/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727611070.jpg)
Second Moon
ଆଜିଠୁ ପୃଥିବୀ ଚାରିପଟେ ବୁଲିବ ଦ୍ୱିତୀୟ ଚନ୍ଦ୍ର । ମହାକାଶରେ ଘଟିବ ବିରଳ ଘଟଣା । ଆଷ୍ଟ୍ରଏଡ୍ ବା ଗ୍ରହାଣୁ ୨୦୨୪ PT5 ପ୍ରାୟ ମାସେ ଯାଏଁ ଚନ୍ଦ୍ର ଭଳି ପୃଥିବୀକୁ ପରିକ୍ରମା କରିବାକୁ ଥିବାରୁ ଏହାକୁ ସେକେଣ୍ଡ୍ ମୁନ୍ ବା ମିନି ମୁନ୍ ବୋଲି କୁହାଯାଉଛି । ଅର୍ଜୁନ ଆଷ୍ଟ୍ରଏଡ୍ ବେଲ୍ଟରୁ ଆସିଥିବା ଏହି ଗ୍ରହାଣୁ ପୃଥିବୀର ଚୁମ୍ବକୀୟ ଶକ୍ତି ଦ୍ୱାରା ପ୍ରଭାବିତ ହୋଇ ନଭେମ୍ବର ୨୫ ଯାଏଁ ଆମ ଗ୍ରହ ଚାରିପଟେ ବୁଲିବ ।
Advertisment
ତେବେ ଏହା ପୃଥିବୀକୁ ସମ୍ପୂର୍ଣ୍ଣ ପରିକ୍ରମା ନକରି, ନଭେମ୍ବର ୨୫ ପରେ ପୁଣି ମହାକାଶରେ ନିଜ ଗତିପଥରେ ଆଗେଇ ଯିବ । ମାତ୍ର ୩୩ ଫୁଟ୍ ଓସାରରଏହି କ୍ଷୁଦ୍ରାକୃତି ଗ୍ରହାଣୁକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ । ଅଗଷ୍ଟ ୭ରେ ଏହାକୁ ପ୍ରଥମେ ନାସା ଚିହ୍ନଟ କରିଥିଲା । ଏହା ପୁଣି ୨୦୫୫ ମସିହାରେ ପୃଥିବୀ ନିକଟକୁ ଆସିବ ବୋଲି ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)