Advertisment

୮୦ ହଜାର ବର୍ଷ ପରେ ଚମକିବ ଆକାଶ; ଦେଖାଯିବ ଦୁର୍ଲ୍ଲଭ ଧୂମକେତୁ

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୮୦ହଜାର ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ। ସେପ୍ଟେମ୍ୱର ଶେଷ ଓ ଅକ୍ଟୋବର ଆରମ୍ଭରେ ପୃଥିବୀର ନିକଟତର ହେବ ଏକ ଧୂମକେତୁ।

author-image
Sonali Ojha
ଅଦ୍ୟତନ ହୋଇଛି
comet

comet

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୮୦ହଜାର ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ। ସେପ୍ଟେମ୍ୱର ଶେଷ ଓ ଅକ୍ଟୋବର ଆରମ୍ଭରେ ପୃଥିବୀର ନିକଟତର ହେବ ଏକ ଧୂମକେତୁ। ଯାହାର ନାଁ ରହିଛି ସୁଚିନ୍‌ସାନ୍-ଏଟିଏଲ୍‌ଏଏଲ୍ (Tsuchinshan-ATLAS)। ଯାହାକୁ ସାରା ବିଶ୍ୱବାସୀ ଦେଖିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ୍ ଦରକାର ନାହିଁ। ଆପଣ ଏହାକୁ ଖାଲି ଆଖିରେ ଦେଖିପାରିବେ।

Advertisment

ଯଦି ଆପଣଙ୍କ ପାଖରେ ଏ ଉପକରଣ ଅଛି ତେବେ ଆପଣ ଅତି ସ୍ପଷ୍ଟ ଭାବେ ଏହି ଦୃଶ୍ୟ ଦେଖିପାରିବେ। ଏହାକୁ C / 2023 A3 ମଧ୍ୟ କୁହାଯାଏ । ଏହା ୨୭ସେପ୍ଟେମ୍ବରରୁ ଅକ୍ଟୋବର ୨ତାରିଖ ମଧ୍ୟରେ ଦେଖାଦେବାର ସମ୍ଭାବନା ରହିଛି। ସୂର୍ଯ୍ୟ ଉଦୟ ହେବାର ଅଧ ଘଣ୍ଟା ପୂର୍ବରୁ ଆପଣ ଏହାକୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଦେଖିପାରିବେ। ଏହାକୁ ଦେଖିବାର ସଠିକ୍ ସମୟ ହେଉଛି ୨୯ସେପ୍ଟେମ୍ବର ଏବଂ ୩୦ସେପ୍ଟେମ୍ବର ଭୋର୍।

Advertisment

ଏହା ଭୋରରୁ ଦେଖାଯାଉଥିବା ଅର୍ଦ୍ଧଚନ୍ଦ୍ର ସହିତ ଦୃଶ୍ୟମାନ ହେବ। ଏହା ରାତିରେ ୨୦ଟି ଉଜ୍ଜ୍ୱଳ ତାରକା ପରି ଦେଖାଯିବ। ତଥାପି, ଏହାର ଲାଞ୍ଜକୁ ଦେଖି ଆପଣ ଏହାକୁ ସହଜରେ ଚିହ୍ନି ପାରିବେ। କାରଣ ତାରାମାନଙ୍କର ଲାଞ୍ଜ ନଥାଏ। ଯେହେତୁ ଏହା ଏକ ଧୂମକେତୁ, ତେଣୁ ଏହାର ଲାଞ୍ଜରୁ ଆପଣ ଏହାକୁ ଜାଣିପାରିବେ। ଅକ୍ଟୋବର ୨ ତାରିଖ ପରେ, ଏହା ସୂର୍ଯ୍ୟ କିରଣରେ ଅଦୃଶ୍ୟ ହୋଇଯିବ। ଏହା ପରେ ପୁଣିଥରେ ଅକ୍ଟୋବର ୧୨ତାରିଖରେ ଦେଖାଯିବ। ଏହା ସେହିଦିନ ପୃଥିବୀର ନିକଟତମ ହେବ ଏବଂ ପଶ୍ଚିମ ଦିଗରେ ଦୃଶ୍ୟମାନ ହେବ ।

Comet
Advertisment
Advertisment