ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।
ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।
ଆଜିଠୁ ପୃଥିବୀ ଚାରିପଟେ ବୁଲିବ ଦ୍ୱିତୀୟ ଚନ୍ଦ୍ର । ମହାକାଶରେ ଘଟିବ ବିରଳ ଘଟଣା ।
ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୮୦ହଜାର ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ। ସେପ୍ଟେମ୍ୱର ଶେଷ ଓ ଅକ୍ଟୋବର ଆରମ୍ଭରେ ପୃଥିବୀର ନିକଟତର ହେବ ଏକ ଧୂମକେତୁ।
NAL ଅନୁଯାୟୀ, ଯୁଦ୍ଧ ସମୟରେ ଏହା ବହୁତ ଉପଯୋଗୀ ହୋଇପାରେ। ଦିନ-ରାତି କ୍ରମାଗତ ଭାବରେ ଆକାଶରେ ରହିବା ହେତୁ ଯେ କୌଣସି କ୍ଷେତ୍ର ଉପରେ ଏହା ନଜର ରଖିପାରିବ ।
ଗତବର୍ଷ ସେପ୍ଟେମ୍ବରରେ ଶୁଣାଯାଇଥିଲା ଶବ୍ଦ । ଏହା ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ ।
ସ୍ପେସ୍-ଏକ୍ସର ଏହି ମିଶନର ନାଁ ପୋଲାରିସ୍ ଡନ୍ ରଖାଯାଇଛି । ଏହି ମିଶନରେ ୪ ଜଣ ଯାତ୍ରୀ ମହାକାଶ ଯାନର କ୍ୟାପସୁଲ ଖୋଲି ଅନ୍ତରୀକ୍ଷରେ ପାଦ ରଖିଛନ୍ତି ।
ଜହ୍ନରେ ଜନବସତି ସ୍ଥାପନ ପାଇଁ ବଡ଼ ପଦକ୍ଷେପ । ଚନ୍ଦ୍ରପୃଷ୍ଠରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ହାତ ମିଳାଇବେ ରୁଷ, ଭାରତ ଓ ଚୀନ୍।
ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।
ମଣିଷ ଶରୀରରେ ଥିବା ଦୁଇଟି ସେକ୍ସ ଗୁଣସୂତ୍ର ମଧ୍ୟରୁ ସରି ସରି ଯାଉଛି Y ଗୁଣସୂତ୍ର । Y ଗୁଣସୂତ୍ରର ସଂପୂର୍ଣ୍ଣ ବିଲୋପ ଅର୍ଥ ପୃଥିବୀ ପୃଷ୍ଠରେ ଆଉ ପୁରୁଷ ଜନ୍ମ ସମ୍ଭବ ହୋଇନପାରେ ।
ରିଫ୍ଲେକ୍ଟ ଅର୍ବିଟାଲ'ନାମକ ଏକ ସୌରଶକ୍ତି ଗବେଷଣା ସଂସ୍ଥା ଦାବି କରିଛି ଯେ, ଅନ୍ଧକାର ପରେ ପୃଥିବୀର ଯେକୌଣସି ସ୍ଥାନରେ କିଛି ସମୟ ପାଇଁ ଦିନଭଳି କିରଣ ଯୋଗାଇପାରିବ ।
ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା।
ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ ।
ଆକାଶରେ ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲୁ ମୁନ୍। ଭାରତୀୟ ସମୟ ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର।
ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ । ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ ।
ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।
ସ୍ୱାଧୀନତା ଦିବସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।
ବାଇଓଲୋଜିକାଲ ସାଇନ୍ସ ପାଇଁ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ମିଳିବ ବିଜ୍ଞାନ ରତ୍ନ । ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ ।
ଚୀନର ଜଣେ ରୋଗୀଙ୍କର ଫୁସଫୁସ ଟ୍ୟୁମର ହୋଇଥିଲା । ସେ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର କରାଯିବାର ଥିଲା । ମାତ୍ର ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ରହିଥିଲେ । ଏପରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକକୌଶଳ ବ୍ୟବହାର କରି ଏକ ଡାକ୍ତରୀ ଟିମ୍ ସଂଘାଇରୁ ମେସିନ୍ ଅପରେଟ୍ କରି ଅସ୍ତ୍ରୋପତାର କରିଥିଲେ । ଯାହାକି ଘଣ୍ଟାଏ ମଧ୍ୟରେ ରୋଗୀଙ୍କର ଫୁସ୍ଫୁସ୍ରୁ ଟ୍ୟୁମରକୁ ବାହାର କରିଦେଇଥିଲା ।
ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଅପରେସନ୍ ବା ଅସ୍ତ୍ରୋପଚାର କରିବା କିଛି ନୂଆ କଥା ନୁହେଁ। ଡାକ୍ତର ଟେକ୍ନୋଲୋଜି ବ୍ୟବହାର କରି ଅନେକ ରୋଗର ଚିକିତ୍ସା କରିବାରେ ସକ୍ଷମ ହେଉଛନ୍ତି। ହେଲେ ଏହି ଚିକିତ୍ସା କ୍ଷେତ୍ରରେ ଆଉ ଦୁଇପାଦ ଆଗେଇଛି ଚୀନ।
ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ଜଳବାୟୁ ବିଶେଷଜ୍ଞ କହିଛନ୍ତି ଯେ ଚୀନ୍, ଆମେରିକା ଏବଂ ଦକ୍ଷିଣ ଏସିଆର (ଭାରତ) ଶକ୍ତି ଉତ୍ପାଦନ କାରଖାନା ବା ପାୱାର ପ୍ଲାଣ୍ଟ ଏବଂ ଯାନବାହନରୁ CO2 ଅଧିକ ପରିମାଣରେ ନିର୍ଗତ ହେଉଛି।
ଏହି ଦୁର୍ଘଟଣା ପରେ ନୌସେନାର ଜଣେ କନିଷ୍ଠ ନାବିକ ନିଖୋଜ ଅଛନ୍ତି। ଅନ୍ୟ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ବି ତାଙ୍କର ପତ୍ତା ମିଳୁନାହିଁ । ନିଖୋଜ ଜୁନିଅର ସେଲରଙ୍କ ସନ୍ଧାନ ଜାରିଥିବା ବେଳେ, ଏହି ଅଘଟଣ କେମିତି ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ନୌସେନା।
ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଘୋଷଣା କରି ଆନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ କହିଛି ଯେ ଏହା ଏକ ଐତିହାସିକ ସଫଳତା।
ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭର ପ୍ରଜ୍ଞାନକୁ ବାହାର କରାଯାଇଥିଲା। ଯାହା ଚନ୍ଦ୍ର ପୃଷ୍ଠର ଅନୁସନ୍ଧାନ ଆରମ୍ଭ କରିଥିଲା ।
ନାସାର ଡିପ୍ ସ୍ପେସ୍ ନେଟୱାର୍କର ଗୋଲ୍ଡଷ୍ଟୋନ୍ ପ୍ଲାନେଟାରୀ ରାଡାର ଏହି ଦୁଇଟି ଗ୍ରହକୁ ଟ୍ରାକ୍ କରିଛି। ଯାହାକି କ୍ଷୁଦ୍ରଗ୍ରହ ଅନୁସନ୍ଧାନ ଦିଗରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଛି। ବାସ୍ତବରେ ଏହି କ୍ଷୁଦ୍ରଗ୍ରହ ଚାରିପଟେ ଏକ ଛୋଟ ଚନ୍ଦ୍ର ଥିବା ବୈଜ୍ଞାନିକମାନେ ଗବେଷଣା ପରେ ସ୍ପଷ୍ଟ କରିଛନ୍ତି।