Advertisment

ISRO SpaceX Mission: ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା; ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରିବ ଇସ୍ରୋ

ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା। କେବଳ ଇନସ୍ପେଶ୍ ଡକିଂ ବା ଦୁଇଟି ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବା ନୁହେଁ, ଏହି ଅଭିଯାନରେ ଅନେକ କିଛି ନୂଆ କରିବାକୁ ଯାଉଛି ଇସ୍ରୋ।

author-image
Sujit kumar Swain
ଅଦ୍ୟତନ ହୋଇଛି
SpaceX Mission: ISRO To Germinate Seeds In Space

ISRO To Germinate Seeds In Space

ମହାକାଶରେ ମଞ୍ଜିକୁ ଗଜା କରିବ ଇସ୍ରୋ। ଅନ୍ତରୀକ୍ଷକୁ ପଠାଇବ ଅନ୍ତନଳୀର ଜୀବାଣୁ। ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା। କେବଳ ଇନସ୍ପେଶ୍ ଡକିଂ ବା ଦୁଇଟି ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବା ନୁହେଁ, ଏହି ଅଭିଯାନରେ ଅନେକ କିଛି ନୂଆ କରିବାକୁ ଯାଉଛି ଇସ୍ରୋ। ବହୁ ପରୀକ୍ଷଣ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ଇତିହାସରେ। 

Advertisment

ଏହି ମିଶନରେ ବ୍ୟବହୃତ PSLV-C60 ରକେଟ୍‌ର ଚତୁର୍ଥ ଷ୍ଟେଜରେ ପଠାଯିବ ମୋଟ୍ ୨୪ଟି ପେଲୋଡ୍ ବା ଯନ୍ତ୍ର। ଏହାକୁ PS4 ଅର୍ବିଟାଲ୍ ଏକ୍ସପେରିମେଣ୍ଟ ମଡ୍ୟୁଲ୍ ବା ପଏମ୍-4 ବୋଲି କୁହାଯାଉଛି। ୨୪ଟି ପେଲୋଡ୍‌ରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ, ୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ୍ ଦ୍ବାରା ତିଆରି କରାଯାଇଛି। 

ଅଧିକ ପଢ଼ନ୍ତୁ: ମହାକାଶରେ ଆଉ ଏକ କୀର୍ତ୍ତିମାନ ଅପେକ୍ଷାରେ ଭାରତ; ପରୀକ୍ଷାମୂଳକ ଇନ୍-ସ୍ପେସ୍ ଡକିଂ କରିବ ଇସ୍ରୋ 

Advertisment

ତେବେ ଏଥିମଧ୍ୟରୁ ସବୁଠୁ ଦୁଇଟି ରୋଚକ ପେଲୋଡ୍ ହେଉଛି- କ୍ରପ୍ ଏବଂ RV ସାଟ୍-1। କ୍ରପ୍ ପେଲୋଡ୍‌ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ। ୫ ରୁ ୭ ଦିନ ଭିତରେ ଏହାକୁ ଗଜା କରି, ସେଥିରୁ ୨ଟି ଲେଖାଏଁ ପତ୍ର ବାହାରିବା ଯାଏଁ ଅନୁଧ୍ୟାନ କରାଯିବ। କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଦ୍ରତା, ତାପମାତ୍ରା ଆଦି ମପାଯିବ । 

RV ସାଟ୍-1 ପେଲୋଡ୍‌ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ। ମହାକାଶରେ ସେଗୁଡ଼ିକ କିପରି ବଂଶବୃଦ୍ଧି କରୁଛି ତାର ଅନୁଧ୍ୟାନ କରାଯିବ। ଏଥିସହ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟ୍ ମଧ୍ୟ ପରୀକ୍ଷଣ କରାଯିବ ପଏମ୍ ଏକ୍ସପେରିମେଣ୍ଟରେ । ଆଗାମୀ ଦିନରେ ହେବାକୁ ଥିବା ମାନବ ମିଶନରେ ଏହିସବୁ ତଥ୍ୟ ଖୁବ୍ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା ରଖାଯାଇଛି । 

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ପୁରସ୍କାର

Space ISRO SpaceX Mission
Advertisment
Advertisment