• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ । ଆଜି ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ମହାକାଶକୁ ଯିବ ୨ଟି ସ୍ପେଶକ୍ରାଫ୍ଟ ।

୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ । ଏହାକୁ କୁହାଯାଉଛି ଇନସ୍ପେଶ୍ ଡକିଂ । ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ, ଏହାକୁ ଡକିଂ ଓ ଅନଡକିଂ କରାଯିବ ।

ଅଧିକ ପଢ଼ନ୍ତୁ: ମହାକାଶରେ ଜୀବନ କିପରି କାମକରେ ? ଇସ୍ରୋର 'POEM' ଖୋଲିବ ରାଜ୍

ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନପ୍ରଦାନ ହେବ । ଏହା ଖୁବ୍ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ, ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରିବ ଇସ୍ରୋ । ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟିବ ।

ଚନ୍ଦ୍ରଯାନ-୪ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନରେ ଏହି ଟେକନୋଲୋଜି ଖୁବ୍ ସହାୟକ ହେବ । ସୂଚନା ଯୋଗ୍ୟ ଯେ ୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ କେବଳ ଏତିକି ନୁହେଁ, PSLV-C60 ରକେଟ୍ ର ଚତୁର୍ଥ ଷ୍ଟେଜ ପଏମ୍-4 ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଇବ ଇସ୍ରୋ ।

ଏହି ଯନ୍ତ୍ର ଗୁଡ଼ିକ ସହାୟତାରେ ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରାଯିବ, ପାକସ୍ଥଳୀ ଓ ଅନ୍ତନଳୀର ଜୀବାଣୁ ବଂଶବୃଦ୍ଧି ଅନୁଧ୍ୟାନ କରାଯିବ, ଶାଗ ପତ୍ରରେ ଉଦ୍ଭିଦ କୋଷର ବିକାଶ ଅନୁଧ୍ୟାନ କରାଯିବ । ଏଥିସହ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟ୍ ମଧ୍ୟ ପରୀକ୍ଷଣ କରାଯିବ ପଏମ୍ ଏକ୍ସପେରିମେଣ୍ଟରେ ।

ଅଧିକ ପଢ଼ନ୍ତୁ: ISRO SpaceX Mission: ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା; ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରିବ ଇସ୍ରୋ

OTV is now on Whatsapp

Join and get latest news update delivered to you via whatsapp

Join Now