ଡୋପ୍ ଟେଷ୍ଟ ପଜିଟିଭ ପରେ ଦୂତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
ଭାରତ-ୱେଲ୍ସ ମ୍ୟାଚ୍ର ଟିକେଟ୍କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ।
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଠାରୁ ମାତ୍ର ୩ଟି ଶତକ ପଛରେ ଅଛନ୍ତି ବିରାଟ।
ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି। ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ର ବିଜୟର ୧୨ ବର୍ଷ ପରେ ଟିମ୍ ଇଣ୍ଡିଆ ପୁନର୍ବାର ଘରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି - ଏହାକୁ ନେଇ କ୍ରିକେଟ୍ ମହଲରେ ଏବେଠୁ ଚର୍ଚ୍ଚା।
ଦ୍ୱିତୀୟ ଗୋଲ୍ ଦେଲେ ହାର୍ଦ୍ଦିକ ସିଂହ । ଅମିତ ରୋହିଦାସ ଦେଇଥିଲେ ପ୍ରଥମ ଗୋଲ୍ ।
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ। ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି।
ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରିଛନ୍ତି ହକିପ୍ରେମୀ ।
ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଡାଡିୟମ୍ ପରିସରରେ ହୋଇଥିବା ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ ବୁଲି ଦେଖୁଛନ୍ତି ଦର୍ଶକ। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫ୍ୟାନ ପାର୍କ ଆସନ୍ତା ୨୯ ତାରିଖ ଯାଏଁ ଖୋଲା ରହିବ। ଦର୍ଶକ ମାନେ ମ୍ୟାଚ୍ ଦିନରେ ହକି ଦେଖିବା ସହ ମନୋରଂଜନର ଭରପୁର ମଜା ନେଇପାରିବେ। ମ୍ୟାଚ୍ ବେଳେ ଟିକେଟ୍ ଲାଗୁ ହୋଇଥିବା ବେଳେ ଅନ୍ୟ ସମୟରେ ବିନା ଟିକେଟ୍ରେ ଓଲି ଲ୍ୟାଣ୍ଡ ମଜା ଉଠାଇପାରିବେ ଦର୍ଶକ।
ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍।
ପୁରୁଷ ହକି ବିଶ୍ୱକପ୍ର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା କଟକ ବାରବାଟୀ ଷ୍ଟାଡିୟମ। ଉଭୟ ରଣବୀର ଏବଂ ଦିଶା ବଲିଉଡ ଗୀତରେ ଡ୍ୟାନ୍ସର ଜଲୱା ଦେଖାଇ ଥିବାବେଳେ, ଝୁମିଥିଲେ ବାରବାଟୀରେ ଉପସ୍ଥିତ ଦର୍ଶକ ଓ ଅତିଥି।
ସାରା ରାଜ୍ୟରେ ହକି ମାନିଆ । ଗାଁରୁ ସହର, ସବୁଠି ଉତ୍ସବ ମୁଖର ପରିବେଶ ।
ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ।
ଝୁମିଲାଣି କଟକ, ସଜେଇ ହୋଇଛି ଭୁବନେଶ୍ୱର। ବିଶ୍ୱକପ୍ ହକିକୁ ନେଇ ମତୁଆଲା ହେଲାଣି ଟ୍ୱିନ୍ ସିଟି। ଆସନ୍ତାକାଲିର ଗ୍ରାଣ୍ଡ ପ୍ରୋଗାମ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ।
ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ।
ଟିକେଟ୍ ମିଳିଥିଲେ ମ୍ୟାଚ୍ ଦେଖିବେ ଆଉ ଟିକେଟ୍ ନଥିଲେ ବି କରିହେବ ସେଲିବ୍ରେସନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ। ଆଖି ଝଲସାଇଲା ଭଳି ଲାଇଟ୍ ସାଙ୍ଗକୁ ମନ ମୋହିଲା ଭଳି ପରିବେଶ। ଯେଉଁ ଦିନ ମ୍ୟାଚ୍ ନଥିବା ସେଦିନ ଏଠିକି ଯେ କୌଣସି ଲୋକ ଯାଇପାରିବେ।
ସାରା ରାଜ୍ୟରେ ଏବେ ହକି ଫିଭର୍। ଏହି ଫିଭର୍ ବର୍ତ୍ତମାନ ବ୍ରହ୍ମପୁରରେ ମଧ୍ୟ ରହିଛି। ଯାହାର ଝଲକ ଆପଣ ଦେଖିବାକୁ ପାଇବେ ବ୍ରହ୍ମପୁର ଆଇଟିଆଇରେ...
ପୁଅ ଯେବେ ସଫଳତାର ଶୀର୍ଷରେ ପହଞ୍ଚେ ପରିବାରର ଖୁସି କହିଲେ ନ ସରେ...ଘରେ ସଫଳତାର ସାଇତା ସନ୍ତକ ସବୁକୁ ଦେଖିଲେ ଭାବ ବିହ୍ୱଳ ହୋଇ ପଡ଼ନ୍ତି ଆତ୍ମୟ ଓ ପରିଜନ
ମାତ୍ର ୫୧ଟି ବଲ ଖେଳି ୯ଟି ଛକା ସହାୟତାରେ ୧୧୨ ରନ କରି କ୍ରିଜରେ ଅପରାଜିତ ରହିଥିଲେ।
ଭାରତ ଶେଷଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇଥିଲା। ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ। ୪୭ ବର୍ଷ ପରେ ବିଶ୍ୱକପ୍ ଟାଇଟଲ୍ ଜିତିପାରିବ କି ଭାରତ? ଆୟୋଜକ ଟିମ୍ ଏଥିପାଇଁ କେତେ ପ୍ରସ୍ତୁତ?
ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା।
ଡିସେମ୍ବର ୩୦ରେ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ
ଜାତୀୟ କ୍ରିକେଟ ଏକାଡେମୀ ବୁମରାଙ୍କୁ ଫିଟ୍ ଘୋଷଣା କରିବା ପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇଛି ।
ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍ ମ୍ୟାଚ୍ର ଆୟୋଜନ ହେବ। ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍ଲାଇନ୍ ରହିବ ନାହିଁ।