ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍କ୍ଷେପଣ। ‘ଆଦିତ୍ୟ L1’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଲାଗିବ ୪ ମାସ ସମୟ...
ଇସ୍ରୋର ସୌର ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଦିତ୍ୟ L1 ଉତ୍କ୍ଷେପଣ ହେବ।
ଚନ୍ଦ୍ରର ଦକ୍ଷିଣ ମେରୁ ମାଟିରେ ଭରି ରହିଛି ସଲଫର୍। ତେବେ ଏହା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ? ଚନ୍ଦ୍ରୟାନ-୩ ମିଶନ ଜହ୍ନ ରାଇଜରେ ବିଭିନ୍ନ ଉପାଦାନ ଠାବ କରିଥିଲେ ବି, ସଲଫର୍କୁ ନେଇ ଅଧିକ ଉତ୍ସାହିତ ଇସ୍ରୋ ।
ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ କିମ୍ବା ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କରାଯାଇଛି। ଏନେଇ ଗୁରୁବାର ଦିନ ଇସ୍ରୋ(ISRO) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
କାହିଁକି ଆଉ ୭ ଦିନରୁ ଅଧିକ ମାମୁଁଘରେ ରହିପାରିବ ନାହିଁ ଚନ୍ଦ୍ରୟାନ-3 ?
ଚନ୍ଦ୍ରପୃଷ୍ଠରେ ପ୍ରଥମଥର ପାଇଁ ଲ୍ୟାଣ୍ଡରର ଫଟୋ ଉଠାଇଛି ରୋଭର। ଅବତରଣ ପରେ ପ୍ରତିଥର ରୋଭର ପ୍ରଜ୍ଞାନର ଚିତ୍ର ଲ୍ୟାଣ୍ଡର ପଠାଉଥିବାବେଳେ ଏଥର କିନ୍ତୁ ଲ୍ୟାଣ୍ଡରର ଫଟୋ ପଠାଇଛି ରୋଭର।
ଅଗଷ୍ଟ ୩୦ ଅର୍ଥାତ୍ ଆଜି ରାତିରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏହାସହ ଚଳିତ ପୂର୍ଣ୍ଣିମା ମଧ୍ୟ ବେଶ୍ ଖାସ୍ ହେବାକୁ ଯାଉଛି।
ଗଗନୟାନ ମିଶନରେ ଭାରତ ଏକ ମହିଳା ରୋବଟ 'ବ୍ୟୋମ୍ମିତ୍ର' ପଠାଇବ। ଏହା ସାହାଯ୍ୟରେ ମଣିଷ ଯିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ଜାଣନ୍ତୁ ଏହି ରୋବଟ୍ କେତେ ସ୍ୱତନ୍ତ୍ର ଏବଂ ଏହା କିପରି ମଣିଷକୁ ମହାକାଶକୁ ଯିବା ପାଇଁ ରାସ୍ତା ଦେଖେଇବ।
ନୂଆ ଭିଡିଓ ସାର୍ବଜନୀନ କରିଛି ଇସ୍ରୋ..ଆଜି ଆଉ କିଛି ମିଟର ଆଗକୁ ଯାଇଛି ପ୍ରଜ୍ଞାନ..ଗତକାଲି ଚନ୍ଦ୍ରପୃଷ୍ଠରେ ୮ମିଟର ବାଟ ଗଡିଥିଲା
ISRO ବୈଜ୍ଞାନିକମାନେ ୬୧୫ କୋଟି ଟଙ୍କା ବଜେଟ୍ ସହିତ ଚନ୍ଦ୍ରୟାନ-୩ ମିଶନର ସଫଳତାର ମାଇଲଖୁଣ୍ଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଏହା ଅନ୍ୟ ମହାକାଶ ସଂସ୍ଥାଗୁଡ଼ିକର ବଜେଟ୍ ମିଶନ୍ ତୁଳନାରେ ଯଥେଷ୍ଟ କମ୍। ତେବେ ବିକ୍ରି ହୋଇଥିବା ସବୁଠୁ ଦାମୀ କାର ଭାରତୀୟ ଚନ୍ଦ୍ର ମିଶନଠାରୁ ବି ପ୍ରାୟ ଦୁଇଗୁଣ ଅଧିକ।
ମିଶନ ସୂର୍ଯ୍ୟ ସଂପର୍କରେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କ ସୂଚନା । ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ୍ ହେବ ।
ଲ୍ୟାଣ୍ଡର ‘ବିକ୍ରମ’ରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଛି। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ସେହିପରି ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ‘ରୋଭର’।
ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ ।
ତେବେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ ପରେ ସାମ୍ନାକୁ ଆସିଛି ଆଉ କିଛି ଫଟୋ ଯେଉଁଥିରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ଆସୁଥିବା ଦେଖାଯାଉଛି ।
କେଉଁ କେଉଁ ଦେଶ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ଲ୍ୟାଣ୍ଡିଂ କରିପାରିଛନ୍ତି । ଚତୁର୍ଥ ଦେଶ ଭାବରେ ଚନ୍ଦ୍ରରେ ସପ୍ଟଲ୍ୟାଣ୍ଡିଂ କରିବ ଭାରତ !!
ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣଅନୁକୋଣରେ ସବୁଠି ଚାଲିଛି ପୂଜାର୍ଚ୍ଚନା। କେଉଁଠି ଆଳତି କରାଯାଉଛି ତ ଆଉ କେଉଁଠି ପ୍ରାର୍ଥନା କରୁଛନ୍ତି ଛାତ୍ରଛାତ୍ରୀ...
୨୦୧୯ ମସିହା ଜୁଲାଇ ୨୨, ଉତ୍କ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୨। ଜହ୍ନ ଅଭିମୁଖେ ଯାଇଥିଲା ଲ୍ୟାଣ୍ଡର ବିକ୍ରମ, ରୋଭର୍ ପ୍ରଜ୍ଞାନ ଏବଂ ଅର୍ବିଟର ମଡ୍ୟୁଲ୍। ତେବେ ସେପ୍ଟେମ୍ବର ୭ରେ ସଫଳ ହୋଇପାରିନଥିଲା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା।
ଚନ୍ଦ୍ରୟାନ-୩ ଲ୍ୟାଣ୍ଡର୍ ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ ।
ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ।
ଆସନ୍ତାକାଲି ନହେଲେ ୨୭ ତାରିଖରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରୟାନ-୩। କାଲି ଯଦି ପରିସ୍ଥିତି ଅନୁକୂଳ ନହେଲା, ୨୭ରେ ଲ୍ୟାଣ୍ଡିଂ କରାଯିବ। ଏନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି।
ଚନ୍ଦ୍ରର ଭୂଚଳନ, ଆଭ୍ୟନ୍ତରୀଣର ଗଠନ ସଂପର୍କରେ ତଥ୍ୟ ସଂଗ୍ରହ । ପ୍ଲାଜମାର ସାନ୍ଦ୍ରତା, ତାପମାତ୍ରା ମାପିବ ପ୍ରଜ୍ଞାନ ।
ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଜହ୍ନର ପୁଣି ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡର । କେଉଁ ସ୍ଥାନରେ କରାଯିବ ଲ୍ୟାଣ୍ଡିଂ,ଫଟୋ ଦେଖି ନିଷ୍ପତ୍ତି ନେବ ଇସ୍ରୋ । ଲ୍ୟାଣ୍ଡିଂ ବେଳେ ପାହାଡ଼ କିମ୍ବା ଗର୍ତ୍ତ ଯେଭଳି ବାଧକ ନ ସାଜେ ସେନେଇ ହେବ ସହାୟକ ।
ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ । ସନ୍ଧ୍ୟା ୬ଟା ୦୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଲ୍ୟାଣ୍ଡର୍ ୧୯ ମିନିଟ୍ ଭିତରେ ୨୫ କିମି ଉଚ୍ଚତାରୁ ଖସିବ ।
ଅପରାହ୍ମ ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ । ସଫଳ ହେଲା ଚନ୍ଦ୍ରଯାନ-୩ ର ଦ୍ୱିତୀୟ ଡିବୁଷ୍ଟିଂ ।
ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍