Advertisment

ଷ୍ଟ୍ରିପ୍‌ କ୍ଲବ୍‌ରେ ପାର୍ଟି କରୁଛନ୍ତି କେଏଲ୍‌ ରାହୁଲ ! ଆଘାତ ହୋଇ ସର୍ଜରୀ ପାଇଁ ବିଦେଶ ଯାଇଥିଲେ...

ଭାରତୀୟ କ୍ରିକେଟର କେଏଲ୍‌ ରାହୁଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ନେଇ ଏବେ ଚର୍ଚ୍ଚା। କେଏଲ୍‌ ରାହୁଲ ଏବେ ଇଂଲଣ୍ଡରେ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
KL Rahul spotted at strip club in london

KL Rahul spotted at strip club in london

ଭାରତୀୟ କ୍ରିକେଟର କେଏଲ୍‌ ରାହୁଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ନେଇ ଏବେ ଚର୍ଚ୍ଚା। କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ତାଙ୍କୁ ଲଣ୍ଡନ ସ୍ଥିତ ଏକ ଷ୍ଟ୍ରିପ୍‌ କ୍ଲବ୍‌ରେ ଦେଖିବାକୁ ମିଳିଥିଲା। ତେବେ ୟୁଜର୍ସମାନେ ତାଙ୍କୁ ସେତେବେଳେ ଟ୍ରୋଲ୍‌ କରିଥିଲେ, ଯେତେବେଳେ ତାଙ୍କ ପତ୍ନୀ ଆଥିୟା କନଫର୍ମ କରିଥିଲେ ଯେ, ଭିଡିଓରେ ରାହୁଲ ହିଁ ଥିଲେ। ତେବେ ରିପୋର୍ଟ ଓ ଟ୍ରୋଲ୍‌କୁ ଆଥିୟା ଖଣ୍ଡନ କରିଛନ୍ତି। 

Advertisment

କେଏଲ୍‌ ରାହୁଲ ଏବେ ଇଂଲଣ୍ଡରେ ଅଛନ୍ତି। କିଛି ସପ୍ତାହ ପୂର୍ବେ ଆଇପିଏଲ୍‌ ୨୦୨୩(IPL 2023) ମ୍ୟାଚ୍‌ରେ ରାହୁଲ ଫିଲ୍ଡିଂ ବେଳେ ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ଏହାପରେ ସର୍ଜରୀ ପାଇଁ ସେ ଲଣ୍ଡନ ଯାଇଥିଲେ। ସର୍ଜରୀ ସଫଳତାର ସହ ହୋଇଥିବା ନେଇ ରାହୁଲ ନିଜେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଥିଲେ। 

Advertisment


 
 
 
 
 
 
 
 
 
 
 
 
 
 

A post shared by KL Rahul👑 (@klrahul)

ତେବେ ଷ୍ଟ୍ରିପ୍‌ କ୍ଲବ୍‌ରେ ରାହୁଲଙ୍କ ଭିଡିଓ ଭାଇରାଲ୍‌ ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ୍‌ କରିଛନ୍ତି। ହେଲେ ସ୍ୱାମୀଙ୍କ ସପକ୍ଷରେ ବାହାରିଛନ୍ତି ପତ୍ନୀ ଆଥିୟା। ଇନଷ୍ଟାଗ୍ରାମରେ ଏକ ବୟାନ ଜାରି କରି ସେ କହିଛନ୍ତି, ‘ମୁଁ ସବୁବେଳେ ଚୁପ୍‌ ରହିବା ପାଇଁ ପସନ୍ଦ କରେ ଓ କିଛି ପ୍ରତିକ୍ରିୟା ରଖେ ନାହିଁ। ହେଲେ ବେଳେବେଳେ ଏହା ଗୁରୁତ୍ୱପୂର୍ଣ୍ଣ ଯେ, ନିଜ ପାଇଁ ନିଜେ ଛିଡ଼ା ହେବା। ରାହୁଲ, ମୁଁ ଓ ଆମ ସାଙ୍ଗମାନେ ଆମର ରେଗୁଲାର ସ୍ଥାନକୁ ଯାଇଥାଉ। ତେଣୁ ଏସବୁ ଘଟଣା ସମ୍ପର୍କରେ ଆଲୋଚନା କରିବା ବନ୍ଦ କରନ୍ତୁ ଓ କିଛି ଜିନିଷ ଶେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରନ୍ତୁ। 

Athiya Shetty Instagram StoryAthiya Shetty
KL Rahul IPL 2023
Advertisment
Advertisment