ବେଲଗାମ୍ ବିମାନ ଟିକେଟ୍ ଦର । ମାସକ ଭିତରେ ୩ ଗୁଣା ଏୟାର ଫେୟାର । ଧୂଳିସାତ୍ ସାଧାରଣ ଲୋକଙ୍କ ବିମାନରେ ଉଡ଼ିବା ସ୍ୱପ୍ନ । ପର୍ଯ୍ୟଟନ ଋତୁକୁ ଦାୟୀ କଲେ ଏୟାରପୋର୍ଟ ନିର୍ଦ୍ଦେଶକ । ଡିଜିସିଏର ହସ୍ତକ୍ଷେପ ଦାବି କଲେ ଟୁର ଅପରେଟର ।
ସାଧାରଣ ଲୋକଙ୍କ ଉଡ଼ାଣ ସ୍ବପ୍ନ ଧୂଳିସାତ୍ ! ସାଧାରଣ ଲୋକଙ୍କ ଆକାଶରେ ଉଡ଼ିବା ସ୍ବପ୍ନ ପୂରଣ ପାଇଁ ୨୦୧୬ ଅକ୍ଟୋବରରେ ମୋଦି ସରକାର ଆରମ୍ଭ କରିଥିଲେ ଉଡେ ଦେଶ କା ଆମ୍ ନାଗରିକ୍ ସ୍କିମ୍ ବା ଉଡାନ୍। ହେଲେ ଉଡାନ୍ ସ୍କିମ୍ ଏବେ ସତେ ଯେମିତି ଭେଳିକି।