• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭାରତୀୟ ବୈଜ୍ଞାନିକମାନେ ଯୁଦ୍ଧ ସମୟରେ ଶତ୍ରୁ ଉପରେ ନଜର ରଖିବା ଏବଂ ଅନୁସନ୍ଧାନ ପାଇଁ ଏକ ସୌରଚାଳିତ ବିମାନ ତିଆରି କରିଛନ୍ତି । ଯାହା କ୍ରମାଗତ ଭାବେ ୯୦ ଦିନରୁ ଅଧିକ ସମୟ ଆକଶରେ ଉଡ଼ିପାରିବ । ତେବେ ଏହାର ଛୋଟ ସଂସ୍କରଣ କ୍ରମାଗତ ଭାବରେ ୧୦ ଘଣ୍ଟା ପାଇଁ ଉଡ଼ିପାରିବ । ଏହାର ବିଶେଷତ୍ୱ ହେଉଛି ଏହା ଶତ୍ରୁ ଉପରେ ନଜର ରଖିବା ସହ ପେଲୋଡ୍‌ ବହନ କରିବାକୁ ମଧ୍ୟ ସକ୍ଷମ ।

HAP ନାମକ ଏହି ବିମାନକୁ ବେଙ୍ଗାଲୁରୁର ନ୍ୟାସନାଲ ଏରୋସ୍ପେସ୍‌ ଲାବୋରେଟୋରୀ ଦ୍ୱାରା ତିଆରି କରାଯାଇଛି । HAP ହେଉଛି ଏକ ସୌରଚାଳିତ ମାନବବିହୀନ ବିମାନ । ଏହା ୧୭-୨୦ କିଲୋମିଟର ଉଚ୍ଚତାରେ ମାସ ମାସ ଧରି ଉଡ଼ିପାରେ । ପେଲୋଡ୍‌ HAPକୁ ହାଇ ଏଲ୍ଟିଟ୍ୟୁଡ୍‌ ସ୍ୟୁଡୋ ସାଟେଲାଇଟ୍‌ ମଧ୍ୟ କୁହାଯାଏ ।

NAL ଅନୁଯାୟୀ, ଯୁଦ୍ଧ ସମୟରେ ଏହା ବହୁତ ଉପଯୋଗୀ ହୋଇପାରେ। ଦିନ-ରାତି କ୍ରମାଗତ ଭାବରେ ଆକାଶରେ ରହିବା ହେତୁ ଯେ କୌଣସି କ୍ଷେତ୍ର ଉପରେ ଏହା ନଜର ରଖିପାରିବ । ଏହା ମାଧ୍ୟମରେ ଶତ୍ରୁର ଅବସ୍ଥାନ ଓ ଶତ୍ରୁମାନଙ୍କର କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରିବ । ଏହା ଯୁଦ୍ଧକ୍ଷେତ୍ରରେ ଯୋଗାଯୋଗକୁ ମଧ୍ୟ ସୁଗମ କରିପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରେ ଏକମାତ୍ର କାର୍ଯ୍ୟ କରୁଥିବା HAPS ହେଉଛି ଏୟାରବସ୍ ଜେଫାୟର । ଏହି ବିମାନ ଆମେରିକାର ଆରିଜୋନା ମରୁଭୂମିରେ ୬୪ ଦିନ ଧରି ନିରନ୍ତର ଭାବେ ଉଡ଼ିଛି ।

HAPS ଆକାଶରେ ଆଖି ପରି କାମ କରେ । ଉପଗ୍ରହ ଅପେକ୍ଷା ଏହା ଶସ୍ତା ଅଟେ । ଏହାକୁ ନିୟୋଜିତ କରିବା ଏବଂ ଅନେକ ସପ୍ତାହ ପର୍ଯ୍ୟନ୍ତ ଆକଶରେ ରଖିବା ଅତି ସହଜ ଅଟେ । ବିମାନରେ ଉଚ୍ଚ କ୍ଷମତା ସମ୍ପନ୍ନ ଫୋଟୋଭୋଲ୍ଟିକ୍ ସେଲ୍‌ ଓ ବ୍ୟାଟେରୀ ରହିଛି । ତେବେ ଏହି ବିମାନ ଉଡ଼ାଣ ପାଇଁ ମାତ୍ର ୧୫୦-୨୦୦ ମିଟର ଲମ୍ବା ରନୱେ ଦରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now