• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଏଲନ ମସ୍କଙ୍କ ସାହାଯ୍ୟ ନେଲା ISRO । ସଫଳତାର ସହ ଭାରତର ସବୁଠୁ ଉନ୍ନତ ଧରଣର କମ୍ୟୁନିକେସନ ସାଟେଲାଇଟ GSAT-20 ଉତକ୍ଷେପଣ କରାଯାଇଛି । ଏଲନ ମସ୍କଙ୍କ କମ୍ପାନୀ Space X ସହାୟତାରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ GSAT-20 । ସ୍ପେସ ଏକ୍ସର ଫାଲକନ୍ 9 ମଙ୍ଗଳବାର ଦିନ ଫ୍ଲୋରିଡାର କେପ୍‌ କାନଭେରାଲରୁ ISROର GSAT-20 କମ୍ୟୁନିକେସନ ସାଟେଲାଇଟକୁ ସଫଳ ଉତକ୍ଷେପଣ କରିଥିଲା । ତେବେ ଏହି GSAT-20 ସାଟେଲାଇଟକୁ ଯୋଜନା ଅନୁଯାୟୀ ରାତି ୧୨.୦୧ରେ ଉତକ୍ଷେପଣ କରଯାଇଥିଲା । ଉତକ୍ଷେପଣର ୩୪ ମିନିଟ୍ ପରେ ଉପଗ୍ରହ ଅଲଗା ହୋଇଗଲା ଏବଂ ପରେ କକ୍ଷପଥରେ ପ୍ରବେଶ କରିଥିଲା ।

ଅଧିକ ପଢ଼ନ୍ତୁ: ଦୂର ହେବ ଗ୍ଲୋବାଲ୍ ୱାର୍ମିଂ ସମସ୍ୟା, ପୃଥିବୀକୁ ଥଣ୍ଡା କରିବ ହୀରାଗୁଣ୍ଡ; ଜାଣନ୍ତୁ କେତେ ଖର୍ଚ୍ଚ ହେବ

୪ ହଜାର ୭୦୦ କିଲୋଗ୍ରାମର ଏହି ଭାରତୀୟ ଉପଗ୍ରହ ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଡିଜାଇନ୍‌ କରାଯାଇଛି । ଦେଶରେ କମ୍ୟୁନିକେସନ କ୍ଷେତ୍ରରେ ୧୪ ବର୍ଷ ଧରି ଏହା ମହାକାଶରେ ରହି କାମ କରିବ । ଏହି ସାଟେଲାଇଟ୍‌ ଥରେ କାର୍ଯ୍ୟକ୍ଷମ ହେବା ପରେ, ଏହା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ଫ୍ଲାଇଟ୍ ଇଣ୍ଟରନେଟ୍ ସେବା ସହିତ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ । GSAT-N2 କମ୍ୟୁନିକେଶନ ସାଟେଲାଇଟରେ ୩୨ଟି ଉପଭୋକ୍ତା ବିମ୍ ରହିଛି । ଯେଉଁଥିରେ ଆଠଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ଟି ଚଉଡା ସ୍ପଟ୍ ବିମ୍ ଅଛି । ଯାହାକୁ ସମଗ୍ର ଭାରତରେ ଅବସ୍ଥିତ ହବ୍ ଷ୍ଟେସନ୍ ଦ୍ୱାରା ସପୋର୍ଟ କରାଯିବ ।

ଅଧିକ ପଢ଼ନ୍ତୁ: ପ୍ରଥମ ଶୁକ୍ର ମିଶନ୍ ପାଇଁ ତାରିଖ ଘୋଷଣା କଲା ଇସ୍ରୋ; ଜାଣନ୍ତୁ କେବେ ହେବ ଉତକ୍ଷେପଣ...

ଭାରତ ସରକାରୀ ଦ୍ୱାରା ପରିଚାଳିତ ISROର ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ଚଳିତ ବର୍ଷ ଜାନୁଆରୀ ୩ରେ ଏଲନ୍ ମସ୍କର ସ୍ପେସ୍ ଏକ୍ସ ସହିତ ପ୍ରଥମ ସହଯୋଗ ଘୋଷଣା କରିଥିଲା । ଖବର ଅନୁଯାୟୀ ଭାରତ ୪୩୦ରୁ ଅଧିକ ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଥିଲା । କିନ୍ତୁ GSAT-20 ଉପଗ୍ରହ ଏତେ ଭାରୀ ଥିଲା ଯେ ଭାରତୀୟ ରକେଟ୍‌ ଏହାକୁ ମହାକାଶକୁ ନେଇପାରି ନ ଥିଲା । ଏହି କାରଣରୁ, ISROକୁ ସ୍ପେସ୍ ଏକ୍ସ ସହିତ ଅଂଶୀଦାର କରିବାକୁ ପଡିଲା ।

ଐତିହାସିକ ଭାବରେ, ISRO ଏରିୟନସ୍ପେସ୍ ସହିତ ଭାରୀ ଉପଗ୍ରହ ଉତକ୍ଷେପଣ ପାଇଁ ସହଯୋଗ କରିଛି । ତେବେ ଏରିଅନେସ୍ପେସ୍‌ରୁ ଅପରେସନ୍‌ ରକେଟ୍‌ ଉପଲବ୍ଧ ନଥିବାରୁ ଏବଂ ଭାରତର LVM-3 ରକେଟ୍‌ ୪,୦୦୦ କିଲୋଗ୍ରାମ ପେଲୋଡ୍ ମଧ୍ୟରେ ସୀମିତ ଥିବାରୁ ISRO ସ୍ପେସ୍ ଏକ୍ସ ହାତ ମିଳାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now