• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଇପିଏଲ୍‌ରେ ଶୁବମନ୍‌ ଗିଲ୍‌ଙ୍କ ଜଲୱା । ଚଳିତ ସିଜନ୍‌ରେ ୩ଟି ଶତକ ମାରିଛନ୍ତି ଗିଲ୍‌ । କ୍ୱାଲିଫାୟାର୍‌ ୨ ରେ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି । ସେ ୪୯ଟି ବଲ୍‌ରେ ଶତକ ହାସଲ କରିଛନ୍ତି । ସେ ମ୍ୟାଚ୍‌ରେ ମୋଟ ୧୦ଟି ଛକା ଓ ୭ଟି ଚୌକା ମାରିଛନ୍ତି । ଏଥିସହ ସେ ଅରେଞ୍ଜ କ୍ୟାପ୍‌ ତାଲିକାରେ ମଧ୍ୟ ଶୀର୍ଷରେ ରହିଛନ୍ତି । ଶୁଭମନ ଗିଲ୍‌ଙ୍କ ଐତିହାସିକ ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୩୪ ରନର ଟାର୍ଗେଟ ରଖିଛି ଗୁଜୁରାଟ ଟାଇଟାନ୍ସ ।

ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଓ ଗୁଜରାଟ ମଧ୍ୟରେ କ୍ୱାଲିପାୟାର ୨ ଖେଳାଯାଉଛି । ବର୍ଷା କାରଣରୁ ମ୍ୟାଚ୍‌ ବିଳମ୍ବ ହୋଇଥିଲା। ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା ।  ଟିମ୍‌କୁ ଭଲ ଷ୍ଟାର୍ଟ ଦେଇଥିଲେ ଗିଲ୍‌ ଓ ଶାହ୍‌ । ପାୱର୍‌ପ୍ଲେର ଶେଷ ଓଭର୍‌ରେ ଆଉଟ୍‌ ହୋଇଥିଲେ ଓପନର୍‌ ରିଦ୍ଧିମାନ ଶାହ । କିନ୍ତୁ ବଡ଼ ସଟ୍‌ ଖେଳିବାରେ ପଛାଇନଥିଲେ ଗିଲ୍‌ । ଫିଲ୍ଡରେ ଛକା ଚୌକାର ବର୍ଷା କରିଥିଲେ । ମାତ୍ର ୪୯ ବଲ୍‌ରେ ଶତକ ମାରିଥିଲେ ଗିଲ୍‌ । ଏହାପରେ ସେ ୬୦ ବଲ୍‌ରେ ୧୨୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ ।

ପ୍ରଥମ ୱିକେଟ୍‌ ପତନ ପରେ ସାଇ ସୁଦର୍ଶନ ୪୩ ରନ ଯୋଡ଼ିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାୱଲା ଓ ଆକାଶ ମାଧୱାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଆଜିର ମ୍ୟାଚରେ ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ । ଗତ ୨୩ ତାରିଖରେ ଖେଳାଯାଇଥିବା କ୍ବାଲିଫାୟାର-୧ରେ ଗୁଜରାଟ ଦଳ ଚେନ୍ନାଇଠାରୁ ୧୫ ରନରେ ହାରିଯାଇଥିଲା । ସେହିପରି ଗତ ବୁଧବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା ।