/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737777186.jpg)
ଜଣଙ୍କୁ ୨ଟା ଟିକେଟ୍
ଦୁଲୁକିବ ବାରବାଟୀ, ହେବ ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁ ମୁହିଁ ହେବେ ଭାରତ-ଇଂଲଣ୍ଡ । ଦହିବରା ଖାଇ ମ୍ୟାଚ ଉପଭୋଗ କରିବେ ଫ୍ୟାନ୍ସ । ଆଉ କିଛିଦିନର ଅପେକ୍ଷା । ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ଓ୍ବାନ ଡେ ସିରିଜର ଦ୍ୱିତୀୟ ମୁକାବିଲା । ଏଥିପାଇଁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। ରାଜ୍ୟ କ୍ରୀଡା ବିଭାଗ ଓ ଓଡିଶା କ୍ରିକେଟ ସଂଘଙ୍କ ମଧ୍ୟରେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ବାରବାଟୀରେ ମ୍ୟାଚ୍ ପାଇଁ ଫେବୃଆରୀ ୨ ତାରିଖରେ ଜମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ । ସେହିପରି ୫ ଓ ୬ ତାରିଖରେ ୧୯ରୁ ୨୦ ହଜାର ଅଫଲାଇନ ଟିକେଟ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ । ଅଫଲାଇନ ଟିକେଟ ବିକ୍ରି ସମୟରେ ମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ହେବ। ୪ଟି ବ୍ୟାରିକେଡ ମଧ୍ୟରେ ୬ଟି କାଉଣ୍ଟରରୁ ଟିକେଟ କିଣିବେ ଫ୍ୟାନ୍ସ। ଏହାସହ ଉପର, ତଳ ବାଲିଯାତ୍ରା ପଡିଆ ଓ ସତ୍ୟବ୍ରତ ଷ୍ଟାଡିଅମରେ ଖୋଲିବ ଫ୍ୟାନ କ୍ଲବ। ଯେଉଁଠି ଖେଳର ମଜା ନବା ସହ ଦହିବରା ଆଳୁଦମ ଓ ଅନ୍ୟାନ ସୁସ୍ୱାଦୁ ଖାଦ୍ୟ ଖାଇ ପାରିବେ ଫ୍ୟାନ୍ସ। ପ୍ରଥମ ଥର ପାଇଁ ଏଥର ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ବ୍ୟକ୍ତିଙ୍କୁ ନେଇ ଲିଜେଣ୍ଡାରୀ ବକ୍ସର ଆୟୋଜନ କରାଯାଇଛି।
ମୋଟ ୪୪ ହଜାର ଦର୍ଶକ ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମକୁ ପ୍ରବେଶ କରିବେ। ଦର୍ଶକଙ୍କ ପାଇଁ ସମସ୍ତ ଗ୍ୟାଲେରୀରେ ସୁଲଭ ମୂଲ୍ୟରେ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ଏହାଛଡା ଏଥର ଅଫଲାଇନ ଟିକଟ କିଣୁଥିବା ଲୋକଙ୍କୁ ଗୋଟିଏ IDରେ ୨ଟି ଟିକଟ ଦିଆଯିବ । ଏହାଛଡା କିପରି ସୁରୁଖୁରୁରେ ମ୍ୟାଚ ଆୟୋଜିତ ହେବ ସେନେଇ ପୋଲିସ କମିଶନରଙ୍କ ସମେତ ଡିସିପି, ଅଗ୍ନିଶମ ଅଧିକାରୀ ଷ୍ଟାଡିଅମରେ ବୁଲି ସମୀକ୍ଷା କରିଛନ୍ତି। ସବୁ ଗ୍ୟାଲେରୀରେ ଦର୍ଶକ କିପରି ଶୃଙ୍ଖଳିତ ଭାବେ ଖେଳ ଉପଭୋଗର କରିବେ ଓ ଟ୍ରାଫିକ ବ୍ୟବସ୍ଥା ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)