• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ବିଶ୍ବ ମାନ୍ୟତାରେ ନଂ ୧କୁ ଉନ୍ନୀତ ହୋଇଛନ୍ତି । ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ନୀରଜ ଚୋପ୍ରା । କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ବ ନମ୍ବର ୱାନ୍‌କୁ ଉନ୍ନୀତ ହୋଇଛନ୍ତି ନୀରଜ । ଗତବର୍ଷ ଅଗଷ୍ଟ ୩୦ରୁ ଦ୍ୱିତୀୟ ସ୍ଥାନରେ ରହି ଆସିଥିଲେ । ୧୪୫୫ ପଏଣ୍ଟ ପାଇ ବିଶ୍ବ ଚାମ୍ପିଅନ୍‌ ଆଣ୍ଡରସନ ପିଟର୍ସଙ୍କୁ ଟପିଲେ । ୧୪୩୩ ପଏଣ୍ଟ ସହ ପିଟର୍ସ ଦ୍ବିତୀୟ, ୧୪୧୬ ପଏଣ୍ଟ ପାଇ ଭେଡଲେଚ୍‌ ୩ୟ ସ୍ଥାନରେ ରହିଛନ୍ତି ।

୨୫ ବର୍ଷୀୟ ନୀରଜ ଗତବର୍ଷ ୩୦ ଅଗଷ୍ଟରେ ବିଶ୍ୱ ରାଙ୍କିଂରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ସେ ସମୟରେ ପିଟର୍ସଙ୍କୁ ପଛରେ ପକାଇ ପାରିନଥିଲେ । ଗତବର୍ଷ ସେପ୍ଟେମ୍ବରରେ ସେ ପ୍ରଥମ ଭାରତୀୟ ଭାବେ ଜ୍ୟୁରିଖ୍‌ ଡାଏମଣ୍ତ ଟ୍ରଫିର ଫାଇନାଲ ଜିତିଥିଲେ । ସେହି ଟୁର୍ଣ୍ଣାମେଣ୍ଟରେ ସେ ୮୮.୬୭ ମିଟର୍‌ର ଥ୍ରୋ କରି ଫାଇନାଲ ଜିତିଥିଲେ।

ଏହି ଖ୍ୟାତି ଅର୍ଜନ କରିବା ପରେ ନୀରଜ କହିଛନ୍ତି ଯେ, ଏହି ସିଜିନ୍‌ରେ ସେ ନିଜକୁ ଫିଟ୍‌ ଓ ସୁସ୍ଥ ରଖିବେ । ଆଗାମୀ ଟୁର୍ଣ୍ଣାମେଣ୍ଟରେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି କହିଛନ୍ତି । ନୀରଜ ବର୍ତ୍ତମାନ ଅଭ୍ୟାସ ପାଇଁ ତୁର୍କୀର ଏଣ୍ଟାଲ୍ୟାରେ ଅଛନ୍ତି ।