/odishatv-khabar/media/post_attachments/uploadimage/library/16_9/16_9_0/IPL_1685078014.jpg)
IPL
ଆଜି କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଖେଳାଯିବ । କ୍ବାଲିଫାୟର ୨ର ବିଜେତା ଆସନ୍ତା ରବିବାର ଚେନ୍ନାଇ ସୁପର କିଙ୍ଗସ ସହ ଫାଇନାଲ ମ୍ୟାଚ ଖେଳିବ।
ଘରୋଇ ମାଟିରେ ଖେଳୁଥିବାରୁ ହାର୍ଦ୍ଦିକ ପାଣ୍ଡାଙ୍କ ଟିମର ମନୋବଳ ଦୃଢ ରହିଛି । ସେପଟେ ଏଲିମିନେଟର ଲକ୍ଷ୍ରୌ ସୁପର ଜାଏଣ୍ଟସକୁ ହରାଇ କ୍ବାଲିଫାୟାର ୨ ଖେଳିବାକୁ ଯୋଗ୍ୟତା ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।
ଅଧିକ ପଢ଼ନ୍ତୁ: କାହିଁକି ୫ ମିନିଟ୍ ମ୍ୟାଚ୍ ବନ୍ଦ କଲେ ଧୋନି ? ପଡ଼ିଆ ମଝିରେ ଅମ୍ପାୟରଙ୍କ ସହ କାହିଁକି ହେଲା ଯୁକ୍ତିତର୍କ...
ସୂଚନା ଅନୁସାରେ ପୂର୍ବରୁ ଲକ୍ଷ୍ନୌକୁ ପରାସ୍ତ କରି ଦ୍ୱିତୀୟ କ୍ୱାଲିଫାୟରରେ ପହଞ୍ଚି ସାରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇ କ୍ୱାଲିଫାୟର-୨ରେ ପହଞ୍ଚିଛି ମୁମ୍ବାଇ ଇଣ୍ଡିଆନ୍ସ। ତେବେ ମୁମ୍ବାଇ କ୍ୱାଲିଫାୟର ପର୍ଯ୍ୟାୟକୁ ପ୍ରବେଶ କରିବା ସହ ଆଜି ଗୁଜୁରାଟ ଟାଇଟନ୍ସକୁ ଭେଟିବ ।
ପୂର୍ବରୁ ଗୁଜୁରାଟକୁ ହରାଇ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ତାହାର ସ୍ଥାନ ବଜାୟ ରଖିଛି। ସୂଚନା ଅନୁସାରେ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଥିଲା ଚେନ୍ନାଇ ସୁପରକିଙ୍ଗସ୍। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ କ୍ୱାଲିଫାୟର-୧ରେ ଗୁଜରାଟକୁ ୧୫ ରନ୍ରେ ହରାଇଥିଲା ସିଏସ୍କେ। ତେବେ ଆସନ୍ତାରବିବାରଫାଇନାଲମ୍ୟାଚରେଚେନ୍ନାଇକୁ ଚକ୍କର ଦେବ ଆଜିର ବିଜେତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)