ହଲଦ୍ବାନିରେ ଅନୁଷ୍ଠିତ ଚଳିତ ଜାତୀୟ ଚାମ୍ପିୟନଶିପରେ ରୋଇଂରୁ ଓଡ଼ିଶାକୁ ଏହା ପ୍ରଥମ ପଦକ। କକ୍ସଲେସ ଫୋର ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ସୋନାଲି ସ୍ବାଇଁ, ନିକିତା ଗଭାନେ, ଅବିନାଶ କୌର ଓ ଝରଣା ହସ୍ତୀ ଅଂଶଗ୍ରହଣ କରିଥିଲେ।
ଟିକେଟ କାଉଣ୍ଟରରେ ଠେଲାପେଲା ଓ ଧସ୍ତାଧସ୍ତି। କାଉଁଣ୍ଟରରେ ଭିତରେ ଅଣନିଶ୍ୱାସୀ ଖେଳ ପ୍ରେମୀ। ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଲେ। ହେଲେ ଟିକେଟ ପାଇବା ଆଶା କ୍ଷୀଣ ବୋଲି କେତେକ ଲୋକ କହିଛନ୍ତି।
ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ। ଆଜିଠାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି। ସେଥିପାଇଁ ଟିକେଟ କାଉଁଣ୍ଟରରେ ଅସମ୍ଭାଳ ଭିଡ଼। ଟିକେଟ୍ ଖଣ୍ଡେ ପାଇଁ ଧସ୍ତାଧସ୍ତି ହେବା ସହ କାଉଣ୍ଟର ଛାତ ଉପରକୁ ବି ଚଢି ଯାଇଛନ୍ତି।
ଟିକେଟ୍ ଖଣ୍ଡେ ପାଇଁ ଲୋକଙ୍କ ଉପରେ ଚଢିଯିବାକୁ ମଧ୍ୟ ପଛାଇନାହାନ୍ତି କ୍ରିକେଟ୍ ପ୍ରେମୀ। ଯିଏ ଯେମିତି ପାଇଲା ସେମିତି ଟିକେଟ୍ ପାଇଁ ଆଗକୁ ମାଡିଗଲା। ପୋଷ୍ଟର ଚିରିବା ସହିତ କାଉଣ୍ଟର ଛାତ ଉପରକୁ ବି ଲୋକମାନେ ଚଢିଯାଇଥିବା ଦେଖିବାକୁ ମିଳିଛି।
ନିୟମିତ ଭାବେ ଅଫଷ୍ଟମ୍ପ ବାହାର ବଲରେ କୋହଲି ଆଉଟ ହେଉଥିବା ବେଳେ ରଣଜୀରେ ମଧ୍ୟ ଖରାପ ଫର୍ମ ଜାରି ରହିଥିଲା। ରେଲୱେଜର ଅନାମଧେୟ ବୋଲର ହିମାଂଶୁ ସାଙ୍ଗୱନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଖରାପ ଫର୍ମ ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ତାଙ୍କୁ ଟ୍ରୋଲ କରିଛନ୍ତି।
ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି କାଉଣ୍ଟର ଟିକେଟ୍ ବିକ୍ରି। ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ ପ୍ରବଳ ଗହଳି ଲାଗିଛି । ଠେଲାପେଲା ସ୍ଥିତି ଉପୁଜିଛି ।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ନିଜ ସାମର୍ଥ୍ୟକୁ ପରଖିବ ଟିମ୍ ଇଣ୍ଡିଆ । ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫର୍ମ ହାସଲ ପାଇଁ ଏହା ଖେଳାଳିଙ୍କ ଲାଗି ଶେଷ ସୁଯୋଗ ।
ଏହି ୧୦ ଦିନ ହକିର ମହାକୁମ୍ଭ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ମାଗଣା ଟିକେଟର ବ୍ୟବସ୍ଥା କରାଯାଇଛି। ଅନଲାଇନରେ ଆବେଦନ କରିବା ଦ୍ବାରା ଜଣଙ୍କୁ ମାଗଣାରେ ମ୍ୟାଚ ଦେଖିବାକୁ ସୁଯୋଗ ମିଳିବ। ଜଣେ ବ୍ୟକ୍ତି ଚାହିଁଲେ ଏକା ସାଥୀରେ ୬ଟି ଟିକେଟ କିଣି ପାରିବେ।
ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆଜିଠୁ ୨ ଦିନ ଯାଏଁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍।
ଖବର ଏବେ ବାରବାଟୀରୁ। ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନ୍ ଏବଂ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କୁ ଟିକେଟ୍ ବିକ୍ରି ସରିବା ପରେ ସାଧାରଣଦର୍ଶକଙ୍କ ପାଇଁ କାଲିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସବୁଠୁ ବଡ଼ କଥା ହେଉଛି, ଏଥର ପ୍ରଥମ ଥର ରାଜ୍ୟର ସ୍ବନାମଧନ୍ୟ ବ୍ୟକ୍ତିବିଶେଷଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ଦେବାକୁ ଲିଜେଣ୍ଡ୍ରି ଲାଉଞ୍ଜର ବ୍ୟବସ୍ଥା କରିଛି ଓସିଏ।...
ସୁପର୍ ସଣ୍ଡେରେ ଇଣ୍ଡିଆ-ଇଂଲଣ୍ଡ ସୁପର ଟକ୍କରକୁ ଆଉ ମାତ୍ର 4 ଦିନ । ତେଣୁ ଜୋରଦାର ହୋଇଛି ପ୍ରସ୍ତୁତି। ହେଲେ ବଡ଼ କଥା ହେଉଛି ଏଥର ପ୍ରଥମଥର ପାଇଁ ଷ୍ଟାଡିୟମରେ ଲିଜେଣ୍ଡାରୀ ବକ୍ସର ବ୍ୟବସ୍ଥା କରିଛି ଓସିଏ।
ରବିବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଡାଡିୟମରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ୫ମ T-20 ମ୍ୟାଚରେ ଏମିତି ଥିଲା ରନ୍ ମେସିନ୍ ଅଭିଷେକ ଶର୍ମାଙ୍କ ବ୍ୟାଟିଂ ଷ୍ଟାଇଲ୍
ଭାରତୀୟ ଟି୨୦ ଦଳର ଅଧିନାୟକ ରହିଥିବା ସୂର୍ଯ୍ୟ କୁମାର ଯାଦବ ଟେଷ୍ଟ ଓ ଦିନିକିଆ ଦଳରୁ ବାଦ ପଡିଛନ୍ତି। ଭାରତୀୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ପାଇଁ ସୂର୍ଯ୍ୟ ଆଉ ଏକ ପ୍ରୟାସ କରିଛନ୍ତି। ଚଳିତ ରଣଜୀ ସିଜନରେ ସେ ମୁମ୍ବାଇ ପକ୍ଷରୁ ଖେଳିବା ସହ ଜାତୀୟ ଦଳ ପାଇଁ ଚୟନର ଦାବିଦାରୀ ଉପସ୍ଥାପନ କରିବେ ବୋଲି ଜଣାପଡିଛି।
ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର । ଦ୍ବିତୀୟ ଥର ପାଇଁ ଓସିଏ ମହିଳାଙ୍କ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଫେବ୍ରୁଆରୀ ୫ ତାରିଖ ଦିନ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି ଧାଡିର ବ୍ୟବସ୍ଥା କରାଯାଇଛି ।
ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ପାଲଟିଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଆଉ ଏକ କୀର୍ତ୍ତିମାନ ହାସଲ କରିଛନ୍ତି। ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଆଲାନ ବର୍ଡର ପୁରସ୍କାର ହାସଲ କରିଛନ୍ତି।
ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି କ୍ୟୁ’ର ବ୍ୟବସ୍ଥା କରାଯାଇଛି ।
ପାକିସ୍ତାନରେ ହେବାକୁ ଥିବା ସମସ୍ତ ମ୍ୟାଚ୍ ପାଇଁ ଟିକେଟର ଅନଲାଇନ ବିକ୍ରି ଜାନୁଆରୀ ୨୮ରୁ ଆରମ୍ଭ ହୋଇସାରିଛି । ଏବେ ଭାରତୀୟ ଦଳର ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମଧ୍ୟ ଆଜି (୩ ଫେବୃଆରୀ) ଠାରୁ ଆରମ୍ଭ ହୋଇଛି ।
୯ ତାରିଖରେ ବାରବାଟୀରେ ମ୍ୟାଚ । କ୍ରେଜରେ ସର୍ଭର ହେଲା ଜାମ୍। ଅଧଘଣ୍ଟାରେ ଟିକେଟ ଖାଲି କରିଦେଲେ କ୍ରିକେଟ ଫ୍ୟାନ୍ସ। ଅନଲାଇନରେ ଟିକେଟ୍ କିଣିବାକୁ ଲାଗିଲା ରେସ୍। କିଏ ହେଲେ ଫେଲ୍ କିଏ ହେଲେ ସକସେସ୍ ।
ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୪-୧ରେ ଜିତି ନେଇଛି ଭାରତ। ଅଭିଷେକ ଶର୍ମାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ମୁମ୍ବାଇରେ ଖେଳା ଯାଇଥିବା ମ୍ୟାଚକୁ ୧୫୦ ରନରେ ଜିତି ନେଇଛି।
ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଆଜି ଅନଲାଇନରେ ଟିକେଟ ବିକ୍ରି ହୋଇଛି। ମାତ୍ର ଅଧା ଘଣ୍ଟା ଭିତରେ ବିକ୍ରି ହୋଇଗଲା ସବୁ ଗ୍ୟାଲେରି ଟିକେଟ୍। ଅନଲାଇନରେ ମୋଟ୍ ୪ ହଜାର ଟିକେଟ ବିକ୍ରି ହେବାକୁ ଥିଲା। ଯାହାଙ୍କୁ ମିଳିଲା ସେମାନେ ଖୁସ। ଯିଏ ପାଇଲେନି ସେମାନେ ଆସନ୍ତା ୫ ଓ ୬ ତାରିଖରେ କାଉଣ୍ଟରରୁ ଟିକେଟ କିଣି ମ୍ୟାଚ୍ ଦେଖିବାକୁ ଆଶା ବାନ୍ଧିଛନ୍ତି।
ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବିକ୍ରି। ୱେଟିଂ ନମ୍ବରକୁ ନେଇ ବହୁ କ୍ରିକେଟପ୍ରେମୀ ନିରାଶ। ୪ ହଜାର ଟିକେଟ କିଣିବାକୁ ୱେଟିଂ ତାଲିକାରେ ୪୦ ହଜାର ଉପରେ ପ୍ରଶଂସକ।
ମାଲେସିଆରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ବକପ ଜିତିଛି ଭାରତ। ରବିବାର ଅନୁଷ୍ଠିତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ। ଟୁର୍ଣ୍ଣାମେଣ୍ଟର ଏହା ଦ୍ବିତୀୟ ସଂସ୍କରଣ ହୋଇଥିବା ବେଳେ ଦୁଇ ଥର ଯାକ ଟ୍ରଫି ହାସଲ କରିଛି ଭାରତ।
ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ ହେବା ବେଳେ ଭାବବିହ୍ବଳ ହୋଇ ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ।
୪୦ ବର୍ଷୀୟ ଶାହା ଭାରତୀୟ ଦଳ ପାଇଁ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ କ୍ରିକେଟ ଖେଳିଥିଲେ । ଘରୋଇ କ୍ରିକେଟରେ ତାଙ୍କର ରେକର୍ଡ ମଧ୍ୟ ଦମଦାର ରହିଥିଲା ।
ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାର ପ୍ରଦାନ କରିଛି ବିସିସିଆଇ। ଶନିବାର ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସଚିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।