/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703571383.jpg)
MP Aparajita Sarangi
ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀରେ ଗତକାଲିର ବିରୋଧ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କୁ କ୍ଷୋଭର ସହ ଦେଇଥିବା ଚିଠିରେ ଅପରାଜିତା ଲେଖିଛନ୍ତି- ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ମୋତେ 'କିଛି ଅସାମାଜିକ ଲୋକଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା । ମୁଁ ମୋ ନିର୍ବାଚନମଣ୍ଡଳୀରେ ସବୁବେଳେ ଜନକଲ୍ୟାଣ କାର୍ଯ୍ୟରେ ଲାଗିଛି ।
ଏଥିପାଇଁ ଏକ ସଭାକୁ ଯାଉଥିବା ବେଳେ ମୋ କାର୍ ଅଟକାଇଥିଲେ । ପୋଲିସକୁ ଅପେକ୍ଷା କରି କାରରେ ୨ ଘଣ୍ଟା ବସି ରହିଥିଲି । ମୋର ସେ ମୂଲ୍ୟବାନ ସମୟ ନଷ୍ଟ ହେଲା । ଏହା ରାଜ୍ୟ ସରକାରଙ୍କ ବିଦ୍ୱେଷ ମନୋଭାବକୁ ଦର୍ଶାଉଛି । ନଷ୍ଟ ହୋଇଥିବା ମୋ ସମୟର କିଭଳି ଭରଣା କରିବେ ସରକାର ?'
'ମୁଖ୍ୟମନ୍ତ୍ରୀଙ୍କ କାର୍ କେଡକୁ ୫ ମିନିଟ୍ ପାଇଁ ଅଟକାଇ ହେବ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏଥିସହ ସୁରକ୍ଷାକୁ ନେଇ ସରକାରଙ୍କ ଏଭଳି ପାତରଅନ୍ତର ମୋତେ ଆଘାତ ଦେଇଛି ବୋଲି ବି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ।
ଗତକାଲି କଟକ ରୋଡ ଅଞ୍ଚଳର ବୁଦ୍ଧେଶ୍ୱରୀ କଲୋନୀକୁ ଗସ୍ତ ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ ଅପରାଜିତା । ସାଂସଦଙ୍କ ଗାଡ଼ି ଅଟକାଇବା ସହ କିଛି ମହିଳା ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ବିଜେଡି କର୍ମୀ ଏହି ବିରୋଧ କରିଥିବା ଅଭିଯୋଗ ହୋଇଛି ।
ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସ୍ଥିତି ସ୍ବାଭାବିକ କରିବାକୁ ଚେଷ୍ଟା କରିଥିଲା । ତେବେ ସନ୍ଧ୍ୟାରେ ସଂପୃକ୍ତ ଅଞ୍ଚଳକୁ ଗସ୍ତରେ ଯିବେ ବୋଲି ପୂର୍ବରୁ କମିଶନରେଟ୍ ପୋଲିସକୁ ମଧ୍ୟ ଜଣାଇଥିଲେ ଅପରାଜିତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)