Advertisment

ରହସ୍ୟଜନକ ଶବ୍ଦ ! ୯ ଦିନ ଯାଏଁ ସାରା ବିଶ୍ୱ ଶୁଣିଲା

ଗତବର୍ଷ ସେପ୍ଟେମ୍ବରରେ ଶୁଣାଯାଇଥିଲା ଶବ୍ଦ  । ଏହା ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Space

Space

ସାରା ବିଶ୍ୱରେ ଶୁଭିଲା ରହସ୍ୟଜନକ ଶବ୍ଦ। ବିଶ୍ୱର କିଛି ପ୍ରମୁଖ ବୈଜ୍ଞାନିକ ଅନୁଷ୍ଠାନ ପକ୍ଷରୁ ହୋଇଥିବା ମନିଟରିଂରେ ଏଭଳି କିଛି ରହସ୍ୟଜନକ ଶବ୍ଦ ଶୁଣାଯାଇଛି। ଗତବର୍ଷ ସେପ୍ଟେମ୍ବର ମାସରେ ଶୁଣାଯାଇଥିବା ଏହି ଶବ୍ଦ ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ । ଯାହା ସାରା ବିଶ୍ୱରେ ୯ ଦିନ ଯାଏଁ ଶୁଣାଯାଇଥିଲା। Unidentified seismic object-USO ଭାବେ ଏହାକୁ ପରିଗଣିତ କରାଯାଇଛି।

Advertisment

ତେବେ ଗ୍ରୀନଲାଣ୍ଡରେ ଏକ ବିଶାଳ ଓ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ବି ସେହି ସମୟରେ ମିଳିଥିଲା। ଏହା ଏତେ ବଡ଼ ଥିଲା କି ଏକାଥରେ ୧୦ ହଜାର ଅଲମ୍ପିକ୍ସରେ ବ୍ୟବହୃତ ହେଉଥିବା ସୁଇମିଂ ପୁଲ୍‌କୁ ବି ଭର୍ତ୍ତି କରି ଦେଇପାରିବ। ସେତେବେଳେ ଏକ ବିରାଟ ବରଫ ଅତଡ଼ା ଖସିଥିଲା। ଏହା ଯଦି ସମୁଦ୍ରରେ ଘଟିଥାନ୍ତା ୨ ଶହ ମିଟର୍ ଉଚ୍ଚ ସୁନାମୀ ବି ଆଣି ପାରିଥାନ୍ତା। ଗ୍ଲୋବାଲ୍ ୱାମିଂର ସିଧା ପ୍ରଭାବ ଗ୍ରିନ୍ ଲାଣ୍ଡର ଏହି ଭୂସ୍ଖଳନ ଉପରେ ପଡ଼ିଥିବା ଭୂତତ୍ତ୍ୱବିତ୍ ମାନେ ମତ ରଖିଛନ୍ତି।

ଅନ୍ୟପଟେ ଗ୍ରିନଲାଣ୍ଡର ଏହି ଗୋଟିଏ ଘଟଣା ବ୍ୟତିତ ପୃଥିବୀ ପୃଷ୍ଟରେ ଅନ୍ୟ କୌଣସି ବଡ଼ ଘଟଣା କିମ୍ବା ଭୂଖଣ୍ଡରେ କୌଣସି ବଡ଼ ଧରଣର ପରିବର୍ତ୍ତନ ଆସିନି ଯାହା ଫଳରେ ଏତେ ବଡ଼ ଶବ୍ଦ ଶୁଣାଯିବ। ତେଣୁ ଏବେ ବି ଏହି ଘଟଣା ରହସ୍ୟଜନକ ଭାବେ ରହିଛି।

Advertisment

Space
Advertisment
Advertisment