Advertisment

Black Moon 2024: ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା, ଦିଶିବ 'କଳା ଜହ୍ନ'

ଆକାଶରେ ଦିଶିବ କଳା ଜହ୍ନ। ହଠାତ୍ ଜହ୍ନ ହେଇଯିବ କି କଳା ?

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Rare Black Moon 2024

Rare 'Black Moon'

ଆକାଶରେ ଦିଶିବ କଳା ଜହ୍ନ। ହଠାତ୍ ଜହ୍ନ ହେଇଯିବ କି କଳା? କଳା ଜହ୍ନ କଥା କହିଲେ ଏମିତି କିଛି ପ୍ରଶ୍ନ ମନକୁ ଆସେ । ଆଜି ଆକାଶରେ ବିରଳ ଘଟଣା ଦେଖିବାକୁ ମିଳିବ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ । ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୪ଟା ବେଳେ ଏହା ଦେଖିବାକୁ ମିଳିବ ।

Advertisment

କଳାଜହ୍ନ କଥା କହିଲେ ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ଯଦି, ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି କଳା ଜହ୍ନ ବୋଲି କୁହାଯାଏ ।

ଅନ୍ୟ ଅମାବାସ୍ୟା ଭଳି ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ରୁହେ, ଫଳରେ ଏହା ଦେଖାଯାଏ ନାହିଁ । ଚନ୍ଦ୍ରଗ୍ରହଣ ଭଳି କୌଣସି ପ୍ରଭାବ ପକାଏନି । କିନ୍ତୁ ଗୋଟିଏ ମାସରେ ଦୁଇଟି ଅମାବାସ୍ୟା ଆସୁଥିବାରୁ ଏହାର ଗୁରୁତ୍ୱ କିଛିଟା ବଢ଼ି ଯାଏ । ସେପଟେ ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ ।

Advertisment

ଅଧିକ ପଢ଼ନ୍ତୁ: ଇସ୍ରୋ ରଚିବାକୁ ଯାଉଛି ଆଉ ଏକ ଇତିହାସ, ଲଂଚ ହେବ ସ୍ପେଡେକ୍ସ ମିଶନ୍

ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ । ଆଜି ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ମହାକାଶକୁ ଯିବ ୨ଟି ସ୍ପେଶକ୍ରାଫ୍ଟ ।

୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ । ଏହାକୁ କୁହାଯାଉଛି ଇନସ୍ପେଶ୍ ଡକିଂ । ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ, ଏହାକୁ ଡକିଂ ଓ ଅନଡକିଂ କରାଯିବ ।

ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନପ୍ରଦାନ ହେବ । ଏହା ଖୁବ୍ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ, ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରିବ ଇସ୍ରୋ । ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟିବ ।

ଅଧିକ ପଢ଼ନ୍ତୁ: ISRO SpaceX Mission: ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା; ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରିବ ଇସ୍ରୋ

Moon Viral News
Advertisment
Advertisment