Advertisment

ଚେନ୍ନାଇକୁ ସଫଳତା ଦେଲେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି

ଗୁଜୁରାଟ ୧୦ ୱିକେଟ ହରାଇ ୧୫୭ ରନ୍‌ରେ ସୀମିତ ରହିଛି। ୧୫ ରନ୍‌ରେ ବିଜୟ ହୋଇଛି ସିଏସ୍‌କେ।

author-image
Chandan Shishu
ଅଦ୍ୟତନ ହୋଇଛି
CSK vs GT  IPL 2023 Qualifier 1

CSK player Subhranshu Senapati

ଚେନ୍ନାଇକୁ ସଫଳତା ଦେଲେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ଗୁଜୁରାଟକୁ ହରାଇ ଆଇପିଏଲ୍‌ ଫାଇନାଲରେ ପହଁଚିଛି ଚେନ୍ନାଇ ସୁପର କିଙ୍ଗ୍ସ । କାଲିର ମ୍ୟାଚ ବେଶ ରୋମାଞ୍ଚକର ଥିଲା। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟ ଆଗରେ ୧୭୩ ରନର କରିଥିଲା ଚେନ୍ନାଇ ସୁପରକିଙ୍ଗସ୍। ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିଲା ଗୁଜୁରାଟ।

Advertisment

୧୮ତମ ଓଭରରେ ବୋଲିଂ କରୁଥିଲେ ପଥିରାନା। କ୍ରିଜରେ ଥିଲେ ଦର୍ଶନ ନାଲକାନ୍ଦେ ଓ ରଶିଦ ଖାନ । ଅନ ଷ୍ଟ୍ରାଇକରେ ଥିଲେ ନାଲକାନ୍ଦେ। ସେ ରଶିଦକୁ ଷ୍ଟ୍ରାଇକ ଦେବାକୁ ଯାଇ ରନ ନେବାକୁ ଚାହିଁଥିଲେ।

ହେଲେ ସେ ଫଣ୍ଟରେ ଥିବା ଶୁଭ୍ରାଂଶୁଙ୍କ ଦ୍ୱାରା ରନ ଆଉଟ ହୋଇ ପ୍ୟାଭିଲିଅନ ଚାଲିଯାଇଥିଲେ । ଆଉ ରଶିଦ ଉପରେ ଅଧିକ ଚାପ ପଡିଯାଇଥିଲା, ଫଳରେ ଗୁଜୁରାଟ ପରାଜୟ ଆଡକୁ ଧୀରେ ଧୀରେ ଢ଼ଳିବାରେ ଲାଗିଲା | ଗତକାଲି ସବଫିଲଡ଼ର ଭାବେ ଖେଳୁଥିଲେ ଶୁଭ୍ରାଂଶୁ।ଗୁଜୁରାଟ ୧୦ ୱିକେଟ ହରାଇ ୧୫୭ ରନ୍‌ରେ ସୀମିତ ରହିଛି। ୧୫ ରନ୍‌ରେ ବିଜୟ ହୋଇଛି ସିଏସ୍‌କେ।

Advertisment

ଚେନ୍ନାଇ ସୁପରକିଙ୍ଗସ୍ ଏହି ଓଡ଼ିଆ ବ୍ୟାଟସମ୍ୟାନଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ୨୫ ବର୍ଷୀୟ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ। ବିଶେଷ କରି ମୁମ୍ବାଇରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚରେ ୨୭୫ ରନ୍ କରିଥିଲେ। ଆନ୍ଧ୍ର ବିପକ୍ଷରେ ଶତକ ଜମାଇଥିଲେ ଏହି ଓଡ଼ିଆ ବ୍ୟାଟସମ୍ୟାନ୍। 

CSK IPL 2023
Advertisment
Advertisment