/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734877809.jpg)
Indian Space Station
ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ । ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ । ମହାକାଶରେ ଦୁଇଟି ସ୍ପେସକ୍ରାଫ୍ଟକୁ ଯୋଡ଼ାଯିବ । ସ୍ପେଡେକ୍ସ ମିଶନ ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ ।
PSLV-C60 ରକେଟ ସାହାଯ୍ୟରେ ଲଞ୍ଚ ହେବ ସ୍ପେସକ୍ରାଫ୍ଟ । ୨୨୦ କେଜି ବିଶିଷ୍ଟ ଦୁଇଟି ସ୍ପେସକ୍ରାଫ୍ଟ ନେଇ ମହାକାଶକୁ ଯିବ PSLV-C60 ରକେଟ । ଆଉ ମହାକାଶରେ ହିଁ ଦୁଇଟି ସ୍ପେସକ୍ରାଫ୍ଟକୁ ଯୋଡାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଟେକନୋଲୋଜି ଆଗାମୀ ଚନ୍ଦ୍ର ମିଶନ ଏବଂ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ଲାଗି ସହାୟକ ହେବ ବୋଲି କୁହାଯାଉଛି ।
ସ୍ପେଡେକ୍ସ ମିଶନ ଲାଗି PSLV-C60କୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ପହଞ୍ଚା ଯାଇସାରିଛି । ମହାକାଶ ଯାନ ନିର୍ମାଣ ମଧ୍ୟ ଶେଷ ହୋଇସାରିଛି । ଆସନ୍ତା ୩୦ରେ ସ୍ପେଡେକ୍ସ ଲଞ୍ଚ କରିପାରେ ଇସ୍ରୋ । ଏହି ମିଶନରେ ସଫଳତା ମିଳିଲେ ଭାରତ ଆମେରିକା, ରୁଷ ଏବଂ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ ଜ୍ଞାନକୌଶଳରେ ସଫଳତା ଲାଭ କରିଥିବା ଚତୁର୍ଥ ଦେଶ ଭାବେ ଗଣାହେବ । ୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)