Advertisment

କାହିଁକି ୫ ମିନିଟ୍‌ ମ୍ୟାଚ୍‌ ବନ୍ଦ କଲେ ଧୋନି ? ପଡ଼ିଆ ମଝିରେ ଅମ୍ପାୟରଙ୍କ ସହ କାହିଁକି ହେଲା ଯୁକ୍ତିତର୍କ...

ଅମ୍ପାୟରଙ୍କ ସହ ମହେନ୍ଦ୍ର ସିଂହ ଧୋନିଙ୍କ ଯୁକ୍ତିତର୍କ । ମ୍ୟାଚ୍‌ ଅଧାରୁ ୫ ମିନିଟ୍‌ ଅଟକିଲା ଖେଳ। ଆଇସିସି ନିୟମଙ୍କୁ ଭାଙ୍ଗିଲେ କି ଧୋନି ? ଯାହା କ୍ୟାପଟେନ କୁଲ୍‌ଙ୍କ ଖେଳ ଜୀବନର ବିପରୀତ ଘଟଣା ବୋଲି କୁହାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Know Why MS Dhoni Stop Play For Five Minutes In GT Vs CSK Qualifier 1

Know Why MS Dhoni Stop Play For Five Minutes In GT Vs CSK Qualifier 1

ଅମ୍ପାୟରଙ୍କ ସହ ମହେନ୍ଦ୍ର ସିଂହ ଧୋନିଙ୍କ ଯୁକ୍ତିତର୍କ । ମ୍ୟାଚ୍‌ ଅଧାରୁ ୫ ମିନିଟ୍‌ ଅଟକିଲା ଖେଳ। ଆଇସିସି ନିୟମଙ୍କୁ ଭାଙ୍ଗିଲେ କି ଧୋନି ? ଯାହା କ୍ୟାପଟେନ କୁଲ୍‌ଙ୍କ ଖେଳ ଜୀବନର ବିପରୀତ ଘଟଣା ବୋଲି କୁହାଯାଉଛି। ତେବେ ଏମ୍‌ଏସ୍‌ ଧୋନିଙ୍କ ଏଭଳି ଖେଳୁଆଳ ମନୋଭାବ ବିରୋଧରେ ଯିବା କେତେ ଠିକ୍ ? କାହିଁକି ୫ ମିନିଟ ମ୍ୟାଚ୍ ବନ୍ଦ କଲେ ମାହି ? କ୍ରିକେଟ୍‌କୁ ମାଇଣ୍ଡ ଗେମ୍‌ରେ ପରିଣତ କରିଥିବା ମିଷ୍ଟର କୁଲ୍‌ଙ୍କ ଏଭଳି ଅନ୍ଦାଜକୁ ନେଇ ଏବେ ପ୍ରଶଂସକ, କ୍ରିକେଟ ପ୍ରେମୀ ଏବଂ ସମୀକ୍ଷକଙ୍କ ମଧ୍ୟରେ ପ୍ରବଳ ଚର୍ଚ୍ଚା।

Advertisment

ଗତକାଲି ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର-୧ ମ୍ୟାଚ୍‌କୁ ୧୫ ରନ୍‌ରେ ହରାଇ ସିଧାସଳଖ ୧୦ ଥର ପାଇଁ ଫାଇନାଲର ଟିକେଟ ପକ୍କା କରିଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୨ ରନ୍ କରିଥିଲା ଚେନ୍ନାଇ। ଜବାବରେ ଗୁଜରାଟ ୨୦ ଓଭରରେ ୧୫୭ ରନ୍ କରିଥିଲା।

ଚଳିତ ଆଇପିଏଲ୍‌ ସଂସ୍କରଣରେ ସର୍ବାଧିକ ମ୍ୟାଚ୍ ଜିତି କ୍ୱାଲିଫାୟର ରାଉଣ୍ଡକୁ ଆସିଥିବା ଗୁଜରାଟକୁ ଯେଭଳି ଭାବେ ଚେନ୍ନାଇ ପରାସ୍ତ କଲା ସେଥିପାଇଁ ଧୋନିଙ୍କ ଖେଳ ପରିଚାଳନାକୁ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି। ଏପରିକି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବି ମ୍ୟାଚ୍ ପରେ ଧୋନିଙ୍କୁ ପ୍ରଶଂସା କରିବାକୁ ଯାଇ କହିଥିଲେ, ମାହି ଭାଇଙ୍କୁ ସମାଲୋଚନା କରିବାକୁ ହେଲେ ଜଣଙ୍କୁ ସଇତାନ ହେବାକୁ ପଡ଼ିବ।

Advertisment

ହେଲେ ଏହି ମ୍ୟାଚ୍‌ରେ ଏଭଳି କିଛି ଘଟଣା ଘଟିଥିଲା, ଯାହା ପ୍ରଶଂସକ, କ୍ରିକେଟ ପ୍ରେମୀ ଏବଂ ସମୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମ୍ୟାଚ୍‌ର ୧୫ତମ ଓଭର ପରେ ହଠାତ୍‌ ଧୋନି ଅମ୍ପାୟରଙ୍କ ସହ କିଛି କଥାବାର୍ତ୍ତା କରିଥିଲେ ଏବଂ ଏହା ପରେ ଧିରେ ଧିରେ ଅନ୍ୟ ଖେଳାଳିମାନେ ବି ତାଙ୍କ ନିକଟକୁ ଯାଇ ଏକାଠି ହୋଇଥିଲେ। ଏଭଳି ସ୍ଥିତି ପ୍ରାୟ ୫ ମିନିଟ୍‌ ଯାଏ ଚାଲିଥିଲା। ଫଳରେ ମ୍ୟାଚ୍ ବି ୫ ମିନିଟ୍‌ ଯାଏ ବନ୍ଦ ରହିଥିଲା।

ଦର୍ଶକମାନେ ଏସବୁ ଦେଖୁଥିଲେ ମଧ୍ୟ ଫିଲ୍ଡରେ କ’ଣ ଚାଲିଥିଲା, କେହି କିଛିବି ଜାଣିପାରୁନଥିଲେ। ପଡ଼ିଆ ମଧ୍ୟରେ ହଠାତ୍‌ କ’ଣ ହେଲା ? କୌଣସି ଖେଳାଳି ତ ଆହତ ହୋଇନଥିଲେ କି କିଛି ରିଭିୟ୍ୟୁ ବି ନିଆଯାଇନଥିଲା ହେଲେ ହଠାତ୍ କାହିଁକି ମ୍ୟାଚ୍‌ ବନ୍ଦ ହେଲା ? ଷ୍ଟାଡିୟମରେ ବସିଥିବା ଦର୍ଶକ ବି କିଛି ଜାଣିପାରି ନଥିଲେ।

ପ୍ରକୃତ ଘଟଣା ହେଉଛି, ପଡ଼ିଆ ବାହାରେ ୯ ମିନିଟରୁ ଅଧିକ ସମୟ ଧରି ରହିଥିବା ସିଂହଳି ବୋଲର ପଥିରାନାଙ୍କୁ ବୋଲିଂ କରିବାକୁ ଧୋନି କହିଥିଲେ। ହେଲେ ପଥିରାନାଙ୍କୁ ଅଟକାଇଥିଲେ ଅମ୍ପାୟର। ଆଉ ଏହା ପରେ ମାହି ଏବଂ ଅମ୍ପାୟାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବାକ୍ଯୁଦ୍ଧ। ଧିରେ ଧିରେ ଏହା ବଢ଼ିବାରୁ ଅନ୍ୟ ଖେଳାଳିମାନେ ବି ଏକ୍‌ଜୁଟ ହୋଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଖେଳ ୫ ମିନିଟ୍‌ ଯାଏ ବନ୍ଦ ହୋଇଥିଲା ।

ଆଇସିସିର ନିୟମ ଅନୁସାରେ, କୌଣସି ବୋଲର ହୁଅନ୍ତୁ କି ବ୍ୟାଟ୍ସମ୍ୟାନ, ଯଦି କିଛି ମିନିଟ୍‌ ପାଇଁ ସେ ପଡ଼ିଆରୁ ବାହାରକୁ ଯାଉଛନ୍ତି ତେବେ ସେମାନଙ୍କ ପାଇଁ ୮ ମିନିଟର ସମୟ ସୀମା ରହିଛି। ଅର୍ଥାତ୍‌ ପୁଣି ପଡ଼ିଆକୁ ଆସିବାର ୮ ମିନିଟ୍‌ ପରେ ହିଁ ସମ୍ପୃକ୍ତ ଖେଳାଳି ବୋଲିଂ କରିପାରିବେ। ଏହା ପୂର୍ବରୁ ବୋଲିଂ କରିବାକୁ ଆଇସିସି ତାଙ୍କୁ ଅନୁମତି ଦେଇ ନଥାଏ। ତେବେ ଗତକାଲିର ମ୍ୟାଚ୍‌ ବେଳେ ପଡ଼ିଆ ବାହାରେ ୯ ମିନିଟ୍‌ ଧରିଥିବା ସିଏସ୍‌କେ ବୋଲର ପଥିରାନା ପଡ଼ିଆକୁ ଆସିବାର ୪ ମିନିଟ୍‌ ପରେ ଧୋନି ତାଙ୍କୁ ବୋଲିଂ କରିବାକୁ କହିଥିଲେ। ଯାହାକି ଆଇସିସିର ନିୟମର ଉଲ୍ଲଘଂନ ସେ କରିଥିଲେ। ଫଳରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ତେବେ ଏହାକୁ ଧୋନିଙ୍କ ଫ୍ୟାନ୍ସ ସମର୍ଥନ କରୁଥିବାବେଳେ ସମୀକ୍ଷକ ଏବଂ କିଛି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ସମାଲୋଚନା କରିଛନ୍ତି।

ଧୋନିଙ୍କ ଫ୍ୟାନ୍ସଙ୍କ କହିବା ଅନୁସାରେ, କ୍ୟାପଟେନ୍‌ କୁଲ୍‌ ଅମ୍ପାୟର ଏବଂ ପ୍ରତିପକ୍ଷ ଖେଳାଳିଙ୍କୁ ଚକ୍‌ମା ଦେଇଥିଲେ। ଧୋନି କୌଣସି ନିୟମ ଉଲ୍ଲଂଘନ କରି ନାହାନ୍ତି। ବରଂ ବାଜି ପଲଟାଇବାକୁ ନିଜ ଚତୁରତା ଦେଖାଇ ଥିଲେ। ଅନ୍ୟ ବୋଲରଙ୍କୁ ବୋଲିଂ କରିବାକୁ ନଦେଇ କେବଳ ପଥିରାନାଙ୍କ ଦ୍ୱାରା ବୋଲିଂ କରାଇବାକୁ ଚାଲାକିର ସହ ସମୟ ଗଡ଼ାଇ ଥିଲେ ଧୋନି। ଅମ୍ପାୟରଙ୍କ ସହ ୫ ମିନିଟ୍‌ର ଆଲୋଚନା ଓ ପଥିରାନା ପଡ଼ିଆକୁ ଆସିବାର ୪ ମିନିଟ୍‌ ଉଭୟ ସମୟକୁ ମିଶାଇଲେ ମୋଟ୍‌ ୯ ମିନିଟ୍‌ ହୋଇଯାଇଥିଲା। ଯଦ୍ୱାରା ଆଇସିସିର ନିୟମ ଅନୁଯାୟୀ, ପଥିରାନା ବୋଲିଂ କରିଥିଲେ। ଏଭଳି କରିବାକୁ ଅମ୍ପାୟରଙ୍କ ପକ୍ଷରୁ ଦିଆଯାଇଥିବା ସ୍ଲୋ ଓଭରର ଦଣ୍ଡକୁ ବି ଗ୍ରହଣ କରିବାକୁ ପଛାଇ ନଥିଲେ ଧୋନି। 

(ରିପୋର୍ଟ-ବିକାଶ ପଲାଇ)

Advertisment
Advertisment