• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମେଡିସିନ୍‌ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍‌ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ୍‌ଙ୍କୁ ମିଳିଛି  । ମାଇକ୍ରୋ RNA ଆବିଷ୍କାର ସହ ଟ୍ରାନ୍ସକ୍ରିପସନ୍ ଜିନ୍ ନିୟନ୍ତ୍ରଣରେ ଭୂମିକା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ମାଇକ୍ରୋ ବାୟୋଲୋଜି ଅନୁସାରେ, ଆମର କ୍ରୋମୋଜୋମରୁ ମିଳୁଥିବା ସୂଚନା କୋଷଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶ ପରି କାର୍ଯ୍ୟ କରେ । ଯେତେବେଳେ ପ୍ରତ୍ୟେକ କୋଷରେ ସମାନ ଜିନ୍ ଥାଏ, ସେତେବେଳେ ବିଭିନ୍ନ କୋଷ ପ୍ରକାର, ଯେପରିକି ମାଂସପେଶୀ ଏବଂ ସ୍ନାୟୁ କୋଷଗୁଡ଼ିକର ସ୍ୱତନ୍ତ୍ର ଗୁଣ ବାହାରେ । ଏହା ଜିନ୍ ରେଗୁଲେସନ ମାଧ୍ୟମରେ ଘଟିଥାଏ, ଯେଉଁଠାରେ ପ୍ରତ୍ୟେକ କୋଷ କେବଳ ଆବଶ୍ୟକ କରୁଥିବା ଜିନ୍‌ଗୁଡ଼ିକୁ ସକ୍ରିୟ କରିଥାଏ ।

ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ୍ ବିଭିନ୍ନ ପ୍ରକାରର ସେଲ୍ ଗଠନ ବିଷୟରେ ଗବେଷଣା କରୁଥିଲେ । ମାଇକ୍ରୋ ଆରଏନ୍ଏ, କ୍ଷୁଦ୍ର RNA ଅଣୁଗୁଡିକ ଆବିଷ୍କାର ପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଏହା ଜିନ୍ ନିୟନ୍ତ୍ରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ସେମାନଙ୍କର ଏହି ଆବିଷ୍କାର ଜିନ୍ ନିୟନ୍ତ୍ରଣରେ ବିପ୍ଲବ ସୃଷ୍ଟି କରିଛି । ମଣିଷ ଜିନୋମରେ ପ୍ରାୟ ଏକ ହଜାରରୁ ଅଧିକ ମାଇକ୍ରୋ ଆରଏନ୍ଏ ଥାଏ, ଯାହା ଶରୀରର ବିକାଶ ଓ ଜିନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଭିକ୍ଟର ଆମ୍ବ୍ରୋସ ୧୯୫୩ ମସିହାରେ ଆମେରିକାର ନ୍ୟୁ ହାମ୍ପସାୟାରର ହାନୋଭରରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୯ ରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ରୁ ପିଏଚଡି ହାସଲ କଲେ ଏବଂ ୧୯୮୫ ପର୍ଯ୍ୟନ୍ତ ସେଠାରେ ପୋଷ୍ଟ ଡକ୍ଟରେଟ୍ ଗବେଷକ ଭାବରେ କାର୍ଯ୍ୟ କଲେ ।

ପରେ ୧୯୮୫ ମସିହାରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୨ ରୁ ୨୦୦୭ ପର୍ଯ୍ୟନ୍ତ ସେ ଡାର୍ଟମାଉଥ ମେଡିକାଲ ସ୍କୁଲରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ୱର୍କେଷ୍ଟର, ମାସାଚୁସେଟ୍ସ ମେଡିକାଲ ୟୁନିଭରସିଟିରେ ନ୍ୟାଚୁରାଲ୍ ସାଇନ୍ସର ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି ।

ସେହିପରି ଗ୍ୟାରି ରୁଭ୍‌କୁନ୍ ୧୯୫୨ ମସିହାରେ ଆମେରିକାର କାଲିଫର୍ନିଆର ବରେଲିରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୨ ରେ ହାର୍ଭାର୍ଡ ୟୁନିଭରସିଟିରୁ ପିଏଚଡି ହାସଲ କରିଥିଲେ । ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ MIT ରେ ପୋଷ୍ଟ ଡକ୍ଟରେଟ୍ ଭାବେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ସେ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲ୍ ଏବଂ ହାର୍ଭାର୍ଡ ମେଡିକାଲ୍ ସ୍କୁଲରେ ପ୍ରିନ୍ସିପାଲ୍ ଇନ୍‌ଭେଷ୍ଟିଗେଟର୍ ହୋଇଥିଲେ । ବର୍ତ୍ତମାନ ସେଠାରେ ସେ ଜେନେଟିକ୍ସ ପ୍ରଫେସର ଅଛନ୍ତି ।

୧୯୦୧ ମସିହାରୁ ନୋବେଲ ପୁରସ୍କାର ବିଭିନ୍ନ ବିଷୟରେ ସର୍ବୋତ୍ତନ ସେବା ପ୍ରଦାନ କରି ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now