ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୫ରେ ନିରାଶ କରିଛନ୍ତି ଭାରତୀୟ ଟେନିସ୍ ଖେଳାଳି । ଏହାପରେ ପ୍ରଶ୍ନ ଉଠିଛି, ଆନ୍ତର୍ଜାତିକ ଟେନିସ୍ରେ ଭାରତର ଭବିଷ୍ୟତ କେତେ ଉଜ୍ଜ୍ୱଳ? ଗ୍ରାଣ୍ଡ୍ସ୍ଲାମ୍ ଏକକ ବର୍ଗରେ ଭାରତୀୟ ଖେଳାଳି କେବେ ଜିତିବେ ମୁକୁଟ? କେବେ ସୁଧୁରିବ ସ୍ଥିତି?
ଟେନିସ୍ରେ ରୋଜର୍ ଫେଡେରର୍ ଓ ସେରେନା ୱିଲିଅମ୍ସଙ୍କ ପରେ ‘କ୍ଲେ କୋର୍ଟର ବାଦ୍ଶାହ’ ରାଫେଲ୍ ନାଡାଲ୍ଙ୍କ ଯୁଗର ବି ଘଟିଛି ଅନ୍ତ । ଏବେ ବଡ଼ ପ୍ରଶ୍ନ ହେଉଛି, ପେସାଦାର ଟେନିସ୍ରେ କ’ଣ ଆଉ ଜଣେ ନାଡାଲ୍ଙ୍କ ଅଭ୍ୟୁଦୟ ସମ୍ଭବ ?
ପେସାଦାର ଟେନିସ୍ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି ୨୦ ବର୍ଷୀୟ ସ୍ପେନୀୟ ଖେଳାଳି କାର୍ଲୋସ୍ ଅଲ୍କାରାଜ୍ । ସେ ନିକଟରେ ୱିମ୍ବଲ୍ଡନ୍ ଜିତିବା ପରେ ଦୁଇଟି ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ଟେନିସ୍ରେ ରାଫେଲ୍ ନାଡାଲ୍ ଓ ନୋଭାକ୍ ଜୋକୋଭିଚ୍ଙ୍କ ଯୁଗ କ’ଣ ସରିଆସିଲାଣି? ଅଲ୍କାରାଜ୍ କ’ଣ ଟେନିସ୍ରେ ନୂଆ ପିଢ଼ିର ନେତୃତ୍ୱ ନେବେ?