• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମହାକାଶରେ ଇତିହାସ ରଚିଲା ଏଲନ୍ ମସ୍କଙ୍କ ସ୍ପେସ୍-ଏକ୍ସ । ଅନ୍ତରୀକ୍ଷରେ ପ୍ରଥମ ପ୍ରାଇଭେଟ୍ ସ୍ପେଶ୍ ୱକ୍ । ମହାକାଶକୁ ଯାଇଥିବା ସ୍ପେସ୍-ଏକ୍ସର ୪ ଜଣିଆ ସଦସ୍ୟ ଦଳ ଭୂପୃଷ୍ଠରୁ ୭୩୭ କିଲୋମିଟର ଉପରେ ଚାଲିଛନ୍ତି । ଏଥିସହ ଏହା ବିଶ୍ବର ପ୍ରଥମ ଏଭଳି ସ୍ପେସ୍ ୱକ୍ ହୋଇଛି, ଯେଉଁଥିରେ ମହାକାଶଚାରୀଙ୍କ ବଦଳରେ ରହିଛନ୍ତି ସାଧାରଣ ଯାତ୍ରୀ।

ଅଧିକ ପଢ଼ନ୍ତୁ: ଜହ୍ନରେ ହେବ କି ଜନବସତି ? ଚନ୍ଦ୍ରପୃଷ୍ଠରେ ବିଦ୍ୟୁତ ଉତ୍ପାଦନ ପାଇଁ ଚାଲିଛି ଯୋଜନା

ସ୍ପେସ୍-ଏକ୍ସର ଏହି ମିଶନର ନାଁ ପୋଲାରିସ୍ ଡନ୍ ରଖାଯାଇଛି । ଏହି ମିଶନରେ ୪ ଜଣ ଯାତ୍ରୀ ମହାକାଶ ଯାନର କ୍ୟାପସୁଲ ଖୋଲି ଅନ୍ତରୀକ୍ଷରେ ପାଦ ରଖିଛନ୍ତି । ୪୧ ବର୍ଷୀୟ ବିଲିୟନାର ଜେରେଡ୍ ଇସାକମେନ୍ ପ୍ରଥମେ ମହାକାଶରେ ପାଦ ଦେଇଥିଲେ । ତାଙ୍କ ପରେ ସ୍ପେସ୍-ଏକ୍ସ ଇଞ୍ଜିନିୟର ସାରା ଗିଲିସ ବାହାରିଥିଲେ ଏବଂ ଉଭୟ ୨୦ ମିନିଟ୍ ଧରି ଅନ୍ତରୀକ୍ଷରେ ଯାତ୍ରା କରିଥିଲେ । ମହାକାଶରେ ଓହ୍ଲାଇବା ପାଇଁ ଯାତ୍ରୀଙ୍କୁ ୨ ଘଣ୍ଟାର ପ୍ରସ୍ତୁତି କରିବାକୁ ପଡିଥିଲା । ଆଉ ସ୍ପେସ୍-ୱକ୍ ପାଇଁ ଥିଲା ଅଧଘଣ୍ଟାର ସମୟ। ସମସ୍ତଙ୍କ ସୁଟ୍ ମହାକାଶଯାନ ସହ ଯୋଡି ହୋଇ ରହିଥିଲା। ଏହି ସମୟ ଭିତରେ ସମସ୍ତେ ଓହ୍ଲାଇ ମହାକାଶରେ ପାଦ ରଖିଥିଲେ । ସ୍ପେସ୍-ଏକ୍ସର ଏହି ମିଶନର ସଫଳତା ପାଇଁ ନାସା ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

ସ୍ପେସ୍‌ ୱାକ୍‌ ପରେ ମହାକାଶ ଯାନର ହ୍ୟାଚ୍‌କୁ ବନ୍ଦ କରି ଦିଆଯାଇଥିଲା । ସ୍ପେସ୍‌ ଏକ୍ସ୍‌ ପକ୍ଷରୁ ହୋଇଥିବା ଏହି ୫ ଦିନିଆ ମିଶନରେ ମହାକାଶଚାରୀ ଯେଉଁ କକ୍ଷକୁ ଯାଇଛନ୍ତି, ସେଠାକୁ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ହେଲା କୌଣସି ମହାକାଶଚାରୀ ଯାଇନଥିଲେ । ସୂଚନା ଅନୁସାରେ ଫାଲକନ୍‌-୯ ରକେଟରୁ ଏହି ମିଶନ ଲଞ୍ଚ ହୋଇଥିଲା । ୪ ଜଣ ମହାକାଶଚାରୀଙ୍କୁ ନେଇ ମହାକାଶକୁ ଯାଇଥିବା ଏହି ଯାନ ପୃଥିବୀକୁ ଫେରିବ । ଶନିବାର ମେକ୍ସିକୋର ତଟରେ ଏହି ଯାନ ଅବତରଣ କରିବ ।

ଅଧିକ ପଢ଼ନ୍ତୁ: ପାଣିରେ ରହିବା ପରେ ୧୦ ବର୍ଷ ସାନ ହୋଇଗଲେ ଏହି ବୈଜ୍ଞାନିକ...

OTV is now on Whatsapp

Join and get latest news update delivered to you via whatsapp

Join Now