ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ଗତ ଜୁଲାଇ ୧୧ ତାରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ଗତ ୧୪ ତାରିଖ ଦିନ ଓଡିଶା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ, ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ।
ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ତେବେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ।
ଆଜି ରାଜ୍ୟ କ୍ୟାବିନେଟ୍ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି ।
କେବଳ ସଂସଦୀୟ ସଦସ୍ୟମାନେ ସେମାନେ ବ୍ୟକ୍ତିଗତ ଭାବେ ଲଗଇନ୍ କରି ତଥ୍ୟ ଦେଇପାରିବେ ଏବଂ ୱେବ୍ସାଇଟ୍ ବ୍ୟବହାର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ସାଂସଦମାନେ ପଞ୍ଜୀକୃତ କରିଥିବା ଫୋନ୍ ନମ୍ବର ଦ୍ୱାରା ଏହା କେବଳ ପରିଚାଳିତ ହୋଇପାରିବ ।
ରାଜସ୍ଥାନର ବାରମେରରେ ଏକ ନିର୍ବାଚନ ରାଲିରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା ।
ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଏହା ସରକାରଙ୍କ ବଡ଼ ଚକ୍ରାନ୍ତ। କ୍ୟାବିନେଟ୍ ନିଷ୍ପତ୍ତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ।
ଦିଆଯାଉଛି ପୁନଃ ନିଯୁକ୍ତି । ବିଭାଗର ପିଅନଠୁ ସିଏମଓର ପରାମର୍ଶଦାତା । ସରକାରୀ କଳରେ ଆଡ୍ଡା ଜମାଇଛନ୍ତି ମାଳ ମାଳ ରିଟାୟର୍ଡ ସରକାରୀ ବାବୁ ।
ପୁରା ଘଟଣାଟି ହେଲା, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ତେଣୁ ଆକବରଉଦ୍ଦିନଙ୍କୁ ଏହାର ନିୟମ କାନୁନ ମଧ୍ୟରେ ରହି ଭାଷଣ ଦେବାକୁ କହିଥିଲେ ପୋଲିସ ଅଧିକାରୀ । ଯାହାଫଳରେ ସେ ରାଗିଯାଇଥିଲେ ।
ଛତିଶଗଡ଼ ଭଳି ରାଜସ୍ଥାନ ସରକାର ମଧ୍ୟ ଗୋବର କିଣି ଏହାର ଉପଯୋଗ କରିବ । ଯାହା କି ଜମିରେ ଖତ ଭାବରେ ବ୍ୟବହାର ହେବ । ଏହାଛଡ଼ା ବୋୟୋଗ୍ୟାସ ମଧ୍ୟ ପ୍ରସ୍ତୁତ ହେବ ।
ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ । ପ୍ରଶ୍ନକାଳ ଅଚଳ ପରେ ଶୂନ୍ୟକାଳ ବି ଅଚଳ ହେଲା । ଏନେଇ ପୁଣି ସ୍ପଷ୍ଟୀକରଣ ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହାଇକୋର୍ଟରୁ ନିରାଶ । ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ହୋଇଛି ।
ଏକ୍ସପ୍ରେସରେ ବସି ରାଇରଙ୍ଗପୁର ଯାଏଁ କଲେ ଯାତ୍ରା ମହାମହିମ୍ । ଆଜିଠୁ ବାଦାମପାହାଡ଼ରୁ ସାଲିମାର ଓ ରାଉରକେଲାକୁ ଚାଲିଲା ଏକ୍ସପ୍ରେସ ।
୫ ଦିନ ବ୍ୟାପି ମରିଚିକୋଟ ଛକଯାଏଁ ଲାଗିବ ବ୍ୟାରିକେଡ୍ । ବୟସ୍କଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦର୍ଶନ ପରାମର୍ଶକୁ ରାଜନୀତି ।
କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ସୋମାଲିକା ଦାସ ହାଜର ହୋଇଛନ୍ତି । ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ସେ ଆପତ୍ତି ଉଠାଇଥିଲେ ।
ପ୍ରାକୃତିକ ବିପର୍ଯ୍ୟୟ ହେଲେ ପ୍ରତ୍ୟେକ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା।
ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।
ନିର୍ଦ୍ୱନ୍ଦରେ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲିକ।
ଆଜିଠୁ ବିଧାନସଭାର ଶୀତ ଅଧିବେଶନ….କାଲି ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ ….ସୁରୁଖୁରୁରେ ଗୃହ ପରିଚାଳନାକୁ ଗୁରୁତ୍ୱ ,….
ବିଜେପି କହିଛି ଆଦିବାସୀଙ୍କ ଜମି କିଣାବିକା ପ୍ରସ୍ତାବ ସ୍ଥଗିତ ବଦଳରେ ପ୍ରତ୍ୟାହାର ନହେଲେ ବିରୋଧ ତୀବ୍ର ହେବ ।
ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।
ନୂଆ ଥିଓରୀ ଆଣି ବିଜେଡିକୁ ଘେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକେ ବଖାଣିଲେ ଦୁର୍ଦ୍ଦଶା, କିଛି ଜାଣିନି କହି ଏଡ଼ାଇଗଲେ ବିଧାୟକ ସୁଶାନ୍ତ ।
ବିଜେଡି ଖେଳିଲା ଆଦିବାସୀ କାର୍ଡ । ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ନାମାଙ୍କନ ଦାଖଲ କଲେ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ବିଜେଡି, ଉପବାଚସ୍ପତି ପ୍ରାର୍ଥୀ ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଛି ।
‘ବେଆଇନ ମନି ଲଣ୍ଡରିଂ ଆଇନ ଉଲ୍ଲଂଘନ କରାଯାଇ ପଦ୍ମକେଶରୀପୁରରେ ଟଙ୍କା ଆଦାୟ କରାଯାଉଛି । ଆଉ ଏସବୁ ପଛରେ ରହିଛି ବିଜେଡି ।’