/odishatv-khabar/media/post_attachments/uploadimage/library/16_9/16_9_0/vk_pandian_1703352928.jpg)
vk pandian
ଲୋକଙ୍କୁ ଟଙ୍କା ଦେଇ ବୁହାଯାଉଛି ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ । ଯିଏ ଲୋକଙ୍କୁ ଆଣୁଛନ୍ତି ସେମାନଙ୍କ ମଧ୍ୟରୁ କାହାକୁ ୪ ହଜାର ଟଙ୍କା ତ ଆଉ କାହାକୁ ଖାଇବା ପିଇବା ଦେଇ ଅଣାଯାଉଛି । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାରୁ । କେବଳ ଅଭିଯୋଗ ନୁହଁ, ଏଭଳି କିଛି ଭିଡ଼ିଓ ବି ଭାଇରାଲ୍ ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ।
ତେବେ ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା । ଲୋକ ଆଣିଥିବା ବ୍ୟକ୍ତିଙ୍କୁ ଜଣ ପିଛା ଖାଇବା ପିଇବା ଦେଇ ୪ ହଜାର ଟଙ୍କା ଦିଆଯାଇଥିବା ଜଣେ ବ୍ୟକ୍ତି ନିଜେ କହିଛନ୍ତି । କେବଳ ଏତିକି ନୁହେଁ, ପଟାଙ୍ଗି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅନନ୍ତରାମ ମାଟାମ ମଧ୍ୟ କାହାକୁ କେତେ ଦିଆଯିବ, କାର ଭିତରେ ବସି ଖାତା କଲମ ଧରି ହିସାବ ଲେଖୁଛନ୍ତି ।
ବିଜେଡି ନେତା ତଥା ପୋଟାଙ୍ଗି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଶ୍ରୀନିବାସ ବାଲା ରାୟଙ୍କ ଉପସ୍ଥିତିରେ ଚାଲିଛି ଏଭଳି କାର୍ଯ୍ୟକ୍ରମ । ଯାହାକୁ ନେଇ ଆଜି ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଏହା ସରକାରୀ ଟଙ୍କାରେ ଦଳୀୟ ପ୍ରଚାର । କଂଗ୍ରେସର ଏଭଳି ସମାଲୋଚନାକୁ ଖଣ୍ଡନ କରିଛି ବିଜେଡି ।
ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ କୋରାପୁଟ ଓ ମାଲକାନଗିରି ପାଇଁ ବିଭିନ୍ନ ଯୋଜନା ବାବଦରେ କହିବା ସହ ବିଭିନ୍ନ ମଠ ମନ୍ଦିରର ଉନ୍ନତି ପାଇଁ ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)