Advertisment

କିଏ ଏହି ହିନ୍ଦୁ ମହିଳା, ଯିଏ ପ୍ରଥମ ଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢ଼ିବେ

ପାକିସ୍ତାନରେ ୮ ଫେବୃଆରୀ ୨୦୨୪ରେ ସାଧାରଣ ନିର୍ବାଚନ ହେବ। ୧୬ ଫେବୃଆରୀରେ ୧୬ତମ ଜାତୀୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
saveera parkash a first hindu woman files nomination for Pakistan general polls

saveera parkash a first hindu woman files nomination for Pakistan general polls

ପାକିସ୍ତାନରେ ୮ ଫେବୃଆରୀ ୨୦୨୪ରେ ସାଧାରଣ ନିର୍ବାଚନ ହେବ। ୧୬ ଫେବୃଆରୀରେ ୧୬ତମ ଜାତୀୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

Advertisment

ଏହି ମହିଳାଙ୍କ ନାମ ହେଉଛି ଡକ୍ଟର ସବୀରା ପ୍ରକାଶ। ସାଧାରଣ ଆସନରୁ ଡକ୍ଟର ସବିରା ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ୨୩ ଡିସେମ୍ବରରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ଏବଂ ଖାଇବର୍ ପଖ୍‌ତୁନଖ୍ୱାରୁ ସେ ନିର୍ବାଚନ ଲଢିବେ। ତେବେ ସବୀରା ପ୍ରକାଶ କିଏ, ସେ କାହିଁକି ନେଲେ ପାକିସ୍ତାନରେ ନିର୍ବାଚନ ଲଢିବାର ନିଃଷ୍ପତ୍ତି ଆସନ୍ତୁ ଜାଣିବା।

ସବୀରା ପ୍ରକାଶ କିଏ:

ସବୀରା ୨୦୨୨ ମସିହାରେ ଏବଟ୍ଟାବାଦ ଆନ୍ତର୍ଜାତୀୟ ମେଡିକାଲ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସମ୍ପ୍ରତି ସେ ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ମହିଳା ୱିଙ୍ଗର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି ଏବଂ ସେମାନଙ୍କ ଅଧିକାର ପାଇଁ ଲଢୁଛନ୍ତି। ସେ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ତିଆରି କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ବାପାଙ୍କ ନାମ ଓମ୍ ପ୍ରକାଶ ହୋଇଥିବା ବେଳେ ସେ ଜଣେ ଅବସରପ୍ରାପ୍ତ ଡାକ୍ତର ଏବଂ ଗତ ୩୫ ବର୍ଷ ଧରି PPP ସଦସ୍ୟ ରହିଆସିଛନ୍ତି।

Advertisment

ଅନୁସରଣ କରୁଛନ୍ତି ବାପାଙ୍କ ପଦାଙ୍କ:

ପାକିସ୍ତାନୀ ଖବରକାଗଜ ‘ଡନ୍’ ଅନୁଯାୟୀ, ମେଡିକାଲ୍ କ୍ଷେତ୍ରର ପରିବାରରୁ ଆସିଥିବା ସବୀରା କହିଛନ୍ତି, ଯଦି ନିର୍ବାଚିତ ହୁଅନ୍ତି, ତେବେ ସେ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରିବେ ଏବଂ ତାଙ୍କ ଅଞ୍ଚଳର ଗରିବ ଏବଂ ମହିଳାଙ୍କ କଲ୍ୟାଣ ପାଇଁ କାମ କରିବେ।

ସୂଚନା ଅନୁସାରେ ଡିସେମ୍ବର ୨୩ରେ ସେ ଖାଇବର ପଖ୍‌ତୁନଖ୍ୱା ଜିଲ୍ଲାର PK-୨୫ର ସାଧାରଣ ଆସନ ପାଇଁ ପିପିପି ତରଫରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

କାହିଁକି ନେଲେ ନିର୍ବାଚନ ଲଢିବା ନିଷ୍ପତ୍ତି:

ସେ ଯେତେବେଳେ ମେଡିକାଲ୍ ପଢୁଥିଲେ ସେତେବେଳେ ରାଜନୀତିରେ ପ୍ରବେଶ କରିବାର ସ୍ୱପ୍ନ ଦେଖୁଥିଲେ। ସରକାରୀ ଡାକ୍ତରଖାନାଗୁଡ଼ିକରେ ଖରାପ ପରିଚାଳନା ଏବଂ ଅସହାୟତାର ଅନୁଭୂତି ପରେ ସେ ନିର୍ବାଚିତ ନେତା ହେବାକୁ ନିଷ୍ପତ୍ତି ନେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରକୃତ ମାନବିକତା ସେବାରେ ରହିଛି, ଏହି ଭାବନା ତାଙ୍କ ରକ୍ତରେ ଅଛି।

ପ୍ରକାଶଥାଉ ଯେ ପାକିସ୍ତାନର ନିର୍ବାଚନ ଆୟୋଗ (ECP) ଦ୍ୱାରା କରାଯାଇଥିବା ସଂଶୋଧନରେ ସାଧାରଣ ଆସନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ସ୍ଥାନୀୟ ଲୋକଙ୍କ ସମର୍ଥନ:

ସୂଚନା ଅନୁଯାୟୀ, ବୁନେରର ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଇମ୍‌ରାନ୍ ନୋଶାଦ ଖାନ ସବୀରାଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ ସବୀରା ପ୍ରକାଶଙ୍କୁ ହୃଦୟରୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି ଯେ “ସେ ପାରମ୍ପରିକ ପିତୃପୁରୁଷଙ୍କ ଦ୍ୱାରା ଚାଲିଥିବା ରୁଢିବାଦୀ ନୀତିକୁ ଭାଙ୍ଗୁଛନ୍ତି। ପାକିସ୍ତାନ ସହିତ ବୁନେରର ମିଶ୍ରଣ ପରେ ଜଣେ ମହିଳାଙ୍କୁ ନିର୍ବାଚନ ଲଢିବା ପାଇଁ ୫୫ ବର୍ଷ ଲାଗିଗଲା।”

Pakistan General Election 2024
Advertisment
Advertisment