ପାରାଦୀପ ପୋର୍ଟ ବିକାଶ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ ।
ଗୋଟିଏ ପଟେ ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ ତ ଅନ୍ୟପଟେ ଯୋଜନା ମାଧ୍ୟମରେ ମାଇଲେଜ୍ ନେବା ଚକ୍କରରେ କେଉଁ ବାଟ ବି ବିଜେଡି ଛାଡୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।
ଭୁବନେଶ୍ବର ସୈନିକ ସ୍କୁଲ ସାମ୍ନାରେ ବିଜେପିର ସତ୍ୟାଗ୍ରହ । ଅଳିଆ ଆବର୍ଜନା ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ସତ୍ୟାଗ୍ରହ ।
ଏଭଳି ଚେତାବନୀ ମଧ୍ୟରେ ରାଷ୍ଟ୍ରପତିଙ୍କୁ ବି ବାଦ୍ ଦେଲେନି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପାରାଦୀପ ଗସ୍ତ କାଳରେ ରାଷ୍ଟ୍ରପତି ବିଜୁ ବାବୁଙ୍କ ନାଁ ନେଇନଥିବା କହିଲେ ସମ୍ବିତ ।
ଫିଲ୍ମ ‘ଆନିମଲ୍’କୁ ନେଇ ହାଇଦ୍ରାବାଦରେ ଏହା ଏକ ପ୍ରି-ରିଲିଜ୍ ଇଭେଣ୍ଟ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଶ୍ରମ ଓ ରୋଜଗାର ମନ୍ତ୍ରୀ ମଲ୍ଲା ରେଡ୍ଡୀ ମଧ୍ୟ ସାମିଲ ହୋଇଥିଲେ। ଏଠି ମଲ୍ଲା ରେଡ୍ଡୀ ଭାରତ ଉପରେ ତେଲୁଗୁ ଶାସନ ସହ ଜଡିତ ମତ ଦେଇ ବିବାଦକୁ ଆସିଛନ୍ତି।
୩୦ ଦିନ ବଦଳରେ କାହିଁକି ମାତ୍ର ୪ ଦିନରେ ବିଧାନସଭାର ଶୀତ ଅଧିବେଶନ ସାରିଦେଲେ ସରକାର। ଏହାକୁ ନେଇ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ।
ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପାଣ୍ଡିଆନ୍ ଏବେ ବିଜେଡିରେ ଯୋଗ ଦେଇଥିବାରୁ ଅନେକ ଦାୟିତ୍ୱ ସହ ଚାଲେଞ୍ଜର ସମ୍ମୁଖୀନ ହେବେ। ଯେହେତୁ ସେ ଦଳରେ ଯୋଗ ଦେଇଛନ୍ତି ସୁପ୍ରିମୋ ତାଙ୍କୁ ବଡ଼ ପଦବିରେ ଅବସ୍ଥାପିତ କରିବା ନିଶ୍ଚିତ।
ରାଜନୀତିରେ ପଶୁ ପଶୁ ବିଜେଡି ରାଜନେତା ପାଣ୍ଡିଆନଙ୍କ ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ହମଲା। ଶଙ୍ଖ ଧରୁ ଧରୁ ତାଙ୍କ ଉପରେ ଓଡ଼ିଆ ଅସ୍ମିତାର ତୀର ମାରିଛନ୍ତି ବିରୋଧୀ।
ଯଦି ଓଡିଶାର କେହି ତାମିଲନାଡୁରେ ଏଭଳି ଭାବେ ଗୋଟିଏ ଉଚ୍ଚସ୍ଥାନରେ ରହିପାରିଥାନ୍ତେ, ତାହେଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।
ଅଣ ଓଡିଆ ଜମିମାଫିଆ ଓ କର୍ପୋରେଟ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା ।
ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍
5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡିରେ ହୋଇପାରନ୍ତି ସାମିଲ... ଏନେଇ ରାଜନୈତିକ ମହଲରେ ଲାଗି ରହିଛି ଚର୍ଚ୍ଚା
କେଉଁଠି କଲେଜରେ ତାଲା ପକେଇଲେଣି ଛାତ୍ରଛାତ୍ରୀ ତ କେଉଁଠି ଖୋଲାଖୋଲି ବିରୋଧ କଲେଣି। ଏଭଳି ସ୍ଥିତିରେ ଏହି ଯୋଜନା ମାଧ୍ୟମରେ ବିଜେଡିର କ୍ୟାମ୍ପସ ପଲିଟିକ୍ସ ରଣନୀତି, ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
କାହିଁକି ଓ କାହାଦ୍ୱାରା ଘଟିଲା ଏଭଳି ବିଭ୍ରାଟ୍ ? ତାହା ସ୍ପଷ୍ଟ ହୋଇନଥିବା ବେଳେ, କଳିଙ୍ଗ ପୁସ୍ତକ ମେଳା ଆୟୋଜିକା କହିଛନ୍ତି, ଜାତୀୟ ସଂଗୀତ ପରିବେଷଣ ବେଳେ ଲାଇନ୍ ଚାଲିଗଲା ଏବଂ ଜେନେରେଟର ଚାଲୁ କରିବା ସମୟରେ ପୁଣି ଆସିଗଲା ।
ନଭେମ୍ୱର ୨୨ ଦ୍ୱିତୀୟ ଦିନରେ ଆଦିବାସୀ ଜମି ହସ୍ତାନ୍ତର ସଂପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀଙ୍କ ହଟଗୋଳ ଲାଗି ପୁରା ଦିନ ଧୋଇଯାଇଥିଲା । ନଭେମ୍ୱର ୨୩ ତୃତୀୟ ଦିନର ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ଲାଗି ରହିଲା ।
ବର୍ତ୍ତମାନ ମାମଲାକୁ ନେଇ ସିବିଆଇ ପ୍ରାଥମିକ ଅନୁସନ୍ଧାନ କରୁଥିବାବେଳେ ଏହି ଅନୁସନ୍ଧାନର ତଥ୍ୟକୁ ଆଧାର କରି ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯିବ କି ନାହିଁ ତାହା ଏଜେନ୍ସି ସ୍ଥିର କରିବ ।
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ବିଶ୍ୱଭୂଷଣ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରଖୁନାହାନ୍ତି ବୋଲି ଆରୋପ ଲଗାଇଛି ବିଜେଡି । ତେବେ ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସାନ୍ତାଳୀରେ ବିଧାୟକଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା । ବାଚସ୍ପତିଙ୍କ ବାରଣ ସତ୍ତ୍ବେ ସ୍ଥାନୀୟ ଭାଷା ବ୍ୟବହାରକୁ ନେଇ ପ୍ରଶ୍ନ ।
ତର୍ଜମା ଲାଗି ଗଲା ଆଦିବାସୀ ଉପଦେଷ୍ଟା ପରିଷଦ ।
୨୬ଟି କାର୍ଯ୍ୟ ଦିବସ ବାକି ଥାଇ ସରିଗଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କଂଗ୍ରେସ ଏହାକୁ ଦୁର୍ଭାଗ୍ୟ ବୋଲି କହିଛି ।
ଓଡିଶାର ଅନ୍ନଦାତା ଜଣକ ପରେ ଜଣେ ଆଖିବୁଜୁଛନ୍ତି। ଏହା ଆମ ଦେଶ ତଥା ରାଜ୍ୟ ପାଇଁ ଚିନ୍ତା ଓ ଉଦବେଗର ବିଷୟ ନୁହେଁ କି? ରାଜ୍ୟ ସରକାର ଚାଷ ଓ ଚାଷୀମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବା ଦାବି କରୁଥିବାବେଳେ ଏଭଳି ସ୍ଥିତି ଘଟୁଛି କାହିଁକି?
ବ୍ଲକ କାର୍ଯ୍ୟାଳୟ ଆଗରେ ସେମାନେ ଦୁର୍ନୀତି ବିରୋଧରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।