ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଭାରତୀୟ ସମୟ ଦିନ ୩.୩୦ରେ ଖେଳାଯିବ ଏହି ମ୍ୟାଚ୍ ।
୭ ବର୍ଷ ପରେ ପୁଣି ଫେରିଲା ହକି ଇଣ୍ଡିଆ ଲିଗ୍ । ପୁଣି ଥରେ ଆରମ୍ଭ ହେବ ହକିର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ।
ନିର୍ବାଚନ ପ୍ରଚାର ସମୟରେ ସେହୱାଗ ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଆସିଛନ୍ତି । ଯେତେବେଳେ ଜଣେ ବଡ଼ ଭାଇ କିଛି କାମ କରନ୍ତି, ସମସ୍ତଙ୍କୁ ଏକାଠି ହୋଇ ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ’ ।
ମେହେଦି ହାସନ ବିରାଟ କୋହଲିଙ୍କୁ ବ୍ୟାଟ୍ ଦେଉଥିଲେ, କୋହଲି ବେଙ୍ଗଲୀରେ କହିଥିଲେ, ‘ଏମ୍କେଏସ୍ ବ୍ୟାଟ୍ ଖୁବ୍ ଭାଲୋ ଅଛି’ । ବିରାଟ ବେଙ୍ଗଲୀରେ ଏହା କହିବା ପରେ ଉଭୟ ହସିବାକୁ ଲାଗିଲେ ।
ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ମନି ଲଣ୍ଡ୍ରିଂ ମାମଲାରେ ଆଝାରୁଦ୍ଦିନଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ମ୍ୟାଚ୍ ସହ ସିରିଜ ଜିତିଲା ଭାରତ । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ ।
ନୂଆ ଟ୍ରାକ୍ରେ ନିଜକୁ ଆଡ୍ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।
କୋହଲିଙ୍କ ପାଇଁ ୫୮ କିଲୋମିଟର । ୧୫ ବର୍ଷୀୟ କିଶୋର ଆସିଲେ .. ସେ ପୁଣି ସାଇକେଲ୍ରେ ।
ମହିଳା ଟି-୨୦ ବିଶ୍ୱକପ୍ରେ ଅକ୍ଟୋବର ୬ରେ ଖେଳାଯିବ ମହାମୁକାବିଲା । ଏହି ଦିନ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ।
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ ମ୍ୟାଚ୍କୁ ଆହୁରି ଆଠ ମାସ ବାକି ଥିବା ବେଳେ ଏବେ ଠାରୁ କିଏ ଫାଇନାଲ୍କୁ ଯିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଦମ୍ଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ’ଣ କ୍ରମାଗତ ତୃତୀୟ ଥର ଫାଇନାଲ୍ରେ ପହଞ୍ଚିପାରିବ? ରୋହିତ ସେନା କ’ଣ ଟେଷ୍ଟରେ ଭାରତର ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବ?
ବାସ୍ତବରେ ବିରାଟ କୋହଲିଙ୍କ ଗୋଟିଏ ହାତରେ ବ୍ୟାଗ ଏବଂ ଅନ୍ୟ ହାତରେ ପୁଷ୍ପଗୁଚ୍ଛ ଥିଲା । ଯେଉଁଥିପାଇଁ କୋହଲି ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇବାରେ ସକ୍ଷମ ହୋଇନଥିଲେ ।
ଏବେ ପୁଣି ବାମହାତି ମିଡିଅମ୍ ପେସର୍ ଯଶ ଦୟାଲ୍ଙ୍କୁ ନେଇ ବେଶ୍ ଚର୍ଚ୍ଚା। ଘରୋଇ କ୍ରିକେଟ୍ ହେଉ ବା ଆଇପିଏଲ୍ ୨୦୨୪ - ଯଶ ପ୍ରମାଣିତ କରିଛନ୍ତି ଯେ ତାଙ୍କ ଭିତରେ ପ୍ରତିଭା ଅଛି ଏବଂ ସେ ଜାତୀୟ ଟିମ୍ରେ ସ୍ଥାନ ପାଇବା ପାଇଁ ଯୋଗ୍ୟ।
ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ୩୨ ତମ ଏକଲବ୍ୟ ପୁରସ୍କାର ।
ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଭାରତର ବୃହତ ବିଜୟ । ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନରେ ହରାଇଲା ଟିମ୍ ଇଣ୍ଡିଆ ।
ବାଂଲାଦେଶ ସାମ୍ନାରେ ୫୧୫ ରନର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ରହିଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୫୮ ରନରେ ୪ଟି ୱିକେଟ ହରାଇ ସାରିଛି ଭ୍ରମଣକାରୀ ଟିମ ।
ରାଷ୍ଟ୍ରୀୟ ରାଇଫଲ ସଂଘର (NRAI) ନୂଆ ଅଧ୍ୟକ୍ଷ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । ପୂର୍ବରୁ ସେ ଉପାଧ୍ୟକ୍ଷ ରହିଥିଲେ ।
ବ୍ୟାଟିଂ ବିପର୍ଯ୍ୟୟ ଏଡ଼ାଇ ଚେନ୍ନାଇରେ ଚମକିଲେ ଅଶ୍ବିନ-ଜାଡେଜା ଯୋଡ଼ି । ବାଂଲାଦେଶ ବିପକ୍ଷ ଟେଷ୍ଟରେ ଅଶ୍ବିନଙ୍କ ଜବରଦସ୍ତ ଶତକ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ଭାରତ କରିଛି ୩୩୯ ରନ୍ ।
ତୁଟି ଗଲା କି ସବୁ ବିବାଦ ? ସବୁ ଘଟଣାର ହୋଇଗଲା କି ଅନ୍ତ ? ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କୁ ନେଇ ଏବେ ଏମିତି ଚର୍ଚ୍ଚା କରୁଛନ୍ତି ଫ୍ୟାନ୍ । ଚର୍ଚ୍ଚା କରିବାର କାରଣ ବି ରହିଛି ।
ଫାଇନାଲ୍ରେ ଚୀନ୍କୁ ୧-୦ ଗୋଲ୍ରେ ହରାଇ ଚାମ୍ପିଅନ୍ ହେଲା ଭାରତ । ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଲା ଭାରତୀୟ ହକି ଦଳ ।
ବର୍ଡର-ଗାଭାସ୍କର ସିରିଜର ଢେର୍ ପୂର୍ବରୁ ମାଇଣ୍ଡ ଗେମ୍ ଆରମ୍ଭ କରିସାରିଲେଣି ଅଷ୍ଟ୍ରେଲିଆ ଖେଳାଳି । ଶୋଚନୀୟ ଭାବେ ଭାରତ ଠାରୁ ସିରିଜ ହାରିବା ପରେ ଏବେ ବିଜୟ ପାଇଁ ବ୍ୟାକୁଳ ।
ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଆହତ । ଅଭ୍ୟାସ ସମୟରେ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି ।
ନିଜ ସମୟରେ ଘରୋଇ କ୍ରିକେଟରେ ଜଣେ ଷ୍ଟାର ଖେଳାଳି ରହିଥିବା ସତ୍ତ୍ୱେ ତାଙ୍କର କ୍ରିକେଟ କ୍ୟାରିୟରକୁ ସ୍ମରଣ ରଖିାଯାଇନଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ତେଜସ୍ୱୀ ଯାଦବ । କହିଛନ୍ତି, କେବଳ ବିରାଟ ନୁହଁନ୍ତି ବରଂ ବର୍ତ୍ତମାନର ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ଅନେକ ଖେଳାଳି ତାଙ୍କର ସାଥୀ ଖେଳାଳି ।
ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ବାଜି ମାରିନେଲେ ରାଜନେତା। ଫାଇନାଲରେ ଅଫିସର ଟିମ୍ଙ୍କୁ ହରାଇ ଚାମ୍ପିୟନ ହୋଇଛି ଲିଡ଼ର୍ସ ଟିମ ।
କୁସ୍ତିରୁ ସନ୍ୟାସ ଘୋଷଣା କରିବା ପରେ ରାଜନୀତି ମୈଦାନକୁ ଏଣ୍ଟ୍ରି କରିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ସେ ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଝୁଲାନା ଆସନରୁ ଲଢ଼ୁଛନ୍ତି ।
ପଞ୍ଜାବରୁ ଫେରି ଗାଁରେ ପହଞ୍ଚିବା ପରେ ଆୟୁଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।