Advertisment

ସ୍ପେସ ଷ୍ଟେସନରେ ପହଞ୍ଚିଲା ‘କ୍ରିଉ-୯’; କିନ୍ତୁ ଏବେ ଫେରିବେନି ସୁନୀତା...ଜାଣନ୍ତୁ କାହିଁକି

ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।

author-image
Sonali Ojha
ଅଦ୍ୟତନ ହୋଇଛି
Sunita Williams

Sunita Williams

ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ସାଥି ବୁଚ୍‌ ଓ୍ବିଲ୍‌ମୋର। ସପ୍ତାହେ ପାଇଁ ଯାଇଥିଲେ, ହେଲେ ଏଯାଏ ଫେରିବା ସମ୍ଭବ ହେଉନି। ଉଭୟଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବାକୁ ମିଶନ ‘କ୍ରିଉ-୯’ ଆରମ୍ଭ ହୋଇଛି। ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲକୁ ବାଛିଛି NASA। ତେବେ ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।

Advertisment

ଉଭୟ ଆସନ୍ତା ବର୍ଷ ଫେବୃଆରୀ ମାସରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ‘କ୍ରିଉ-୯’ ଲଞ୍ଚ କରାଯାଇଛି। ଉଭୟଙ୍କୁ ଫେରାଇ ଆଣିବା ପାଇଁ ୨ଟି ସିଟ୍‌ ଖାଲି ରଖାଯାଇଛି । ପ୍ରାୟ ୫ ମାସ ପର୍ଯ୍ୟନ୍ତ ସ୍ପେସ ଷ୍ଟେସନ ଯାଇଥିବା ଦୁଇ ମହାକାଶଚାରୀ ହେଗ୍‌ ଓ ଗୋର୍ବୁନୋଭ ISSରେ ରହିବେ। ଏହି ସମୟରେ ଉଭୟ ISSରେ ୨୦୦ରୁ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପରୀକ୍ଷଣ କରିବେ । ସେହିପରି ସୁନୀତା ଏବଂ ବୁଚ୍‌ ମଧ୍ୟ କ୍ରିଉ-୯ ମିଶନରେ ସାମିଲ ହେବେ। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍‌ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍‌ ମଧ୍ୟ ଡ୍ରାଗନ୍‌ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ।

ଏତେ ସମୟ ମହାକାଶରେ କାହିଁକି ରହିବେ ସୁନୀତା ?

* କ୍ରୁ ରୋଟେସନ୍ ଲଜିଷ୍ଟିକ୍ସ: ନାସା ISS ଉପରେ ନିରନ୍ତର କାର୍ଯ୍ୟ କରିବା ରଖିବା ପାଇଁ ଯୋଜନା କରିଛି। ଯେଉଁଥିରେ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପରୀକ୍ଷଣ କରାଯିବ। ତେବେ ସେମାନେ ତୁରନ୍ତ ଫେରି ଆସିଲେ ଏହି କାର୍ଯ୍ୟରେ ବାଧା ଉପୁଜିବ।

Advertisment

* ବୈଜ୍ଞାନିକ ମିଶନର ନିରନ୍ତରତା: ସୁନୀତା ୱିଲିୟମ୍ସ ବର୍ତ୍ତମାନ ଚାଲିଥିବା ପରୀକ୍ଷଣ ଏବଂ ଅନୁସନ୍ଧାନ ପ୍ରୋଜେକ୍ଟରେ ଜଡିତ ଅଛନ୍ତି । ତେବେ ISSରେ କମ୍‌ କର୍ମଚାରୀ ଥିବା କାରଣରୁ ସେମାନେ ସେଠାରେ ରହିବାର ଆବଶ୍ୟକତା ରହିଛି।

* ପ୍ରସ୍ତୁତି ସମୟ: ମହାକାଶଚାରୀମାନେ ସେମାନଙ୍କର ଦାୟିତ୍ୱ ସଠିକ୍ ଭାବରେ ସାରି  ପୁଣି ଥରେ ଫେରିବା ପାଇଁ ପ୍ରସ୍ତୁତ ହେବା ଦରକାର। ଏଥିପାଇଁ ପୃଥିବୀର ମାଧ୍ୟାକର୍ଷଣ ସହ ପୁଣି ଥରେ ନିଜକୁ ଫିଟ୍ କରିବା ପାଇଁ କିଛି ସମୟ ଆବଶ୍ୟକ ହୋଇଥାଏ। ଏଥିପାଇଁ ସେମାନେ ଆଉ କିଛି ଦିନ ସେଠାରେ ରହି ନିଜକୁ ପ୍ରସ୍ତୁତ କରିବେ।

* ସୁରକ୍ଷା ଚିନ୍ତା: ମହାକାଶରୁ ସୁରକ୍ଷିତ ଫେରିବା ପାଇଁ ସଠିକ ଯୋଜନା ଓ ପ୍ରସ୍ତୁତି ଆବଶ୍ୟକ। ବିଶେଷ କରି ଏହି ମିଶନରେ ଅଧିକ ସତର୍କକା ଆବଶ୍ୟକ। ଏହି ମିଶନ ସମ୍ଭବତଃ ଦୀର୍ଘକାଳୀନ ସ୍ପେସ୍ ରହଣି ଉପରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିବ, ଯାହିକି ଭବିଷ୍ୟତର ମହାକାଶ ଅନୁସନ୍ଧାନକୁ ତ୍ୱରାନ୍ୱିତ କରିବ।

କାହିଁକି ମହାକାଶ ଯାଇଛନ୍ତି ସୁନୀତା ?

‘ନାସା’ ଏବଂ ‘ବୋଇଂ’ ମିଳିତ କ୍ର୍ୟୁ ଫ୍ଲାଇଟ୍ ଟେଷ୍ଟ ମିଶନର ଏକ ଅଂଶ ହେଉଛନ୍ତି ସୁନୀତା ୱିଲିୟମ୍ସ । ବୋଇଂ ଷ୍ଟାରଲାଇନର କ୍ୟାପସୁଲ ମଣିଷକୁ ନେଇ ମହାକାଶ ଯାତ୍ରା କରିଥିବା ପ୍ରଥମ ‘ସ୍ପେଶ କ୍ୟାପସୁଲ’ । ‘ନାସା’ ୨୦୨୨ ମସିହା ଜୁଲାଇରେ ଏହି ମିଶନ ଆରମ୍ଭ କରିଥିବା ବେଳେ କୋରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ମିଶନ ସମୟରେ ଦୁଇ ମହାକାଶଚାରୀ ନୂତନ ଭାବରେ ବିକଶିତ ହୋଇଥିବା ‘ଷ୍ଟାରଲାଇନର୍’ ମହାକାଶଯାନକୁ, ମହାକାଶକୁ ପଠାଇବା ଏବଂ ଫେରିବା ପାଇଁ ମଧ୍ୟ ଉତ୍ତରଦାୟୀ ରହିବେ । ମଣିଷକୁ ନେଇ ମହାକାଶକୁ ଯିବା ଓ ଫେରାଇ ଆଣିବା ନେଇ ଦ୍ବିତୀୟ ମହାକାଶଯାନକୁ ସଫଳ କରିବାକୁ ଚାହୁଁଛି ଆମେରିକା । ଏହି ଉଦ୍ଦେଶ୍ୟରେ ସୁନୀତା ମିଶନ ପାଇଲଟ ରୂପରେ ଏହି ମିଶନରେ ସାମିଲ ହୋଇଛନ୍ତି ।

NASA
Advertisment
Advertisment