଲେଖିଲେ ଫ୍ୟାନ୍‌...ଭୂରି ଭୂରି କଲେ ପ୍ରଶଂସା । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଚିଠି । ଫ୍ୟାନ୍‌ କହିଲେ- ‌ରୋହିତ ହିଁ ତାଙ୍କ କ୍ରିକେଟ ଦେଖିବାର କାରଣ, ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେଉଛନ୍ତି ରୋହିତ ଶର୍ମା ।

Advertisment

ଜମ୍ମୁ ଓ କାଶ୍ମୀର ବିପକ୍ଷରେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଜଣେ ୧୫ ବର୍ଷୀୟ ଫ୍ୟାନ୍‌ଙ୍କଠାରୁ ହୃଦୟସ୍ପର୍ଶୀ ଓ ଭାବବିହ୍ବଳ ଚିଠି ମିଳିଛି। ନିଜକୁ ଯଥାର୍ତ ଛାବ୍ରିଆ ବୋଲି ପରିଚୟ ଦେଇଥିବା ଏହି ଫ୍ୟାନ୍‌ ଜଣକ ଚିଠିରେ ଲେଖିଛନ୍ତି ଯେ, ରୋହିତ ହିଁ ତାଙ୍କ କ୍ରିକେଟ ଦେଖିବାର କାରଣ।

ଅଧିକ ପଢ଼ନ୍ତୁ: ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ ଅର୍ଶଦୀପ ସିଂହଙ୍କ ଚୟନ କେତେ ଯଥାର୍ଥ

ରୋହିତ ରଣଜୀ ଟ୍ରଫିରେ ମୁମ୍ବାଇ ପାଇଁ ଖେଳିଥିଲେ ମଧ୍ୟ ଭଲ ସ୍କୋର କରିବାରେ ବିଫଳ ହୋଇଛନ୍ତି। ପ୍ରଥମ ଇନିଂସରେ ମାତ୍ର ୩ ରନ ଓ ଦ୍ୱିତୀୟ ଇନିଂସରେ ୨୮ ରନ କରିଥିଲେ। ତଥାପି, ଭାରତୀୟ ଅଧିନାୟକଙ୍କୁ ଦେଖିବାକୁ କ୍ରେଜ କମିନଥିଲା। ଏମିତିକି ଜଣେ ଫ୍ୟାନ୍‌ ସୁରକ୍ଷା ବଳୟକୁ ଭେଦ କରି ପଡ଼ିଆରେ ରୋହିତଙ୍କୁ ଭେଟିଥିଲେ। ଭାରତୀୟ ଅଧିନାୟକ ଏବେ ୧୫ ବର୍ଷୀୟ ଛାବ୍ରିଆଙ୍କ ଠାରୁ ଚିଠି ପାଇଛନ୍ତି, ରୋହତିଙ୍କୁ ସର୍ବକାଳୀନ ଭାବରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଲେଖିଛନ୍ତି।

Advertisment

ଆହୁରି ଲେଖିଛନ୍ତି ଯେ, ରୋହିତ ଏବେ ସଠିକ ରାସ୍ତାରେ ଅଛନ୍ତି ଓ  ଆଗାମୀ ଚାମ୍ପିଅନ୍ସ ଟ୍ରଫିରେ ବଢିଆ ଫର୍ମକୁ ଫେରିବେ। ରୋହିତଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ରୋହିତ କେବେ ବି ଅବସର ନ ନେବା ପାଇଁ ଅନୁରୋଧ କରିଛନ୍ତି। ଚିଠି ଶେଷରେ ଲେଖିଛନ୍ତି ଯେ, ଭାରତୀୟ ଅଧିନାୟକ ଖୁବ୍ ଶୀଘ୍ର ତାଙ୍କର ସର୍ବୋତ୍ତମ ଫର୍ମକୁ ଫେରିବେ।

ତେବେ ଖରାପ ଫର୍ମ ଦେଇ ଗତି କରୁଥିବା ଅଧିନାୟକ ରୋହିତ ଶର୍ମା ଦୀର୍ଘ ୧୦ ବର୍ଷ ପରେ ରଣଜୀ ଟ୍ରଫି ଖେଳିବାକୁ ଓହ୍ଲାଇଥିଲେ। ତେବେ ପ୍ରଥମ ମ୍ୟାଚରେ ରୋହିତ ମାତ୍ର ୩ ରନ କରି ଆଉଟ ହୋଇଥିଲେ। ଜମ୍ମୁ କଶ୍ମୀର ବିପକ୍ଷରେ ମୁମ୍ବାଇ ଟସ ଜିତି ବ୍ୟାଟିଂ କରିଥିଲା। ରୋହିତ ମାତ୍ର ୩ ରନ କରିଥିବା ବେଳେ ଜୟସ୍ବାଲ ୪ ରନ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ଶ୍ରେୟସ ଆୟର ୧୧ରନ ସ୍କୋର କରିଥିଲେ। ପୂର୍ବତନ ଭାରତୀୟ ଖେଳାଳି ଆଜିଙ୍କ୍ୟ ରାହାଣେ ୧୨ ରନ କରିଥିବା ବେଳେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ୫୧ ରନ କରିଥିଲେ।

ପାକିସ୍ତାନ ଓ ୟୁଏଇରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଫର୍ମରେ ସୁଧାର ପାଇଁ ସମସ୍ତ ଖେଳାଳିଙ୍କ ନିକଟରେ ସୁଯୋଗ ରହିଥିବା ବେଳେ ସମସ୍ତ ଖେଳାଳି ବିଫଳ ହୋଇଛନ୍ତି। ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟର ମୁମ୍ବାଇ ପକ୍ଷରୁ ଖେଳିଥିବା ବେଳେ ଗିଲ ପଞ୍ଜାବରୁ ଓ ରିଷଭ ପନ୍ତ ଦିଲ୍ଳୀ ଦଳରୁ ଖେଳୁଛନ୍ତି।

ଅଧିକ ପଢ଼ନ୍ତୁ: ଦୁଲୁକିବ ବାରବାଟୀ...୨ରୁ ଟିକେଟ ବିକ୍ରି, ଗୋଟିଏ IDରେ ମିଳିବ ୨ଟା ଟିକେଟ୍

Rohit Sharma Ranji Trophy Letter
Advertisment
Advertisment