• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନିଜ ନିଜ ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ । ପୁଣି ଥରେ ମୋଦି ସରକାର ଆସିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୦ ବର୍ଷ ଧରି ସ୍ଥିର ସରକାର ଥିବାରୁ ଦେଶର ବିକାଶ ଆଗକୁ ବଢ଼ିଛି । ଏଥିପାଇଁ ବେରୋଜଗାର କମିଛି, କୃଷକଙ୍କ ଆୟ ଓ ମହିଳାଙ୍କ ସମ୍ମାନ ବଢ଼ିଛି । ଏହାକୁ ଆଗକୁ ବଢ଼ାଇବାକୁ ହେଲେ ପୁଣି ମୋଦି ସରକାର ଆସିବା ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସନୀୟତା ୮୦ ପ୍ରତିଶତ ଅଧିକ ଅଛି । ମୋଦି ତତ୍ତ୍ୱ, ମୋଦି ପ୍ରଣାଳୀ, ମୋଦି କାର୍ଯ୍ୟ ପଦ୍ଧତି ପ୍ରଭାବ ପକାଇଛି । ନିଶ୍ଚିତ ଭାବେ ୫୦ ପ୍ରତିଶତରୁ ଅଧିକ ଭୋଟ ଦେଶବାସୀ ମୋଦିଙ୍କୁ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।