• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ । ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଭବନ ବା ସଂଗ୍ରାହଳୟ କଟକ ଆନନ୍ଦ ଭବନ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ତାପରେ କଟକ ଆନନ୍ଦଭବନଠାରୁ ଏକ ବିଶାଳ ସାଇକେଲ ରାଲିରେ ବାହାରିଥିଲେ ବିଜେଡି କର୍ମୀ ଓ ନେତା । ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅଭିମୁଖେ ଏମାନେ ବାହାରିଛନ୍ତି । ଏପଟେ ଭୁବନେଶ୍ୱର ଶଙ୍ଖ ଭବନରେ ଦଳୀୟ ପତାକା ଉତ୍ତୋଳନ କରାଯାଇଛି ।

ତା’ସହ ଏଠାରେ ରକ୍ତଦାନ ଶିବର ଆୟୋଜନ କରାଯାଇଛି । ଏହି ଅବସରରେ ଦଳୀୟ କାର୍ଯ୍ୟାଳୟରେ ଦଳର ଉପସଭାପତି ତଥା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କର୍ମୀଙ୍କୁ ଶପଥ ପାଠ କରାଇଥିଲେ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ‘ନବୀନ ଓଡ଼ିଶା’ ଗଢିବା ନେଇ ସଂକଳ୍ପ ନେବେ ବିଜେଡି କର୍ମୀ ଓ ନେତା ।