Advertisment

India VS England T20 Squad 2025: ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ୍ ଦଳ

ଭ୍ରମଣକାରୀ ଇଂଲଣ୍ଡକୁ ଘାଇଲା କରି ୫ ଟିକିଆ ଶୃଙ୍ଖଳାକୁ ଜିତିବା ସହ ଘରୋଇ ପରିବେଶରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ସିରିଜ୍‌କୁ ହାତେଇବାକୁ କସରତ କରିଛି ସୂର୍ଯ୍ୟ ବାହିନୀ ।

author-image
Deviprasad Jena
ଅଦ୍ୟତନ ହୋଇଛି
India vs England T20 series squads

India VS England T20 Squad 2025

ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇବାର ଲକ୍ଷ୍ୟ ନେଇ ଭାରତୀୟ କ୍ରିକେଟ୍ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । ଏହି ଶୃଙ୍ଖଳାର ପ୍ରଥମ ଲଢ଼େଇ ଆଜି ସଂଧ୍ୟା ୭ଟାରୁ ଆରମ୍ଭ ହେବ । ଟେଷ୍ଟ୍‌ କ୍ରିକେଟରେ ମିଳିଥିଲା ବିଫଳତାକୁ ଭୁଲି ଫଟାଫଟ୍ କ୍ରିକେଟ୍ ଅଭିଯାନରେ ବାହାରିବ ଟିମ୍ ଇଣ୍ଡିଆ। । ଦଳର ଲକ୍ଷ୍ୟ କିନ୍ତୁ ଅପରିବର୍ତ୍ତିତ ରହିବ । ଭ୍ରମଣକାରୀ ଇଂଲଣ୍ଡକୁ ଘାଇଲା କରି ୫ ଟିକିଆ ଶୃଙ୍ଖଳାକୁ ଜିତିବା ସହ ଘରୋଇ ପରିବେଶରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ସିରିଜ୍‌କୁ ହାତେଇବାକୁ କସରତ କରିଛି ସୂର୍ଯ୍ୟ ବାହିନୀ । ଏହି ପ୍ରତୀକ୍ଷିତ ଶୃଙ୍ଖଳାରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେବେ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି ।

Advertisment

ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟି-ଟ୍ବେଣ୍ଟି । ଘରୋଇ ମାଟିରେ ଇଂଲଣ୍ଡକୁ ସାମ୍ନା କରିବ ଟି-୨୦ କ୍ରିକେଟର ବିଶ୍ୱ ବିଜେତା ଭାରତ । ୫ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ। ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ଥିବାରୁ ଭାରତ ପାଇଁ ଏହି ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ଏବେଠାରୁ ହିଁ କସରତ୍ କରିବାକୁ ପଡ଼ିବ । ଏଥିସହ ଏହି ମ୍ୟାଚ୍‌ରେ ନୂଆ ଖେଳାଳିଙ୍କ ଉପରେ ବି ପରୀକ୍ଷା କରାଯାଉଛି ।

ଅଧିକ ପଢନ୍ତୁ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା...

ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳି ଟି-୨୦ରୁ ଅବସର ନେଇ ସାରିଛନ୍ତି । ଦଳ ଏବେ ନୂଆ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଛି । ଅନ୍ୟପକ୍ଷରେ ଇଂଲଣ୍ଡ ଏବେ ଟ୍ରାଞ୍ଜିସନ ପିରିୟଡରେ ରହିଛି ।୨୦୨୪ ବିଶ୍ୱକପ ସେମି ଫାଇନାଲ ହାରିବା ପରେ ଦଳ ନୂଆ ଖେଳାଳିଙ୍କୁ ଟି-୨୦ରେ ସାମିଲ କରିଛି । ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଇଂଲଣ୍ଡର ସବୁ ଫର୍ମାଟରେ କୋଚ୍ କରାଯାଇଛି । ଅନ୍ୟପଟେ ଭାରତର ଫୋକସ୍ ଭାରତର ଷ୍ଟାର ପେସର ମହମ୍ମଦ ଶାମିଙ୍କ ଉପରେ ରହିଛି । T20 ବିଶ୍ୱକପ୍ ବିଜୟ ପରଠାରୁ ଭାରତୀୟ ଦଳ ମଧ୍ୟରେ ଆତ୍ମବିଶ୍ୱାସ ଦେଖିବାକୁ ମିଳୁଛି ।

Advertisment

ଆସନ୍ତୁ ନଜର ପକାଇବା ଉଭୟ ଟିମ ର ପ୍ଲେଇଂ ଏକାଦଶ ଉପରେ ...

ଭାରତ ପ୍ଲେଇଂ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ଅକ୍ସର ପଟେଲ (ଉପଅଧିନାୟକ) , ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ , ଧ୍ରୁବ ଜୁରେଲ, ହର୍ଷିତ ରାଣା

ଇଂଲଣ୍ଡ ପ୍ଲେଇଂ ଏକାଦଶ: ବେନ୍ ଡକେଟ୍, ଫିଲିପ୍ ସଲ୍ଟ (ୱିକେଟକିପର), ଜସ୍ ବଟଲର୍ (ଅଧିନାୟକ), ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟନ୍, ଜାକବ୍ ବେଥେଲ୍, ଜେମି ଓଭରଟନ୍, ଗସ୍ ଆଟକିନସନ୍, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ମାର୍କ ଉଡ୍, ସାକିବ୍ ମହମୁଦ୍, ବ୍ରାଇଡନ୍ କାର୍ସ, ଜେମି ସ୍ମିଥ୍, ରେହାନ୍ ଅହମ୍ମଦ

ଅଧିକ ପଢନ୍ତୁ: ଦୁଇ ଦିନ ପୂର୍ବରୁ ଖେଳରତ୍ନ ପୁରସ୍କାର ପାଇଥିଲେ ମନୁ ଭାକର, ହଠାତ୍ ମାଡି ଆସିଲା ଦୁଃଖର ପାହାଡ଼

Ind Vs Eng T20I Series India Vs England T20 Match Eden Gardens
Advertisment
Advertisment