Advertisment

Akram about Gambhir: ଗମ୍ଭୀରଙ୍କୁ ନେଇ ବଡ ବୟାନ ଦେଲେ ୱାସିମ ଆକ୍ରମ

ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ରହିଥିବା ଗୌତମ ଗମ୍ଭୀରଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ କ୍ରିକେଟ କିମ୍ବଦନ୍ତୀ ୱାସିମ ଆକ୍ରମ। ସବୁ ଖେଳାଳି ଗମ୍ଭୀରଙ୍କ ଠାରୁ ଶିଖିବା ଉଚିତ ବୋଲି ବଡ ବୟାନ ମଧ୍ୟ ଦେଇଛନ୍ତି ସେ। ଗମ୍ଭୀର ଜଣେ ଅଧିନାୟକ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Akram about Gambhir

Akram about Gambhir

ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ରହିଥିବା ଗୌତମ ଗମ୍ଭୀରଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ କ୍ରିକେଟ କିମ୍ବଦନ୍ତୀ ୱାସିମ ଆକ୍ରମ। ସବୁ ଖେଳାଳି ଗମ୍ଭୀରଙ୍କ ଠାରୁ ଶିଖିବା ଉଚିତ ବୋଲି ବଡ ବୟାନ ମଧ୍ୟ ଦେଇଛନ୍ତି ସେ। ଗମ୍ଭୀର ଜଣେ ଅଧିନାୟକ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି। ତେଣୁ ତାଙ୍କ ପରି ଅନ୍ୟମାନେ ହେବା ଉଚିତ ବୋଲି କହିଛନ୍ତି ଆକ୍ରମ। ଉଭୟ ଏକତ୍ର କୋଲକାତା ନାଇଟ ରାଇଡର୍ସ ଦଳରେ ରହିଥିଲେ।

Advertisment

୨୦୧୨ ଯେଉଁ ସିଜନରେ ଗମ୍ଭୀର କୋଲକାତାକୁ ଚାମ୍ପିୟନ କରିଥିଲେ ଆକ୍ରମ ସେହି ସିଜନର ଉଦାହରଣ ଦେଇଥିଲେ। ୨୦୧୨ ଚେନ୍ନାଇ ବିପକ୍ଷ ଫାଇନାଲ ପୂର୍ବରୁ ଗମ୍ଭୀରଙ୍କ ନିଷ୍ପତ୍ତି ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଫାଇନାଲ ମ୍ୟାଚ ପୂର୍ବରୁ ଲକ୍ଷ୍ମୀପତି ବାଲାଜୀ ଆହତ ହୋଇଥିଲେ। ବାଲାଜୀ ଦଳର ଷ୍ଟ୍ରାଇକ ବୋଲର ଥିବା ବେଳେ ଏହା ସମ୍ପୂର୍ଣ୍ଣ ସମୀକରଣ ବଦଳାଇ ଦେଇଥିଲା। ବ୍ରେଟ ଲି ରିପ୍ଲେସମେଣ୍ଟ ବୋଲର ଭାବରେ ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ ଅର୍ଶଦୀପ ସିଂହଙ୍କ ଚୟନ କେତେ ଯଥାର୍ଥ

ତେବେ ୪ ଜଣ ବିଦେଶୀ ଖେଳାଳି ନିୟମ ଥିବାରୁ ଆଉ ଜଣେ ବିଦେଶୀ ଖେଳାଳିଙ୍କୁ ବାହାରେ ବସିବାକୁ ପଡିଥାନ୍ତା। ଆଉ ସେହି ଖେଳାଳି ଜଣଙ୍କ ଥିଲେ ବିସ୍ଫୋରକ ଓପନର ବ୍ରେଣ୍ଡନ ମ୍ୟାକକୁଲମ। ଗୌତମ ମ୍ୟାଚ ପୂର୍ବରୁ ନିଜେ ଯାଇ ମ୍ୟାକକୁଲମଙ୍କ ସହିତ କଥା ହୋଇଥିଲେ ଓ ଦଳର ପରସ୍ଥିତି ବୁଝାଇଥିଲେ। ଫାଇନାଲରେ ମ୍ୟାକକୁଲମ ବାଦ ପଡିଥିଲେ ମଧ୍ୟ କୋଲକାତା ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।

Advertisment

ଫାଇନାଲରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ଉଇକଟ ହରାଇ ୧୯୦ ରନ କରିଥିଲା। ଦଳ ପକ୍ଷରୁ ସୁରେଶ ରାଇନା ସର୍ବାଧିକ ୭୩ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଇକ ହସି ୫୪ ଓ ମୁରଲୀ ବିଜୟ ୪୨ ରନ କରିଥିଲେ। ଜବାବରେ ମାନବିନ୍ଦର ବିସଲାଙ୍କ ୮୯ ରନ ବଳରେ ୫ ଉଇକେଟ ହରାଇ କୋଲକାତା ବିଜୟୀ ହୋଇଥିଲା। ଆକ୍ରମ କହିଛନ୍ତି ଜଣେ ଲିଡର ସର୍ବଦା ଗମ୍ଭୀରଙ୍କ ଭଳି ହେବା ଉଚିତ। ସେ ଯେଉଁଭଳି ଭାବେ ମ୍ୟାକକୁଲମଙ୍କ ସହିତ କଥା ହେଲେ ଓ ଟିମ ମ୍ୟାନ ଭଳି ଖେଳିଲେ ସେ ସର୍ବଦା ମୋର ମନେ ରହିବେ। ଯୁବ ଖେଳାଳିଙ୍କୁ ଅନ ଓ ଅଫ ଦ ଫିଲ୍ଡରେ ଏହି ଆଭିମୁଖ୍ୟ ଆପଣେଇବା ଜରୁରୀ ବୋଲି କହିଥିଲେ ୱାସିମ ଆକ୍ରମ।

ଅଧିକ ପଢ଼ନ୍ତୁ: ଦୁଲୁକିବ ବାରବାଟୀ...୨ରୁ ଟିକେଟ ବିକ୍ରି, ଗୋଟିଏ IDରେ ମିଳିବ ୨ଟା ଟିକେଟ୍

Gautam Gambhir Wasim Akram
Advertisment
Advertisment