Advertisment

ଲକ୍ଷ୍ନୌକୁ ପରାସ୍ତ କରି ଦ୍ୱିତୀୟ କ୍ୱାଲିଫାୟରରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୮୨ ରନ୍‌ ସଂଗ୍ରହ କରିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
MI vs LSG Highlights, IPL 2023 Eliminator

mumbai indians beat LSG

IPLର କ୍ବାଲିଫାୟର-୨କୁ ଯୋଗ୍ୟତା ଅର୍ଜନ କଲା ମୁମ୍ବାଇ। ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇ କ୍ୱାଲିଫାୟର-୨ରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ। ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮୧ ରନରେ ହରାଇଛି ମୁମ୍ବାଇ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୮୨ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଲକ୍ଷ୍ନୌ ସମସ୍ତ ୱିକେଟ୍‌ ହରାଇ ୧୦୧ ରନ୍‌ରେ ସୀମିତ ରହିଥିଲା। ତେବେ ମୁମ୍ବାଇ କ୍ୱାଲିଫାୟର ପର୍ଯ୍ୟାୟକୁ ପ୍ରବେଶ କରିବା ସହ ଶୁକ୍ରବାର ଗୁଜୁରାଟ ଟାଇଟନ୍ସକୁ ଭେଟିବ।

Advertisment

ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୮୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପନର ଭଲ ଆରମ୍ଭ କରିଥିଲେ ବି ପରେ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ୍‌। ରୋହିତ ଶର୍ମା ମାତ୍ର ୧୧ରନ ଓ ଇଶାନ କିଷନ ୧୫ ରନ କରି ଆଉଟ ହୋଇଥିଲେ । ତେବେ ଦଳର ମିଡିଲ୍‌ ଅର୍ଡର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ ।

କାମେରୁନ ଗ୍ରୀନ ୪୧ରନ ଓ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୬ ଓ ନିଲାହ ଓ୍ବାଧେରା ୨୩ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୨ରନ କରିଥିଲା । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ୪ଟି ଓ ଯଶ ଠାକୁର ୩ଟି ଓ୍ବିକେଟ ନେଇଥିଲେ ।

Advertisment

ଜବାବରେ ଲକ୍ଷ୍ନୌର ଆରମ୍ଭରୁ ହିଁ ବିପର୍ଯ୍ୟୟ ଘଟିଥିଲା। କୌଣସି ବ୍ୟାଟସମାନ ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ। ଏପରିକି ୩ଟି ବ୍ୟାଟସମାନ ରନ୍‌ଆଉଟ୍‌ ହୋଇଥିଲେ। 

Mumbai Indians IPL 2023
Advertisment
Advertisment